ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚତୁରୀ ଦାସୀ

ପୂର୍ବ ଦିନ ଅନେକ ବିଳମ୍ବ ରାତ୍ରରେ ଉପଦେଷ୍ଟାଙ୍କର ନିଦ୍ରା ହୋଇ ଥିବାରୁ ସକାଳ ହେଲାରୁ ବିଳମ୍ବରେ ଉଠିଲେ ଚତୁର ବ୍ୟଙ୍ଗକାର । ଚତୁର ବ୍ୟଙ୍ଗକାର ଉଠିବା ମାତ୍ରେ ନିଜର ସ୍ନାନାଦି କାର୍ଯ୍ୟ ସମାପନ କରି କହିଲେ – ରେ ବୋଲକରା,

ଉଠ ଏବେ ଝୁଟ ତେବେ ଗଣ୍ଠିଲିକୁ ସଜ କର

ନାହିଁ ବିଳମ୍ବ ଯେତେ ସମ୍ଭବ କରିବା ତୀର୍ଥସାର

ସଜ ସକାଳ ଖରା କୋମଳ କରନା ବିଳମ୍ବ ଆଉ

ଚାଲିବା ଏବେ ତୀର୍ଥ ମାରଗେ ସବୁରି କାମ ଥାଉ ।

ଉପଦେଷ୍ଟାଙ୍କ ମୁଖରୁ ଏପରି କଥା ଶୁଣିବା ମାତ୍ରେ ବୋଲକରା ଆଉ କାଳ ବିଳମ୍ବ ନକରି ଗଣ୍ଠିଲିକୁ ମୁଣ୍ଡାଇ ହାତରେ ଲଣ୍ଠନଟିକୁ ଧରି ଆଗ ବାହାରି ପଡିଲା । ଆଉ ବାକି ରହିଲା କମ୍ବଳ ଆଉ ଛତା । ତାହାକୁ ଚତୁର ବ୍ୟଙ୍ଗକାର ନିଜ କାନ୍ଧରେ ପକାଇ ଆଗରେ ଚାଲିବା ଆରମ୍ଭ କରନ୍ତେ ବୋଲକରା ତାଙ୍କ ପଛେ ପଛେ ଚାଲିଲା ।

ଯିବା ରାସ୍ତାରେ ସବୁ ନୂଆ ନୂଆ ସ୍ଥାନ ପଡିଲା । ସୁନ୍ଦର ବକ୍ର ଗତିର ନଦୀର ସୌନ୍ଦର୍ଯ୍ୟ ସହିତ ରାସ୍ତା ପାଶ୍ୱର୍ରେ ସୁନ୍ଦର ସୁନ୍ଦର ସୁଗନ୍ଧ ଯୁକ୍ତ ପୁଷ୍ପ ଫଳର ବୃକ୍ଷ ଦେଖି ବୋଲକରା ଖୁବ୍ ଖୁସି ହୋଇ ଯାଉ ଥାଏ । ମଝିରେ ମଝିରେ ସେ ମଧ୍ୟ ଚତୁର ବ୍ୟଙ୍ଗକାରଙ୍କୁ କହୁ ଥାଏ – ତମେ ମୋତେ ଧନ୍ୟ କରି ଦେଲ ମହାନୁଭବ । ଆମ ଗାଁରେ କେଉଁ ଠାରେ କାଳୀ ମନ୍ଦିର ଗୋଟାଏ ଅଛି ଯେ ତାହାକୁ ଆଜି ଯାଏଁ ଦେଖିବାର ସୁଯୋଗ ପାଇ ନଥିଲି ମୁଁ । କିନ୍ତୁ ମହାନୁଭବ ଆପଣ ଦୟା କରିବାରୁ ମୁଁ ଆଜି ଦେଶ ବିଦେଶରେ କେତେ କେତେ ନୂଆ ନୂଆ ସ୍ଥାନ ଦେଖୁଛି ।

ଏହି ପରି ଭାବରେ ଚତୁର ବ୍ୟଙ୍ଗକାର ଓ ବୋଲକରା ଯେତେ ଆଗକୁ ଆଗକୁ ଯାଉ ଥାଆନ୍ତି ବୋଲକରାର ମନ ସେତେ ଖୁସି ହୋଇ ଯାଉ ଥାଏ । ବେଳେ ବେଳେ ଚାଲି ଚାଲି ଅବଶ ହୋଇ ପଡିଲେ ବୋଲକରା କହେ ମହାନୁଭବ ମହାପ୍ରଭୁ ଏହି ଠାରେ ଟିକେ ଥକ୍କା ମେଂଟାଇ ନେଲେ ଭଲ ହୁଅନ୍ତା ନାହିଁ ।

ବୋଲକରା ବାରମ୍ବାର ଏପରି କହିବା କାରଣରୁ ଚତୁର ବ୍ୟଙ୍ଗକାର କହିଲେ ଠିକ୍ ଅଛି । ଆମେ ଆଉ ଅଳ୍ପ ପଥ ଆଗକୁ ଚାଲି ଗଲେ ଆଗରେ ଏକ ଧର୍ମଶାଳା ଦେଖା ଯାଉଛି । ସେଠାରେ ମଧ୍ୟ କୌଣସି ସ୍ଥାନୀୟ ଦେବତାଙ୍କର ମନ୍ଦିର ଅଛି । ସେହି ଠାରେ ବିଶ୍ରାମ ନେବା ।


ଗପ ସାରଣୀ

ତାଲିକାଭୁକ୍ତ ଗପ