ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚତୁର୍ଥ ଯାମିନୀ ଓ ବେତାଳ

ରାଜା ବିକ୍ରମାଦିତ୍ୟ ଆନନ୍ଦରେ ପଲଙ୍କରେ ଶୟନ କରିଥିଲେ । ପ୍ରଭାତ ହେବାଜାଣି ଦାସୀମାନେ ତାଙ୍କୁ ଉଠାନ୍ତେ ପୂର୍ବପରି ରାଜା ବିକ୍ରମାଦିତ୍ୟ କହିଲେ ଆହା ସ୍ୱପ୍ନଟା ବନ୍ଦ କରିଦେଲ । ଚିତ୍ରରଥ ଆସି କୋଳି ମଜା ଦେଖିବାଠାରୁ ଆରମ୍ଭକରି ଦୁହିଁଙ୍କର ରତିକ୍ରୀଡା କଥା ଦାସୀଙ୍କୁ କହିଲେ । ନାରଦ ମହର୍ଷି ମାନବୀ ସଙ୍ଗରେ ଚିତ୍ରରଥ ପ୍ରେମ କରୁଥିବା କଥା ଗନ୍ଧର୍ବର ପତ୍ନୀକୁ କହିବାରୁ ଗନ୍ଧର୍ବୀ ଚିତ୍ରରଥକୁ ମାଡ ମାରିଲା । ତା’ର ସର୍ବାଙ୍ଗରୁ ରକ୍ତ ବହିଗଲା । ଏ ସମସ୍ତ କଥା ଶ୍ରବଣ କରି ଦାସୀମାନେ ନିଜର କର୍ମ ସମାପନ କରି କମଳିନୀ ପାଖରେ ପହଁଚିଲେ । ପୂର୍ବପରି ଗତ ରାତ୍ରିର ସମସ୍ତ କଥା କମଳିନୀକୁ କହିଲେ । ଦାସୀମାନେ କାର୍ଯ୍ୟସାରି ନିଜ ବାସକୁ ଗଲେ । କମଳିନୀ ମନଦୁଃଖରେ ଅଗଣା ଗୃହରେ ରହିଲା । ସ୍ୱର୍ଗର ଗନ୍ଧର୍ବ ଚିତ୍ରରଥ ଆସି ଶୟନ କକ୍ଷରେ ପ୍ରବେଶି କମଳିନୀକୁ ଉଠାଇଲା । କମଳିନୀ ଶଯ୍ୟାରୁ ଉଠିଲା ନାହିଁ । ଗନ୍ଧର୍ବ ଚିତ୍ରରଥ ଶୌଚ ହୋଇ ପଚାରିଲା ସଖି କହ କି ନିମନ୍ତେ ତୋର ବଦନ ବିରସ । ମୁଖପୋତି ନବସି ସତ୍ୟ କଥା କୁହ । କମଳିନୀ କହିଲା ଆଜି ଦିନଠାରୁ ତୁମ୍ଭ ସଙ୍ଗରେ ମୋର ପ୍ରୀତି ଶେଷ । ତୁମ୍ଭେ ଭାର୍ଯ୍ୟାଠାରୁ ନିତି ମାଡଗାଳି ଖାଉଛ, ଦୁଇ ନାବରେ ଗୋଡ ରଖିଛ ତୁମେ । ମୋତେ କିଛି ନକହି ତୁମ୍ଭେ ଚାଲିଯାଅ । ଚିତ୍ରରଥ କହିଲା ସଖି ଆଜ କିମ୍ପାଇଁ ଏପରି କଥା କହୁଛୁ । ନୂଆ ପତି ପାଇବାରୁ ଏବେ ମୋଠାରେ ଛଳନା କରୁଛୁ ।

         କମଳିନୀ କହିଲା ତମ୍ଭର ପିଠି ଦେଖାଅ । ମୁଁ ଦେଖିବି ଯେବେ ତୁମ ପିଠିରେ ଚିହ୍ନ ନଥିବ ମୁଁ ତୁମ କଥା ମାନିବି । ଏତିକି କହି କମଳିନୀ ତା’ ଅଙ୍ଗରୁ ବସ୍ତ୍ର କାଢି ଦିଅନ୍ତେ ମାଡ ଚିହ୍ନ ଦେଖିପାରିଲା । ଏତିକି ଦେଖି କମଳିନୀ ଏକ ଛାଂଚୁଣୀ ଧରି ଚିତ୍ରରଥକୁ ଗାଳିମନ୍ଦ କରି ମାଡ ଦେଲା । ଦେହରୁ ରକ୍ତ ଝରୁଥାଏ । ତଥାପି ଗନ୍ଧର୍ବ ଯାଉ ନଥାଏ । ବହୁତ ମାଡ ମାରି ଜେମା ତା’ପ୍ରତି ଦୟାଭାବ ଦେଖାଇ ଜଳ ଦେଲା । ଗନ୍ଧର୍ବ ସ୍ୱର୍ଗରୁ ଆଣିଥିବା ପାରିଜାତ ପୁଷ୍ପ କମଳିନୀକୁ ଦେବାରୁ ସେ ଆନନ୍ଦ ହେଲା । ଦୁହେଁ ପଲଙ୍କ ଉପରେ ରତି ରସରେ ମାତିଲେ । ତାଳ, ବେତାଳ ଦୁହେଁ ଚିତ୍ରରଥର ଅବିକଳ ରୂପଧରି ତା’ଗୃହକୁ ଗଲେ । ଅବିକଳ ଚିତ୍ରରଥର ରୂପଧରି ତା ସ୍ତ୍ରୀକୁ ଡାକିଲେ । ଚିତ୍ରରଥ ଡାକ ଶୁଣି ତା’ ନାରୀ କବାଟ ଫେଡିକରି ବେତାଳକୁ ନେଇ ପଲଙ୍କରେ ବସାଇଲା । ମିଷ୍ଟାନ୍ନ ଖାଇବାକୁ ଦେଲା । ବେତାଳ ଗନ୍ଧର୍ବ ଭାର୍ଯ୍ୟାକୁ ଧରି ପଲଙ୍କରେ ଶୟନ କଲା । ଆନନ୍ଦ ମନରେ ତା’ ସଙ୍ଗରେ ରତିକ୍ରୀଡା କଲା । ଚିତ୍ରରଥ କମଳିନୀକୁ ତେଜି ନିଜପୁରକୁ ଅଇଲା । ଦ୍ୱାରବନ୍ଧ ପାଖରେ ତା’ର ନାମଧରି ଡାକିଲା । ରତିକ୍ରୀଡା ସାରି ପତ୍ନୀ ତା’ର ଆନନ୍ଦରେ ଶୋଇଛି । ସେ ବା କାହିଁକି ଶୁଣିବ, ଗନ୍ଧର୍ବ ରୂପି ବେତାଳ ପାଟିକରି ଉଠିଲା । ଚିତ୍ରରଥ ବିରକ୍ତ ହୋଇ ଘରର ଦ୍ୱାରଭାଙ୍ଗି ଭିତରକୁ ଗଲା । ଚିତ୍ରରଥକୁ ଦେଖି ବେତାଳ ଅଦୃଶ୍ୟ ହୋଇଗଲା । ତା’ର ଭାର୍ଯ୍ୟାକୁ ଚିତ୍ରରଥ ଉଠାଇ ମନଇଚ୍ଛା ବିଧା, ଚାପୋଡା ଗୋଇଠା ପ୍ରହାର କଲା । ସେଦିନ ସତୀ ସାବିତ୍ରୀପରି ମୋ ସଙ୍ଗରେ କଳି କରୁଥିଲୁ । ତୋର ଚତୁରୀ ପଣ ଧରାପଡିଗଲା । ସ୍ୱାମୀ ସ୍ତ୍ରୀ ଦୁଇଜଣ ଧରାଧରି ମରାମରି ହେଲେ । ତାଳ ଓ ବେତାଳ ଦୁହେଁ ଶୂନ୍ୟ ମାର୍ଗରେ ରହି ଦେଖୁଥାନ୍ତି । ଏମାନଙ୍କର ମାଡ ଗୋଳ ଦେଖିସାରି ତାଳ ବେତାଳ ଦୁହେଁ ରାଜା ବିକ୍ରମାଦିତ୍ୟଙ୍କ ପାଖରେ ପ୍ରବେଶ ହୋଇ ତାଙ୍କୁ ଗତ ରାତ୍ରିର ସମସ୍ତ ଘଟଣା କହିଲେ । ବିକ୍ରମାଦିତ୍ୟ କହିଲେ ହେ ତାଳ ବେତାଳ! ତୁମ୍ଭେ ସ୍ୱର୍ଗପୁର ଯାଇ ନନ୍ଦନ ବନରୁ ପାରିଜାତ ପୁଷ୍ପ ଆଣି ଠୁଳ କର । କାଲି ଦେଖିବ କିପରି ହାସ୍ୟରୋଳ ସୃଷ୍ଟି ହେବ ।

         ରାଜା ବିକ୍ରମାଦିତ୍ୟଙ୍କ କଥା ଶୁଣି ତାଳ ଓ ବେତାଳ ସ୍ୱର୍ଗପୁରକୁ ଗଲେ । ବିକ୍ରମାଦିତ୍ୟ ପଲଙ୍କରେ ଶୟନ କରିଲେ । ଦାସୀମାନେ ରାଜାଙ୍କୁ ଉଠାଇ ଗତ ରାତ୍ରିର ସ୍ୱପ୍ନ କଥା ପଚାରିଲେ । ବିକ୍ରମାଦିତ୍ୟ କହିଲେ ଯାହା କହୁଛି ଏବେ ମନଦେଇ ଶୁଣ । ସ୍ୱପ୍ନରେ ଦେଖିଲି କମଳିନୀ ଚିତ୍ରରଥକୁ ଛାଂଚୁଣୀ ଧରି ପ୍ରହାର କଲା । ମାଡ ଖାଇ ଚିତ୍ରରଥ ନିଜ ଗୃହକୁ ପଳାୟନ କଲା । ତା’ର ଘରଦ୍ୱାର ବିକା ଯାଇଥିଲା । ଦ୍ୱାର ଦେଶରେ ରହି ତା’ ପତ୍ନୀକୁ ଡାକିଲା । ତା’ର ପତ୍ନୀ ଅନ୍ୟ ପୁରୁଷ ସଙ୍ଗେ ଶୋଇ ଥିଲା । ନ ଶୁଣନ୍ତେ ଦ୍ୱାର ଭାଙ୍ଗି ଚିତ୍ରରଥ ଗୃହରେ ପ୍ରବେଶ କଲା । ଦୋଚାରୁଣୀ ବୋଲି ତା ଭାର୍ଯ୍ୟାକୁ ଗାଳିମନ୍ଦ କଲା । ଗନ୍ଧର୍ବୀ କ୍ରୋଧିତ ହୋଇ ଚିତ୍ରରଥକୁ ଛାଂଚୁଣୀରେ ପ୍ରହାର କଲା । ତୁମ୍ଭେ ମୋତେ ନ ଉଠାଇଥିଲେ ମୁଁ ଆଉ କିଛି ଦେଖିଥାନ୍ତି । ଦାସୀମାନେ ସମସ୍ତ କଥା ଶୁଣି ହସି ଉଠିଲେ । ଜେମା ପାଖରେ ଯାଇ ପହଁଚି ତାଙ୍କୁ ରାଜା ବିକ୍ରମାଦିତ୍ୟ କହିଥିବା ସ୍ୱପ୍ନକଥା କହିଲେ । ସମସ୍ତକଥା ଶ୍ରବଣ କରି କମଳିନୀ ଭୟରେ ଥରିବାକୁ ଲାଗିଲା । ମନମଧ୍ୟରେ ଚିନ୍ତାକଲା ରାଜବଂଶରେ ଜନ୍ମି ମୁଁ କଳଙ୍କିନୀ ହେଲି । ଦାନ୍ତରେ ତିରଣ ଧରି ବିକ୍ରମାଦିତ୍ୟଙ୍କ ପଦରେ ଶରଣ ପଶିବି । କାଳେ ମୋତେ ସେ କ୍ଷମା ଦେଇ ପାରନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ