ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚତୁର ଇଭାନ୍

ହେଟାବାଘ ହଠାତ୍ ଇଭାନ୍ର ଏପରି କଥା ଶୁଣି ତାପ୍ରତି ସହାନୁଭୂତି ପ୍ରକାଶ କଲା । ହେଟାବାଘ ସେ ଇଭାନ୍କୁ କହିଲା, “ତୁ ଆଦୌ ଦୁଃଖ କର ନାହିଁ । ତୋ ଘୋଡାଟି ମୁଁ ଖାଇଛି । ତେଣୁ ସେ ସୁନାଚଢେଇ ଖୋଜି ଦେବା ପାଇଁ ତୋତେ ମୁଁ ହିଁ ସାହାଯ୍ୟ କରିବି । ତୁ ମୋ ପିଠିରେ ବସ । ମୁଁ ତୋତେ ସୁନା ଚଢେଇ ରହିଥିବା ରାଜ୍ୟକୁ ନେଇଯିବି ।”

ଇଭାନ୍ ଯେମିତି ସେ ହେଟାବାଘ ପିଠିରେ ବସିଲା, ସେ ହେଟାବାଘଟି ପବନ ପରି ଖାଲି ଦଉଡିବାକୁ ଲାଗିଲା । ଶେଷରେ ସେ ଦୁହେଁ ଯାଇ ପହଁଚିଲେ ଗୋଟିଏ ଦୁର୍ଗ ପାଖରେ । ସେଇଠି ଇଭାନ୍କୁ ଓହ୍ଲାଇ ଦେଇ ହେଟାବାଘ କହିଲା, “ଆମେ ଅସଲ ସମୟରେ ଆସି ପହଁଚି ଯାଇଛେ । ସବୁ ଜଗୁଆଳି ତ ଯିଏ ଯୁଆଡେ ଶୋଇପଡିଛନ୍ତି । ତୁ ଚୁପ୍ଚାପ୍ ଦୁର୍ଗର କାନ୍ଥରେ ଚଢି ଦେଖିବୁ ଗୋଟିଏ ପଞ୍ଜୁରୀ ଭିତରେ ସୁନା ଚଢେଇଟିଏ ଅଛି । ପଞ୍ଜୁରୀ ଭିତରୁ ସୁନା ଚଢେଇଟି ତୁ ନେଇ ଆସିବୁ । ହେଲେ ସେ ସୁନାପଞ୍ଜୁରୀକୁ ତୁ ଆଦୌ ଲୋଭ କରିବୁ ନାହିଁ ।” ଇଭାନ୍ ସେ ଦୁର୍ଗର କାନ୍ଥରେ ଚଢି ଦେଖିଲା, “ସତକୁ ସତ ସେ ସୁନା ପଞ୍ଜୁରୀରେ ସୁନା ଚଢେଇଟିଏ ବସିଛି । ସେସବୁ ବଡ ସୁନ୍ଦର ବି ଦେଖା ଯାଉଛି । ତହୁଁ ସେ ଇଭାନ୍ ଭାବିଲା, ଏଡେ ସୁନ୍ଦର ଚଢେଇକୁ ପଞ୍ଜୁରୀଟି ନ ହେଲେ ଘଟଣ ହେବନାହିଁ ।” ଏହାଭାବି ସେ ଯେମିତି ସେ ସୁନାପଞ୍ଜୁରୀଟି ଉଠାଇଛି ସଙ୍ଗେ ସଙ୍ଗେ  ଜଗୁଆଳିମାନେ ଉଠିବସିଲେ । ହଠାତ୍ ଚାରିଆଡେ ଖାଲି ଗହଳ ଚହଳ ଆରମ୍ଭ ହୋଇଗଲା । ଜଗୁଆଳିମାନେ ତୁରନ୍ତ ଆସି ସେ ସୁନାପଞ୍ଜୁରୀ ଚୋର ଇଭାନ୍କୁ ବାନ୍ଧି ପକାଇଲେ ଏବଂ ସେ ରାଜ୍ୟର ରାଜାଙ୍କ ପାଖରେ ତାକୁ ନେଇ ହାଜର କଲେ । ରାଜା ଇଭାନ୍କୁ ବହୁତ ଧିକ୍କାରିଲେ । ଶେଷରେ ରାଜା କହିଲେ, “ତୁ ଯଦି ପଡୋଶୀ ରାଜ୍ୟର ସେ ସୁନାଘୋଡାକୁ ଆଣି ମୋତେ ଦେବୁ, ତେବେ ତୋତେ ମୁଁ ଏଇ ସୁନା ଚଢେଇଟି ଉପହାର ସ୍ୱରୂପ ଦେବି । ନଚେତ୍ ତୋର ମୃତ୍ୟୁଦଣ୍ଡ ।”

ତାପରେ ମନ ଦୁଃଖରେ ଇଭାନ୍ ସେ ଦୁର୍ଗ ବାହାରକୁ ଆସିଲା । ହେଟାବାଘ ତା’ପାଖକୁ ଆସି କହିଲା, “ମୋ କଥା ତ ଶୁଣିଲୁ ନାହିଁ । ଏବେ ତୋତେ ହିଁ ବିପଦ ପଡିଲା ।” ସେହିକ୍ଷଣି ଇଭାନ୍ ବି ନିଜ ଦୋଷ ମାନିଲା ।

ହେଟାବାଘ କହିଲା, “ଏଥର ମୋର ବୋଲ କର । ଆଉ ବିପଦ ମୋଟେ ପଡିବ ନାହିଁ ।” ଏହା କହି ସେ ହେଟାବାଘ ନିଜ ପିଠିରେ ବସାଇ ଇଭାନ୍କୁ ତୁରନ୍ତ ସୁନାଘୋଡା ରାଜ୍ୟକୁ ନେଇଗଲା, ତାପରେ ହେଟାବାଘଟି ଇଭାନ୍କୁ ନିଜ ପିଠିରୁ ଓହ୍ଲାଇ କହିଲା, “ଦେଖ, ରଜାଘର ଘୋଡାଶାଳରେ ସୁନାଘୋଡା ବନ୍ଧା ହୋଇଛି । ଜଗୁଆଳିମାନେ ତ ଶୋଇପଡିଛନ୍ତି । ଏହି ସମୟରେ ତୁ ଯାଇ ଘୋଡାଟିକୁ ଫିଟାଇ ନେଇଆସିବୁ । ହେଲେ ସାବଧାନ! ସେଠାରେ ଝୁଲୁଥିବା ସୁନା ହାଉଦାକୁ ତୁ କଦାପି ଆଣିବୁ ନାହିଁ ।” ଇଭାନ୍ ହେଟାବାଘ କଥାରେ ହଁ କରି ଗଲା ସିନା, ହେଲେ ସେ ଘୋଡା ପାଖରେ ପହଁଚି ଇଭାନ୍ ସବୁ କିଛି ଭୁଲିଗଲା । ମନେ ମନେ ବିଚାରିଲା ସୁନା ଘୋଡାକୁ ସୁନା ହାଉଦା ସିନା ମାନିବ । ଏହା ବିଚାରି ସେ ଇଭାନ୍ ଯେମିତି ସେ ସୁନା ହାଉଦାରେ ହାତ ଦେଇଛି, ଜଗୁଆଳିମାନେ ସେହିକ୍ଷଣି ଉଠିପଡି ଇଭାନ୍କୁ ବାନ୍ଧି ପକାଇଲେ ଏବଂ ତାକୁ ନେଇ ସେ ରାଜ୍ୟର ରାଜାଙ୍କ ପାଖରେ ପହଁଚାଇ ଦେଲେ । ରାଜା ବି ସବୁ କଥା ଶୁଣି ରାଗରେ ନିଆଁ । ଶେଷକୁ ରାଜା କହିଲେ, “ପାଖ ରାଜ୍ୟରେ ରାଜକୁମାରୀ ହେଲେନ୍ ଅତି ସୁନ୍ଦରୀ । ତାକୁ ଆଣି ମୋତେ ଦେଲେ ତୋତେ ମୁଁ ଏଇ ସୁନାଘୋଡାଟି ଦେବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ