ଥରେ ଜଣେ ପହିଲିମାନ୍ ଦର୍ପଣ ସାମନାରେ ଛିଡା ହୋଇ ଦେଖିଲା ଯେ, ସେ ବୁଢାଳିଆ ଦିଶିଲାଣି । କେବେଠାରୁ ତା’ର ତ ବାଳ ଉପୁଡୁଥିଲା । କିନ୍ତୁ ଏବେ ସେ ତ ପୂରା ଚନ୍ଦା! ନିଜର ଚନ୍ଦାମୁଣ୍ଡ ଘୋଡେଇବାକୁ ସେ ପହିଲିମାନ୍ ଗୋଟିଏ ପରଚୂଳ (ୱିଗ୍) ପିନ୍ଧିଲା ।
ଥରେ ନିଜ ବନ୍ଧୁମାନଙ୍କ ସହିତ ସେ ପହିଲିମାନ ଶିକାରକୁ ବାହାରିଲା । ବଢିଆ ପୋଷାକ ପିନ୍ଧି ପରଚୁଳ ଲଗେଇ ସାଙ୍ଗଙ୍କ ସହିତ ସେ ପହିଲିମାନ ଫୁର୍ତ୍ତିରେ ଚାଲିଲା । ଯେମିତିକି ସେ ପହିଲିମାନ ବୁଢାଳିଆ ଦିଶିଲାଣି ବୋଲି ତା’ ସାଙ୍ଗମାନେ ତାର ଟେର୍ ସୁଧା ବି ନ ପାଆନ୍ତି । ମାତ୍ର ବଣ ଭିତରେ ବତାସ ହେଲା ଓ ଯାହା ଦ୍ୱାରାକି ସେ ପହିଲିମାନ୍ର ପରଚୂଳା ଉଡିଗଲା । ତା’ପରେ ବନ୍ଧୁମାନେ ସେ ପହିଲିମାନର ଚନ୍ଦାମୁଣ୍ଡ ଦେଖି ଖୁବ୍ ହସିଲେ ।
ଏସବୁ ଦେଖି ସେ ପହିଲିମାନ ନିଜେ ବି ହସି ପକେଇ କହିଲା – ମୋ ନିଜ ଚୁଟିତ ରହିଲା ନାହିଁ । ଶେଷରେ ଅନ୍ୟର ଚୁଟି ଲଗେଇଲି ଯେ ହେଲେ ତାହା ବି ଆଉ କାହିଁକି ରହିବ?
ନିଜକୁ ପରିହାସ କରି ପାରିବା ଗୋଟିଏ ବଡ ଗୁଣ!