ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚମତ୍କାର ହିସାବ!

ଜୟଗଡ ଗାଁର ଲୋକେ ଗୋଟାଏ ମନ୍ଦିର ନିର୍ମାଣ କରିବାକୁ ସ୍ଥିର କଲେ ଓ ମହାଜନ ପାଖକୁ ଯାଇ ସେମାନଙ୍କ ଯୋଜନା କଥା କହିଲେ ଓ ଚାନ୍ଦା ବି ମାଗିଲେ ।

                ସବୁ ଶୁଣି ସେ ମହାଜନ କହିଲେ “ଶୁଣ । ଗାଁ ସୀମାରେ ଆମ୍ବତୋଟା ପାଖରେ ମୋର ଖଣ୍ଡିଏ ଜମି ପଡିଆ ପଡିଛି । ତା’ର ମୂଲ୍ୟ ଏକହଜାର ଟଙ୍କା । ତମେ ମୋ ନାମରେ ହଜାରେ ଟଙ୍କା ଚାନ୍ଦା ବସାଇ ଦିଅ ଓ ସେହି ଜମି ଉପରେ ମନ୍ଦିର ନିର୍ମାଣ କର ।”

                ଲୋକେ ଦେଖିଲେ, ଏ ପ୍ରସ୍ତାବ କିଛି ମନ୍ଦ ନୁହେଁ । ସେମାନେ ସେହି ଜମି ଉପରେ ମନ୍ଦିର ନିର୍ମାଣ ପାଇଁ ସ୍ଥିର କରି ତା’ପରେ ଚାନ୍ଦା ଆଦାୟରେ ଲାଗି ପଡିଲେ ।

                ସେମାନେ ମନ୍ଦିର ନିର୍ମାଣ ସକାଶେ ଯେତିକି ଖର୍ଚ୍ଚ ହେବ, ସେଥିପାଇଁ ଆଉ ପାଞ୍ଚଶହ ଟଙ୍କା ଅଧିକା ଆବଶ୍ୟକ ହେବ ବୋଲି ହିସାବରେ ଦେଖିଲେ । କିନ୍ତୁ ସେତେବେଳକୁ ଗ୍ରାମବାସୀମାନେ ଯିଏ ଯାହାର ସାଧ୍ୟ ମତେ ଚାନ୍ଦା ଦେଇ ସାରିଥିଲେ । ଏବେ କେବଳ ମହାଜନହିଁ ଅଧିକା ଦେଇ ପାରିବେ ।

                ତା’ପରେ ସେମାନେ ଏପରି ଭାବି ମହାଜନଙ୍କ ପାଖକୁ ଯାଇ ଆଉ ପାଞ୍ଚଶହ ଦରକାର ବୋଲି କହିବା ମାତ୍ରେ ସେ ମହାଜନ କହିଲେ, “ବେଶ୍, ବେଶ୍, ମୁଁ ପନ୍ଦର ଶହ ଚାନ୍ଦା ଦେଲି ବୋଲି ଲେଖ ।”

                ଗ୍ରାମବାସୀମାନେ ଏଥର ଆନନ୍ଦରେ ଖାତାରେ ତାହାହିଁ ଲେଖିଲେ ଓ କହିଲେ, “ତେବେ ପାଞ୍ଚଶହ ଟଙ୍କା ଏବେ ଦେବେ?”

                ମହାଜନ କହିଲେ “ଆରେ, ପୁଣି ଆହୁରି ଦେବା ଦରକାର କ’ଣ? ସେ ଜମିଖଣ୍ଡିକର ଦାମ କ’ଣ ଆଉ ହଜାରେ ଅଛି? ତା’ର ଦାମ ମୁଁ ପନ୍ଦର ଶହକୁ ବଢାଇ ଦେଲିଣି । ଏଥର ତମେମାନେ ଯାଅ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ