ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚମର ଜୋତା

                ସଦାଶିବ ପ୍ରଥମେ ଚୁପ୍ ରହିଲେ, ପରେ କହିଲେ, “ତୁମେ ଆଉ ଥଟ୍ଟା କରୁନାହଁ ତ? ବହୁତ କଥା ଏମିତି କୁହାଯାଏ । ଏକଥା କ’ଣ ତମେ ଜାଣନାହିଁ?” ମହାଦେବ ଏବେ ରାଗି ଯାଇ ଗର୍ଜ୍ଜନ କରି କହିଲେ, “ଥଟ୍ଟା? ତମେ ପୁଣି ଏପରି କଥାକୁ ଥଟ୍ଟା ବୋଲି କହୁଛ? କଥା ତ କଥା – ପୁଣି ଏଥିରେ ଥଟ୍ଟା କ’ଣ?”

                ମହାଦେବଙ୍କର ଏପରି ଗର୍ଜନ ତର୍ଜନ ଶୁଣି ସେଠାରେ ଅନେକ ଲୋକ ଜମିଗଲେ । କେତେକ ଲୋକ ମହାଦେବଙ୍କୁ ବୁଝାଇବାକୁ ଚେଷ୍ଟା କଲେ । କିନ୍ତୁ ସେତେବେଳେ ତ ତାଙ୍କ ଉପରେ ଶଇତାନ୍ ସବାର ହୋଇଥିଲା ।

                କ୍ରମେ ଏକଥା ସେ ଗ୍ରାମର ମୁଖିଆଙ୍କ କାନରେ ଯାଇ ପଡିଲା । ମୁଖିଆ ମହାଦେବଙ୍କ ସପକ୍ଷରେ ଗଲେ । କାରଣ ସେ ତାଙ୍କଠାରୁ ଲାଂଚ ନେଇଥିଲେ । ମୁଖିଆଙ୍କ କଥା ଶୁଣି ସଦାଶିବଙ୍କ ମଥା ହଠାତ୍ ଘୁରିଗଲା । ତାଙ୍କୁ ତାଙ୍କ ଝିଅ ଜ୍ୱାଇଁ କହିଲେ ଯେ ବରଂ ସେ ଯାଇ ରାଜାଙ୍କ ପାଖରେ ଫେରାଦ୍ ହୁଅନ୍ତୁ ।

                ସଦାଶିବଙ୍କ ଠାରୁ ସବୁକଥା ଶୁଣି ରାଜା ମହାଦେବଙ୍କୁ ଡକାଇଲେ । ତାପରେ ସେ ଦୁହିଁଙ୍କ ଠାରୁ ସବୁ ଶୁଣିବା ପରେ ରାଜା କହିଲେ ଏକ ସପ୍ତାହ ପରେ ଏ ବିଷୟରେ ଯାହା କିଛି ସମାଧାନ କରାଯିବ । ଏହାଶୁଣି ସେ ଦୁହେଁ ନିଜ ଗ୍ରାମକୁ ଫେରିଗଲେ ।

ଦୁଇଦିନ ପରେ ମହାଦେବ କୌଣସି ଏକ ଜରୁରୀ କାମରେ ସହରକୁ ଗଲେ । ବାଟରେ ଜଙ୍ଗଲ ପଡେ । ସେଠାରେ ଚୋରମାନେ ସମସ୍ତ ଧନ ଲୁଟିନେଇ ଯିବାକୁ ବାହାରିବା ବେଳେ ରାଜା ଯାଇ ସେଠାରେ ପହଁଚିଲେ । ରାଜାଙ୍କୁ ଚିହ୍ନି ପକାଇ ସେ ତାଙ୍କୁ ନମସ୍କାର କରି କହିଲେ, “ମହାରାଜ, ମୋର ସମସ୍ତ ଧନ ବରବାଦ ହୋଇଗଲା । ଏମାନଙ୍କଠାରୁ ମୋ ଧନ ମୋତେ ଫେରାଇ ଦିଅନ୍ତୁ ମୁଁ ଚିରଦିନ ଲାଗି ଆପଣଙ୍କ ପାଖରେ ଋଣୀ ରହିବି । ଦରକାର ହେଲେ ମୁଁ ମରିବା ପରେ ଆପଣଙ୍କ ପୁଅ ରୂପେ ଜନ୍ମ ହୋଇ ମୁଁ ଆପଣଙ୍କ ଋଣ ସୁଝିବି ।” ରାଜା ଏକଥା ଶୁଣି ତାଙ୍କର ତରବାରୀ ବାହାର କରି ଚୋର ମାନଙ୍କୁ ଧମକ ଦେଲେ । ଏହାପରେ ସେମାନେ ପ୍ରାଣ ବିକଳରେ ସବୁକିଛି ସେଇଠି ଛାଡି ପଳାଇଲେ । ଏହି ଘଟଣା ପରେ ମହାଦେବ ରାଜାଙ୍କୁ ବାରମ୍ବାର ପ୍ରଣାମ କଲେ ।

ଏଣେ ସଦାଶିବ ଓ ମହାଦେବଙ୍କର ଶୁଣାଣୀ ଦିନ ଆସିଗଲା । ଦୁହେଁ ଦରବାରକୁ ଆସିଥା’ନ୍ତି । ରାଜା ପୁଣି ଥରେ ସେମାନଙ୍କ କଥା ଶୁଣି ସମାଧାନ କରି କହିଲେ, “କଥା ତ କଥା ହୋଇ ରହେ । ମଣିଷ ନିଜର କଥା ରଖିବା ଉଚିତ୍ । ତେଣୁ ସଦାଶିବ ନିଜର ଚମରେ ମହାଦେବଙ୍କ ପାଇଁ ଜୋତା ବନାଇ ଦେବା ଉଚିତ୍ ।”

ରାଜାଙ୍କ କଥା ଶୁଣି ସଦାଶିବ ଭୟରେ ଥରିଲେ । ଦରବାରର ସମସ୍ତ ଲୋକ ରାଜାଙ୍କର ଏହି କଥା ଶୁଣି ଖୁବ୍ ଆଶ୍ଚର୍ଯ୍ୟ ହେଲେ । ଏଣେ ଏ ମହାଦେବଙ୍କ ଆନନ୍ଦ ଆଉ ଦେଖେ କିଏ? ତା’ପରେ ରାଜା ମହାଦେବଙ୍କୁ ଚାହିଁ କହିଲେ, “ଆଚ୍ଛା ମହାଦେବ, ତୁମେ ମୋତେ ଯେଉଁ କଥା ଦେଇଛ, ସେକଥା କ’ଣ କରାଯିବ?”

ମହାଦେବ କିଛି ନଜାଣିଲା ପରି ପଚାରିଲେ “କି କଥା ମହାରାଜ?”

ରାଜା ବୁଝାଇ କହିଲେ “ଆରେ ଦୁଇ ଦିନ ଆଗରୁ ଘଟିଥିବା ଘଟଣା ତମେ କ’ଣ ଭୁଲିଗଲ କି? ତୁମେ ପରା ମୋତେ କଥା ଦେଇଥିଲ ଯେ ମୁଁ ଯଦି ତୁମକୁ ଚୋରଙ୍କଠାରୁ ରକ୍ଷା କରେ ତେବେ ତୁମେ ମରିକରି ପୁଣି ମୋର ପୁଅ ହୋଇ ଜନ୍ମ ନେବ । ତେବେ ନିଜ କଥା ରଖିବାକୁ ଗଲେ ତୁମକୁ ତ ଏବେହିଁ ମରିବାକୁ ହେବ ।”

ଏକଥା ଶୁଣି ସେ ମହାଦେବ ଛାନିଆରେ ଆପାଦ ମସ୍ତକ ଥରିଗଲେ ଓ କହିଲେ, “ମହାରାଜ, ମୁଁ ତ ସେକଥା ସେତେବେଳେ କେବଳ କଥା ହୋସରେ କହିଥିଲି ।”

ରାଜା କହିଲେ, “ଏସବୁ ତମେ କ’ଣ କହୁଛ କିନ୍ତୁ କଥା ତ କଥା ଏହି କଥାକୁ ନେଇ ତମେ ସଦାଶିବକୁ କେତେ ହଇରାଣ କରିଛ? ତମେ ମୋର ସମାଧାନ ଶୁଣିଲ? ଏବେ ମୁଁ ତୁମକୁ ନେଇ ନିଜର ସମାଧାନ କିପରି ପରିବର୍ତ୍ତନ କରିବି? ତୁମକୁ ପ୍ରଥମେ ମରି ପୁଣି ମୋ ପୁଅ ଭାବରେ ଜନ୍ମ ହେବାକୁ ପଡିବ ତାହା ପୁଣି ଏବେ, ଏହିକ୍ଷଣି । କାହିଁକି ନା ତୁମେ ଯେପରି ସଦାଶିବର ଚମରେ ତିଆରି ଜୋତା ପିନ୍ଧିବ, ଠିକ୍ ତା’ ପରକ୍ଷଣରେ ହିଁ ତୁମେ ମୋତେ ଦେଇଥିବା କଥା ମଧ୍ୟ ତୁରନ୍ତ ରକ୍ଷା କରିବ । ଏହା ମୋର ଆଦେଶ ।”

ଏଥର ସେ ଦରବାରର ଲୋକେ ଖୁବ୍ ହସିଲେ । ଏଭଳି ପରିସ୍ଥିତିରେ ମହାଦେବ ଲଜ୍ଜାରେ ନିଜ ମୁହଁ ତଳକୁ କଲେ । ସେ ବୁଝିପାରିଲେ ଯେ ରାଜା ତାଙ୍କୁ ଉଚିତ୍ ଶିକ୍ଷା ଦେବାକୁହିଁ ସେପରି ଚୋରୀ ନାଟକଟି କରିଥିଲେ ଓ ତାଙ୍କର ରକ୍ଷାକର୍ତ୍ତା ଭାବରେ ସେଠାରେ ସେ ନିଜେ ଦେଖା ଦେଇଥିଲେ ।

ଏଥର ସେ ମହାଦେବ ତତକ୍ଷଣାତ୍ ରାଜାଙ୍କ ପାଦତଳେ ପଡି ତାଙ୍କୁ କ୍ଷମା ମାଗି କହିଲେ, “ମୋର ବଡ ଭୁଲ୍ ହୋଇ ଯାଇଛି । ଏପରି ଭୁଲ୍ ଭବିଷ୍ୟତରେ ଆଉ କେବେ ହେଲେ ମଧ୍ୟ ହେବ ନାହିଁ । ଦୟାକରି ମୋତେ କ୍ଷମା ଦିଅନ୍ତୁ ।”

ରାଜା କହିଲେ “କିନ୍ତୁ ତା’ପୂର୍ବରୁ ତୁମେ ସଦାଶିବଙ୍କୁ କ୍ଷମା ମାଗିବା ଉଚିତ୍ ତେବେ ଯାଇ ମୁଁ ତୁମକୁ କ୍ଷମା କରିବି ।” ସଦାଶିବଙ୍କ ମନରେ ତ ସେମିତି କୌଣସି କଥା ନଥିଲା । ତେଣୁ ସେ ମହାଦେବଙ୍କୁ ସେହିକ୍ଷଣି କ୍ଷମା ଦେଇ ଦେଲେ ।

ସେଠାରେ ଉପସ୍ଥିତ ସେହି ଗ୍ରାମର ମୁଖିଆଙ୍କୁ ମଧ୍ୟ ରାଜା ସହଜରେ ଛାଡିଲେ ନାହିଁ । ରାଜା ତାଙ୍କୁ ଏସବୁ ବିଷୟରେ ସାବଧାନ କରାଇ ଦେଲେ ଓ ଛୋଟ କିଛି ଦଣ୍ଡ ମଧ୍ୟ ଦେଇ କହିଲେ ଏହା ଯେପରି ଆଉ ପୁନର୍ବାର ନ ଘଟେ ।

ରାଜାଙ୍କ ଏପ୍ରକାର ସମାଧାନରେ ଯେଉଁ ଚତୁରତା ଥିଲା ତାକୁ ସମସ୍ତେ ପ୍ରଶଂସା କଲେ । କିନ୍ତୁ ସବୁଠାରୁ ବଡ କଥା ହେଲା ଏହି ନ୍ୟାୟ ବିଚାର ଦ୍ୱାରା ମହାଦେବର ଗର୍ବ ଓ କୁଟୀଳ ପ୍ରକୃତିରେ ପ୍ରଭୂତ ପରିବର୍ତ୍ତନ ଦେଖାଗଲା । ଏଥରକ ସେ ସଦାଶିବଙ୍କର ପ୍ରକୃତ ମିତ୍ର ହୋଇଗଲେ । ତତ୍ସହିତ ଏହି ଘଟଣା ଅନେକଙ୍କ ଜୀବନକୁ ବି ପ୍ରଭାବିତ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ