ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚାକରର ବୁଦ୍ଧି

ହଠାତ୍ ପଡୋଶୀ ଘରୁ ନାନା ପ୍ରକାର ହଇଚଇ ଶବ୍ଦ ଶୁଣି ଏମାନେ ସେଠାକୁ ଦୌଡିଲେ । ଭୂପତିଙ୍କ ବନ୍ଧୁ ରାଜୁଙ୍କ ବାପା ହଠାତ୍ ଅସୁସ୍ଥ ହୋଇ ପଡିଛନ୍ତି । ବୈଦ୍ୟ ପରୀକ୍ଷା କରି କହିଲେ, “ଏହି ରୋଗ ପାଇଁ ମୋ ପାଖରେ କିଛି ହେଲେବି ଔଷଧ ନାହିଁ । ଏହି ରୋଗୀକୁ ଯଦି ସହରକୁ ନେଇଯାଆନ୍ତ, ତେବେ ଭାରି ଭଲ ହୁଅନ୍ତା ।”

ସହରରେ ଭୂପତିଙ୍କର ତ ବହୁତ ପରିଚିତ ଲୋକ ଅଛନ୍ତି, ନିଜ ଝିଅ ମଧ୍ୟ ସେଠାରେ ଅଛି । ତେଣୁ ରାଜୁଙ୍କ ଘରର ପରିବାର ଓ ଭୂପତି ଗୋଟିଏ ଗାଡି ଠିକ୍ କରି ସହରକୁ ଗଲେ । ଯିବାବାଟରେ ସେ ଶଙ୍କରର ଘର ପାଖରେ ଗାଡି ରଖିଲେ । ସେତେବେଳକୁ ତ ଶଙ୍କର ସହରକୁ ବାହାରି ଗଲାଣି ।

ଏବେ ଶଙ୍କର ସହିତ ଦେଖା ହେବାର କୌଣସି ସମ୍ଭାବନା ନାହିଁ । କାରଣ ଗାଡିର ରାସ୍ତା ଭିନ୍ନ, ଓ ଚାଲିକିଯିବା ରାସ୍ତା ଭିନ୍ନ । ଭୂପତି ରାଜୁଙ୍କ ବାପାଙ୍କର ଚିକିତ୍ସା ଜଣେ ଭଲ ଡାକ୍ତର ଦ୍ୱାରା କରାଇଲେ । ଡାକ୍ତର କହିଲେ, “ଭୟ କରିବାର କିଛି ନାହିଁ, ରୋଗୀ କେବଳ ଦୁଇଦିନ ମୋ ପାଖରେ ରହିବେ ।” ରୋଗୀ ପାଇଁ ସମସ୍ତ ବ୍ୟବସ୍ଥା ହୋଇଯିବା ପରେ, ଭୂପତି ତାଙ୍କ ଝିଅ ଘରକୁ ଗଲେ ।

ବାପାଙ୍କୁ ଦେଖି ଝିଅ ବଡ ଖୁସି ହୋଇ କହିଲା, “ବାପା, ଆପଣ କାହିଁକି ନିଜେ ଏତେ କଷ୍ଟ କଲେ? ଚାକର ହାତରେବି ତ ପଠାଇ ପାରିଥା’ନ୍ତେ ।”

ସମୁଦି କହିଲେ, “ବୋହୁ, ତୁ ଏପରି କାହିଁକି କହିଲୁ, ଆମର ଭାଗ୍ୟ ଯେ ସମୁଦି ନିଜେ ଆସିଛନ୍ତି ।”

ଭୂପତି ସବୁକଥା ଝିଅକୁ କହିଲେ । “ଶଙ୍କର ଚାଲି ଚାଲି ଆସୁଛି ତ ଡେରି ହେଉଛି । ମୁଁ ଯଦି ଆସିଲି, ତେବେ ରହିଯିବି ଓ ବିବାହ ଦେଖିବା ପରେ ଯାଇ ଯିବି ।”

ଅଳ୍ପସମୟ ପରେ ଶଙ୍କରବି ଆସି ସେଠାରେ ପହଁଚିଗଲା । ସେ ନିଜେ ଓଦା ହୋଇ ଯାଇଛି । କାହିଁକିନା ସେତେବେଳେ ତ ବର୍ଷା ପଡୁଥାଏ । ଭୂପତି କହିଲେ, “ବର୍ଷା ହେଉଛି, ତୁ ନ ଆସିଥିଲେ ଭାରି ଭଲ ହୋଇଥା’ନ୍ତା । ଟିକିଏ ସମୟ ରହିଯାଇଥିଲେ ମୁଁ ନିଜେ ତାହା ନେଇ ଆସିଥା’ନ୍ତି ।”

ଶଙ୍କର କହିଲା “ମାଲିକ, ମୋର କଥା ଅନୁସାରେ ମୁଁ କାର୍ଯ୍ୟ କରେ । ଆପଣଙ୍କ ଆଦେଶ ଅନୁସାରେ ସହରରେ ଶନିବାରଦିନ ପହଁଚିବା କଥା, ତେଣୁ ମୁଁ ଆସିଲି । ବର୍ଷା, ତୋଫାନ୍ ମୋତେ କେହିବି ବନ୍ଦ କରି ପାରିବ ନାହିଁ ।”

ଭୂପତି ସନ୍ଦେହ କରି ପଚାରିଲେ, “ଭଲ ହେଲା ତୁ ଆସିଲୁ । କିନ୍ତୁ ମଙ୍ଗୁଦାଦା ଯେ କହିଥିଲେ ଶାଢୀରେ ଟୋପାଏ ହେଲେବି ପାଣି ଲାଗିବ ନାହିଁ; ସେକଥା ତୋର ମନେ ଅଛି ତ?”

ଶଙ୍କର କହିଲା “ଆପଣ କହିବେ ଆଉ ମୁଁ ପୁଣି ତାହା ମନେ ରଖିବି ନାହିଁ? ଟୋପାଏ ପାଣି ଯେପରି ଶାଢୀରେ ନ ଲାଗେ ସେପରି ଯତ୍ନରେ ମୁଁ ତାକୁ ରଖିଛି ।”

ଭୂପତି ଆଶ୍ଚର୍ଯ୍ୟ ହୋଇ ପଚାରିଲେ “ଏଭଳି ବର୍ଷାରେ ଏହା କିପରି ସମ୍ଭବ ହେଲା ଶଙ୍କର?”

ଶଙ୍କର କହିଲା “ବୁଦ୍ଧିଥିଲେ ଉପାୟ ଆପେ ଆପେ ଆସେ । ଘରୁ ବାହାରିବା ବେଳେ ବର୍ଷା ପଡିବାକୁ ଆରମ୍ଭ କଲା । ମୁଁ ସେ ଶାଢୀ ଦୁଇଟିକୁ ଛୋଟ ସିନ୍ଦୁକରେ ଅତି ଯତ୍ନର ସହିତ ରଖିଛି ।”

ଭୂପତି ହତାଶ ହୋଇ ପଚାରିଲେ “କିନ୍ତୁ ସେ ସିନ୍ଦୁକ ଏବେ କେଉଁଠି?”

ଶଙ୍କର ବଡ ଖୁସିରେ କହିଲା “ସିନ୍ଦୁକ? ମୁଁ କ’ଣ ଏତେ ବୋକା ହୋଇଛି ଯେ ଏଇ ବର୍ଷାରେ ତାକୁ ନେଇ ଆସିଥା’ନ୍ତି । ସିନ୍ଦୁକରେ ଛୋଟ ଫୋଡ ଥା’ନ୍ତା ତ ସେଥିରେ ପାଣି ପଶି ଶାଢୀଟି ନଷ୍ଟ ହୋଇଯାଇ ନଥାନ୍ତା । ତେଣୁ ମୁଁ ତାକୁ ଖଟତଳେ ରଖିଦେଇ ଆସିଲି ।”

ତା’ର ଏଭଳି କଥା ଶୁଣି ସେଠାରେ ସମସ୍ତେ ହସିଲେ । ମାତ୍ର ଭୂପତି ଲଜ୍ଜିତ ହେଲେ । ତୁରନ୍ତ ଗାଡିଟିଏ ନେଇ ଶଙ୍କରକୁ ସାଥିରେ ଧରି ସେ ତା’ ଗ୍ରାମରୁ ଶାଢୀ ନେଇ ଆସିଲେ । ଭାଗ୍ୟକୁ ବାହାଘର ପୂର୍ବରୁହିଁ ସେମାନେ ଆସି ଯଥା ସ୍ଥାନରେ ପହଁଚି ଗଲେ । ଘରକୁ ଫେରିବା ବାଟରେ ସେ କିଶୋରକୁ ଡାକି କହିଲେ, “ତୁମେ ମୋତେ ପୁର୍ବରୁ ସାବଧାନ କରିଥିଲ । କିନ୍ତୁ ମୁଁ ନିଜେ ଶଙ୍କରକୁ ବାଛିଲି । ସେ ତ ବହୁତ ଭଲ ପିଲା, ହେଲେ ସେ ଅତ୍ୟନ୍ତ ବୋକା । ମୁଁ ତାକୁ ତଡି ଦେବି ନାହିଁ । ସେ ମଧ୍ୟ ରହିବ । ଅନ୍ୟ ପିଲାଟିକୁ ମଧ୍ୟ ତୁମେ ମୋ ପାଖକୁ ପଠାଇ ଦିଅ । ଶଙ୍କରକୁ ଘରବାଡି କ୍ଷେତ, ଗାଈଗୋରୁ ଏସବୁ କାମ ଦେବି, ଅନ୍ୟଟି ଉପରେ ମୁଁ ଦାୟିତ୍ୱପୂର୍ଣ୍ଣ କାମ ଦେବି ।”

ଏହାପରେ କିଶୋର ତାଙ୍କ ଘରକୁ ଯାଇ ଅନ୍ୟଟିକୁ ପଠାଇ ଦେଲେ । ଏବେ ଭୂପତି ବୁଝିଲେ ବେତନ ଟିକିଏ ବେଶି ଦାବୀ କରୁଛି ତ ନେଉ । କିନ୍ତୁ ବୁଦ୍ଧିମାନ ବ୍ୟକ୍ତି ସମସ୍ତ ଦାୟିତ୍ୱ ସଫଳତାର ସହିତ ତୁଲେଇ ନେବ । କମ୍ସେକମ୍ ତାକୁ ତ ଆଉ ହଜାରଥର ବୁଝାଇବାକୁ ହେବ ନାହିଁ । ଏବେ ସେ ଦୁଇଜଣଙ୍କୁ ନେଇ ଭୂପତି ବେଶ୍ ସନ୍ତୁଷ୍ଟ ।


ଗପ ସାରଣୀ

ତାଲିକାଭୁକ୍ତ ଗପ