ଯୁବକର ରୂପଭେକ ଦେଖି ସମସ୍ତେ ଟାହିଟାପରା କରିବାକୁ ଲାଗିଲେ ହେଲେ ପ୍ରତିଯୋଗିତାରେ ଯାହା ଘଟିଲା ତାକୁ ଦେଖି ସମସ୍ତେ ସ୍ତବ୍ଧ ହୋଇଗଲେ । କାରଣ ପ୍ରତିଯୋଗିତାରେ ସେହି ଗରିବ ଯୁବକ ହିଁ ଶ୍ରେଷ୍ଠ ବିବେଚିତ ହୋଇଗଲା ।
ଏଥର ଯୁବକ ଜଣକ ତା’ ପାଖରେ ଥିବା ଆଠ ବର୍ଷର ପୁତ୍ରକୁ ସାମ୍ନାକୁ ଆଣି କହିଲା, “ମଣିମା ! ମୋର ଗୁରୁ ହେଉଛନ୍ତି ଚାରିଜଣ । ମୋ ମନରେ ଆତ୍ମପ୍ରତ୍ୟୟ, ଦୃଢ ପ୍ରତିଜ୍ଞା ଏବଂ ସାହସ – ଏହିପରି ତିନୋଟି ମହାନ୍ ଗୁଣ ହେଲା ମୋର ତିନିଗୁରୁ । ଆଉ ଏ ପିଲାଟି ମୋର ପୁଅ ହେଉଛି – ଚତୁର୍ଥ ଗୁରୁ । ମୋର ପୁଅ ତା’ର ପିଲାଦିନୁ ପିତାଙ୍କ ଅଭିଳାଷ ପାଇଁ ନିଜ ଜୀବନକୁ ପାଣିଛଡେଇ ମୁଣ୍ଡ ଉପରେ କେତେବେଳେ କେନ୍ଦୁଟିଏ ତ କେତେବେଳେ କୋଳିଟିଏ ରଖି ବସିଛି । ଆଉ ମୁଁ ତା’ର ଜୀବନକୁ ବାଜିଲଗେଇ ଶର ସନ୍ଧାନ କରିଛି, ଥରେ ନୁହେଁ କି ଦି’ ଥର ନୁହେଁ ଅନେକ ଥର । କୌଣସି ସମୟରେ ମୋର ହାତ କେବେ ଥରି ଯାଇନି କି ସେ ବି ଡରରେ ଦୋହଲି ଯାଇନି ।”
ଯୁବକଠୁ ଏଭଳି କଥା ଶୁଣି ରାଜା ବିସ୍ମିତ ହୋଇଗଲେ । ତାକୁ ଶତ ମୁଖରେ ପ୍ରଶଂସା କରିବାକୁ ଲାଗିଗଲେ । ଏଣିକି ଯୁବକ ଜଣକ ରାଜାଙ୍କର ଶସ୍ତ୍ରଗୁରୁ ରୂପେ ନିଯୁକ୍ତି ପାଇ ରାଜକର୍ମଚାରୀ ପାଲଟିଗଲା ।