ଚୁଉଚୁଉକା ମାଣିକ ରାଜା ।
ଦାନ୍ତ ଯୋଡାକ ଗୋଜା ଗୋଜା ।
ଏକ ଦାନ୍ତରେ ପର୍ବତ ମାରେ ।
ଏକ ଦାନ୍ତରେ ବାଘକୁ ମାରେ ।
ସାତ ସମୁଦ୍ର ସତର ନଈ ।
ବୁଣିଗଲା ରାମା କଉଡି ଖଇ ।
ନଟିଆ କାନ୍ଦୁଛି ହିଡରେ ବସି
ବଟିଆ ଖାଉଛି କଲରା କସି ।
ସଲରା ନଟାରେ ବଲୁରୀ ବସା
ଠକ ଠକ ହୋଇ ଧାଇଁଛି ଶଶା ।
ଗଭୀର ବିଲରେ ଚରୁଛି ମେଣ୍ଢା
ଗୁରୁ ଗୁରୁ ହୋଇ ଚାଲୁଛି ଗେଣ୍ଡା ମୋ
ଭାଇ ଭଉଣୀଏ ଶୁଣ
ମନେ ମନେ ଭାବି ପରଶଂସୁଥିବ
କୁମାରୀମାନଙ୍କ ଗୁଣ ।
ଏ କଥାଟି ଶେଷ ହେଲା ଏଇଠି
ଯେ ଯେଉଁଠି ଅଛ ବସ ସେଇଠି ।
କହିବି ଆହୁରି କଥା ଗୋଟିଏ
ଦୁଇଟି କୁମାରୀ ଅଟନ୍ତି ସିଏ ।
ଏକ ମୋ ପେଟରୁ ଜନ୍ମ
ପ୍ରକୃତି ବଶରୁ କରିଗଲେ ଦିହେଁ
ବିବିଧ ପ୍ରକାର କର୍ମ ।