ସମ୍ରାଟ୍ ଆକବରଙ୍କର ଦରବାର । ସମ୍ରାଟ୍ ଦରବାରରେ ସେଦିନ ଏକା ଏକା ବସିଥା’ନ୍ତି । ଏଥି ମଧ୍ୟରେ ତାଙ୍କର ଭାବନା ବି ମନ ମଧ୍ୟରେ ଅନେକ ଥିବା ପରି ଜଣାପଡୁଥିଲା । ଠିକ୍ ଏହି ସମୟରେ ବିରବଲ ଆସି ସମ୍ରାଟଙ୍କ ଆଗରେ ଉଭା ହୋଇଗଲେ । ସଂଗେ ସଂଗେ ଆକବରଙ୍କୁ ନିଜର ଅଭିବାଦନ ଜଣାଇବାରୁ ସମ୍ରାଟ୍ ବିରବଲଙ୍କୁ ବସିବାକୁ କହି ପୁଣି ଚିନ୍ତାମଗ୍ନ ହେଲେ ।
ସେତିକିବେଳେ ସମ୍ରାଟଙ୍କର ଏପରି ଅବସ୍ଥା ଦେଖି ବିରବଲ କିଛି ପଚାରିବେ ପଚାରିବେ ବୋଲି ଖାଦ୍ୟ ଆଶାରେ ଓଟ ମୁହଁ ଲମ୍ବାଇବା ପରି ବିରବଲ ନିଜର ମୁହଁକୁ ପ୍ରଦର୍ଶନ କରୁଥା’ନ୍ତି । କିନ୍ତୁ କହିବାକୁ ଚେଷ୍ଟା କଲେ ମଧ୍ୟ କିଛି କହିପାରୁ ନାହାଁନ୍ତି । ଶେଷରେ ବିରବଲ ସମ୍ରାଟଙ୍କୁ କିଛି କହିବା ଆଗରୁ ସମ୍ରାଟ୍ କଲେ ବିରବଲଙ୍କୁ ପ୍ରଶ୍ନଟିଏ । ବିରବଲ! ମୋର ଏବେ ବହୁ ଧାରଣା ହେଉଛି ଯେ ଆମ୍ଭମାନଙ୍କ ମଧ୍ୟରେ ସବୁଠାରୁ ଚାଲାଖ୍ ହେଉଛନ୍ତି ମୁଲ୍ଲା, ନା ମୁଁ?
ବିରବଲ କିଛି ସମୟ ସମ୍ରାଟଙ୍କ ମୁଖକୁ ଚାହୁଁ ଚାହୁଁ ମୁହଁ ଖୋଲିଲେ । ସେ କହିଲେ – ହେଲେ ହଜୁର୍, ମୁଁ ଆପଣଙ୍କ କଥାରେ ଆଦୌ ଏକମତ ନୁହେଁ ।
ସମ୍ରାଟ୍ କହିଲେ – କିହୋ ବିରବଲ । ମୁଁ ସମ୍ରାଟ୍ ଆକବର । ଏତେ ବଡ ରାଜ୍ୟର ଦାୟିତ୍ୱ ତୁଲାଉଛି ନା । ତୁମେ ମୋ ଦରବାରରେ ଜଣେ ଦେୱାନ୍ ନା, ତୁମେ ପୁଣି ମୋ କଥାରେ ଏକମତ ନୁହଁ ।
ବିରବଲ ସମ୍ରାଟଙ୍କର କଥାଶୁଣି ହସ୍ତ ଯୋଡିଲେ କହିଲେ – ଜାହାଁପନା, ଆପଣ କ’ଣ ମୋ କଥା ଜାଣନ୍ତି ନାହିଁ । ଯେତେବେଳେ ବିରବଲ ଅନ୍ୟ କୌଣସି ସମ୍ରାଟଙ୍କ ଆଗରେ ଜାହାଁପନାଙ୍କୁ ବଡ କରିବାକୁ ଚେଷ୍ଟା କରେ ସେତେବେଳେ ଆପଣ ମୋର ଔଦ୍ଧତ୍ୟପଣକୁ କାହିଁକି ଦଣ୍ଡ ଦିଅନ୍ତି ନାହିଁ । ଠିକ୍ ସେପରି ନ୍ୟାୟ ବିଚାର । ସମସ୍ତ ଉପାୟର ପଥ ଖୋଜିବା ଆପଣଙ୍କ ଦେୱାନ୍ ବିରବଲଙ୍କର କାମ । ଏବେ ହଜୁର ଯାହା କହିବେ ତା’ର ଭୁଲ୍ ଠିକ୍ ବିଚାର ନ କରି ମୁଁ କିପରି ଆପଣଙ୍କ କଥାରେ ଏକମତ ହୋଇପାରିବି କହିଲେ, ତେଣୁ ଆପଣଙ୍କ ମତରେ ରାଜ୍ୟରେ, ମୁଲ୍ଲାମାନେ ଚାଲାଖ୍ ବୋଲି ଆପଣ ଯାହା କହୁଛନ୍ତି ତାହା କିନ୍ତୁ ଠିକ୍ ନୁହଁ, ମୁଁ ଯାହାର ପ୍ରମାଣ ରଖିଥାଏ ତାହା ଆପଣଙ୍କ ଦରବାରରେ ପ୍ରକାଶ କରିଥାଏ । ତେଣୁ ମୋ ବିଚାରରେ ଆମ ରାଜ୍ୟର ବେପାରୀମାନେ ଚାଲାଖ୍ । ଖାଲି ଚାଲାଖ୍ ନୁହଁନ୍ତି ତ? ସବୁଠାରୁ ବଡ ଚାଲାଖ୍ ।