ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚାଲାଖ୍ ବେପାରୀ

         ଏଥର ମୁଲ୍ଲା କିଛି କହିବାକୁ ଇଚ୍ଛା କରୁଥିଲା ବେଳେ ତା’ର ଦେହ ଥରୁଥିଲା । ପରେ ବିରବଲ ଅଭୟ ଅଭୟ ହେବାରୁ ମୁଲ୍ଲା ଥରି ଥରି କହିଲା – ହଜୁର୍! ଦାଢି ପରା ଆଲ୍ଲାଙ୍କର ଅତି ପ୍ରିୟ । ତେଣୁ ଏପରି ଦାଢି ମୁଁ ଯେ ଦେଇପାରିବି ନାହିଁ । ଏହା କେବେ ସମ୍ଭବ ହୋଇପାରିବ ତାହା ନୁହେଁ । ଏହାକୁ କିପରି ବା ଦେଇପାରିବି ।

         ବିରବଲ ହଠାତ୍ ଉଠିପଡି କହିଲେ, ଆରେ ୟେ ପୁଣି କ’ଣ କହୁଛ ମୁଲ୍ଲାଜୀ । ତୁମେ ଯେ ଜାହାଁପନାଙ୍କର ଲୁଣ ଖାଉଛ । ଏହା ତୁମ୍ଭର ଆଖି ଦେଖା ସତ୍ୟ ନା ନାହିଁ । ତୁମ୍ଭେ ଏତେ ଦିନ ଯାହାଙ୍କର ଲୁଣ ଖାଉଛ, ଯାହାଙ୍କର ଗୁଣ ଗାଉଛ, ଯାହାଙ୍କୁ ନିଜ ଆଖିରେ ସତ୍ୟଟିଏ ବୋଲି ଦେଖି ଆସୁଛ, ତାଙ୍କର ଯେ ଏହା ଆବଶ୍ୟକ । ତୁମେ ତାହା ପୂରଣ କରିପାରିବ ନାହିଁ । ଆଉ ଯାହାଙ୍କୁ ନିଜର ପ୍ରଭୁ ବୋଲି କହିପାରୁଛ, ଯାହାଙ୍କୁ ତୁମେ ଆଖିରେ ଦେଖି ନାହଁ, ତାଙ୍କ ଲାଗି ତୁମ୍ଭର ଏ ଦାଢି ପୁଣି ଏତେ ପ୍ରିୟ । ତାହା ତୁମେ ଜାହାଁପନାଙ୍କୁ ଦେଇପାରିବ ନାହିଁ । ଆରେ ସମ୍ରାଟ୍ ଚାହିଁଲେ ପରା ତୁମର ଜୀବନ ନେଇ ଯାଇ ପାରିବେ । ସେ ତୁମର ଜୀବନକୁ ଛାଡି କେବଳ ତୁମର ଦାଢି ନେବାକୁ ଚାହୁଁଛନ୍ତି । ଏଥିଲାଗି ସମ୍ରାଟ୍ ମଧ୍ୟ ତୁମକୁ ଏହାର ବିନିମୟରେ ଅର୍ଥ ଦାନ ମଧ୍ୟ କରିବେ । ବରଂ ତୁମର କେତେ ଟଙ୍କା ଆବଶ୍ୟକ ତାହା କୁହ । ଅର୍ଥ ନିଅ । ତୁମ୍ଭର ଦାଢି ଦିଅ ।

         ବିରବଲଙ୍କର ଏପରି କଥା ଶୁଣି ମୁଲ୍ଲାଙ୍କର ଶରୀର କଂପିତ ହେଲା । ମୁଲ୍ଲାଙ୍କୁ ଜଣାଥିଲା ଯେ ସମ୍ରାଟଙ୍କ କଥାରେ ଅରାଜି ହେଲେ ଫଳ କ’ଣ ହୋଇପାରେ । ସେଥିଲାଗି ଦଶଟଙ୍କା ବିନିମୟରେ ସେ ତାଙ୍କୁ ଦାଢି ଦେବାକୁ ରାଜି ହୋଇଗଲେ ।

         ବିରବଲ ଚାଲାଖ୍ । ଏହା ଜାଣିବା ପରେ ସଂଗେ ସଂଗେ ବାରିକଙ୍କୁ ଡାକି ପଠାଇ ମୁଲ୍ଲାଙ୍କର ଦାଢି କାଟିବାକୁ ଆଦେଶ ପ୍ରଦାନ କଲେ । ମୁଲ୍ଲା ଦଶଟଙ୍କା ନେଇ ସାରିବା ପରେ ମୁଖ ଲୁଚାଇ ସେଠାରୁ ସେ ଚାଲିଗଲା ।

         ସମ୍ରାଟଙ୍କ ଦରବାରରୁ ମୁଲ୍ଲା ଏବେ ପଳାଇ ଯାଇଛି । ବିରବଲ ସଂଗେ ସଂଗେ ରାଜ୍ୟର ଜଣେ ନାମଜାଦା ବେପାରୀକୁ ଡକାଇ ପଠାଇଲେ । କାରଣ ମୁଲ୍ଲା ଜାଣିଥିଲା ଯେ ସେହି ବେପାରୀର ଏକ ଖୁବ୍ ଲମ୍ବା ଦାଢି ଥିଲା ।

         ସମ୍ରାଟଙ୍କ ଆଜ୍ଞାକୁ କିଏବା ଅବଜ୍ଞା କରିପାରେ । ସମ୍ରାଟଙ୍କ ଆଜ୍ଞା ପାଇବା ମାତ୍ରେ ସେ ଆସି ଦରବାରରେ ଉପସ୍ଥିତ ହୋଇଗଲା ।

         ଏହାପରେ ବିରବଲ, ସେହି ବେପାରୀକୁ ପାଖକୁ ଡକାଇ ଆଣିଲେ, ବେପାରୀ ପାଖକୁ ଆସିବାରୁ ବିରବଲ ତାକୁ କହିଲେ, ଶୁଣ ଆମ ସମ୍ରାଟଙ୍କ ଆଜ୍ଞା ଅଛି ତୁମର ଏ ଯୋଉ ଲମ୍ବା ଦାଢି ଅଛି, ସେ ଦାଢି ନିମନ୍ତେ ତୁମ୍ଭର ଇଚ୍ଛାନୁସାରେ ଦାଢିର ମୂଲ୍ୟ ବାବଦରେ ଯେତେ ଅର୍ଥ ଚାହିଁବ ତାହା ତୁମକୁ ଦିଆଯିବ । କାରଣ ତୁମର ଏହି ଦାଢି ସମ୍ରାଟଙ୍କର ନିତ୍ୟାନ୍ତ ଆବଶ୍ୟକ ।


ଗପ ସାରଣୀ

ତାଲିକାଭୁକ୍ତ ଗପ