ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚାଷୀର ପ୍ରାର୍ଥନା

ଦିନେ ଜଣେ ଚାଷୀ ସବୁ ଜିନିଷ ଧରି ଶଗଡ ଗାଡିରେ ଗାଁ’କୁ ଯାଉଥିଲେ । ସେଦିନ ବର୍ଷା ଯୋଗୁଁ ରାସ୍ତା ଭାରି ଖରାପ୍ ହୋଇଥିଲା । ତେଣୁ ସେ ରାସ୍ତାର କାଦୁଅରେ ଶଗଡର ଗୋଟାଏ ଚକ ଅଚାନକ ଗଳିପଡିଲା । ଫଳରେ ବଳଦମାନେ ଆଉ ସେ ଚକକୁ ଟାଣି ଉଠାଇ ପାରିଲେ ନାହିଁ । ତେଣୁ ସେ ଶଗଡଟି ସେଇଠି ହିଁ ଅଟକି ଗଲା । ଚାଷୀ ଜଣକ ରାସ୍ତାରେ ବସି ସାହାଯ୍ୟ ପାଇଁ ଭଗବାନଙ୍କୁ ପ୍ରାର୍ଥନା କଲେ ।

                ଠିକ୍ ସେତେବେଳେ ସେ ବାଟରେ ଜଣେ ସନ୍ୟାସୀ ଯାଉଥିଲେ । ସେ ଏ ଚାଷୀଟିକୁ କହିଲେ ତୁମେ ଶଗଡ ଗାଡିର ଚକ ସାଙ୍ଗରେ କାନ୍ଧ ଦେଇ ବଳଦକୁ ସାହାଯ୍ୟ କଲେ ତୁମ ଶଗଡ ଗାଡିଟି ନିଶ୍ଚୟ ଉପରକୁ ଉଠିଯିବ । ଏହା ଶୁଣି ଚାଷୀ ସେହିପରି କାନ୍ଧ ଦେଇ ଶଗଡଟିକୁ କାଦୁଅରୁ ବାହାର କରିଦେଲା ।

କେବଳ ନିଜର ସାହାଯ୍ୟରେ ହିଁ ମଣିଷ ଫଳ ପାଇଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ