ଦିନେ ଜଣେ ଚାଷୀ ଦେଖିଲା ଯେ ତା ଜମିରେ ଗୋଟିଏ ସିଂହ ବୁଲୁଛି । ତାପରେ ଚାଷୀ ସେ ସିଂହକୁ ବଡ କୌଶଳ କରି ନିଜ ଗୁହାଳ ଭିତରେ ପୁରାଇ ବାହାରୁ ତାଲା ପକାଇଦେଲା । ସିଂହ ସେ ଗୁହାଳରେ ଥିବା ସବୁ ମେଣ୍ଢାଙ୍କୁ ଗୋଟି ଗୋଟି କରି ଖାଇଲା । ସବୁ ମେଣ୍ଢାଙ୍କୁ ଖାଇ ସାରିବା ପରେ ସେ ସିଂହ ବଳଦକୁ ବି ଖାଇବାକୁ ବାହାରିଲା । ସେତେବେଳେ ହିଁ ଚାଷୀ ତାର ଭୁଲ୍ ବୁଝିପାରିଲା ଏବଂ ଗୁହାଳ ଖୋଲି ସେ ସିଂହକୁ ବାହାର କରିଦେଲା ।
ଏହା ଦେଖି ସେ ଚାଷୀର ସ୍ତ୍ରୀ କହିଲା “ସିଂହକୁ ତୁମେ ଘଉଡାଇ ନ ଦେଇ ଗୁହାଳରେ କାହିଁକି ବନ୍ଦ କରୁଥିଲ? ଦେଖିଲତ ସେ ସିଂହ କିପରି ସବୁ ମେଣ୍ଢାଙ୍କୁ ଖାଇଦେଲା ।”
ବହୁତ ସମୟରେ ଚୋରକୁ ଧରି ରଖିବା ଅପେକ୍ଷା ବରଂ ଘଉଡାଇ ଦେବା ଭଲ ।