କୌଣସି ଏକ ଗ୍ରାମରେ ଚିଦାମ୍ବର ନାମକ ଜଣେ ଧନୀ ଲୋକ ଥିଲା । ସେ ଅତ୍ୟନ୍ତ କଂଜୁସ ଥିଲା; କିନ୍ତୁ ତା’ର ସ୍ତ୍ରୀର ଦାନଧର୍ମ କରିବାରେହିଁ ବହୁତ ଶ୍ରଦ୍ଧା ଥିଲା ।
ଥରେ ସେହି ଗ୍ରାମରେ ସମସ୍ତେ ଚାନ୍ଦା କରି ଗୋଟିଏ ପର୍ବ ପାଳନ କରିବା ପାଇଁ ସ୍ଥିର କଲେ । ସେଥିପାଇଁ ବାହାରୁ ଭାଗବତ ଗୀତା ପାଠ କରିବା ପାଇଁ ଜଣେ ପଣ୍ଡିତଙ୍କୁ ଡକା ହେଲା । ଚିଦାମ୍ବରକୁ ଚାନ୍ଦା ମାଗିବାରୁ ସେ କହେ, “ଏସବୁ ବାଜେ କଥା ଉପରେ ମୋର ଆଦୌ ବିଶ୍ୱାସ ନାହିଁ ।” ଏଇ କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ମଧ୍ୟ ହେଲା । ସ୍ତ୍ରୀ କହିଲା, “ତମେ ଚାନ୍ଦା ନ ଦେଲ ନାହିଁ । ମଣିଷ ଜୀବନରେ ମୁକ୍ତିର ମାର୍ଗ କ’ଣ ସେକଥା ଟିକିଏ ଶୁଣିଲେ ତମର କ୍ଷତି କ’ଣ? ଏମିତି ବି ତମେ ଘରେ ତ ବସିଛ । ସେଠାକୁ ଯାଇ ତିନିଟା କଥା ଶୁଣି ଆସିଲେ କ୍ଷତି କ’ଣ?”
ଚିଦାମ୍ବର ଚିଡାଚିଡି କରି ଶେଷରେ ସ୍ତ୍ରୀ କଥାରେ ରାଜି ହେଲା । ସେ କହିଲା, “କେବଳ ତିନୋଟି କଥା ଶୁଣିବି, ତା’ପରେ ମୁଁ ସେଠାରୁ ପଳେଇ ଆସିବି ।”
ସେହିଦିନ ରାତିରେ ଗ୍ରାମର ମନ୍ଦିର ସମ୍ମୁଖରେ ଏକ ବଡ ବରଗଛ ତଳେ ପୁରାଣ ପାଠ ହେବାର ସ୍ଥିର ହୋଇଥାଏ । କ୍ରମେ କ୍ରମେ ଲୋକ ଆସି ଏକତ୍ରିତ ହେଉଥା’ନ୍ତି । ଚିଦାମ୍ବର ମଧ୍ୟ ଯାଇ ସେଠାରେ ବସିଲା । ଗ୍ରାମର ମୁଖିଆ, ଠିଆ ହୋଇପଡି କହିଲେ, “କ’ଣ, ସମସ୍ତେ ଆସି ଯାଇଛନ୍ତି, ନା ଆହୁରି କେହି ଆସିବା ପାଇଁ ବାକି ଅଛି? ଏଥର ଆରମ୍ଭ କରିବା?”
ଚିଦାମ୍ବର ଭାବିଲା, ଯାହା ହେଉ ତିନୋଟି କଥାରୁ ଗୋଟିଏ ଶେଷ ହେଲା ।”
ଇତିମଧ୍ୟରେ ବସିବାର ଜାଗା ଅଳ୍ପ ଥିବାରୁ କେହି କେହି ଠିଆ ହୋଇ ରହିଲେ । ଏକଥା ଦେଖି ମୁଖିଆ କହିଲେ, “ଆପଣମାନେ ବସିଯା’ନ୍ତୁ ।”
ଚିଦାମ୍ବର ଭାବିଲା, “ଠିକ୍ ଅଛି, ଏହି ଦ୍ୱିତୀୟ କଥା ମଧ୍ୟ ଶୁଣିଲି ।”