ସ୍ଥାନ ଅଭାବରୁ କେତେ ଲୋକ ଫେରିଯିବାକୁ ବସିଲେ । ମୁଖିଆ କହିଲେ, “ଆପଣମାନେ କାହିଁକି ଫେରିଯାଉଛନ୍ତି, ଏବେ ଶାସ୍ତ୍ରପାଠ ଆରମ୍ଭ ହେବ ।”
ଏକଥା ଶୁଣି ଚିଦାମ୍ବର ଆନନ୍ଦ ହୋଇଗଲା, ଭାବିଲା, “ଏବେ ତୃତୀୟ କଥା ଶୁଣିଲି, ସ୍ତ୍ରୀର କଥା ରଖାହେଲା, ଏବେ ମୁଁ ଏଠାରୁ ଯାଏଁ ।” ତା’ପରେ ସେ ଘରକୁ ଫେରି ଶୋଇଗଲା ।
ତା’ ପୂର୍ବରୁ ତା’ସ୍ତ୍ରୀ ଜାଣି ନଥିଲା କି ସ୍ୱାମୀ ସେଠାକୁ ଯାଇଛି । ସେ ତର ତର ହୋଇ ତା’ ଛୁଆକୁ ଧରି ବରଗଛ ପାଖକୁ ଗଲା । ମାତ୍ର ଭୁଲ୍ରେ କବାଟ ନଦେଇ ସେ ଚାଲିଯାଇଛି ।
ସେଦିନ ରାତିରେ କେତେକ ଚୋର ସେଇଠି ଲୁଚିଥିଲେ । ଚିଦାମ୍ବରର ସ୍ତ୍ରୀ ଯିବା ପରେ ଚୁପ୍ଚାପ୍ ସେମାନେ ଘରେ ପଶିଲେ । ଠିକ୍ ସେତିକିବେଳେ ଗଭୀର ନିଦରେ ଶୋଇ ଚିଦାମ୍ବର ବିଳିବିଳେଇ ହୋଇ କହୁଛି, “କ’ଣ ସମସ୍ତେ ଆସି ଯାଇଛନ୍ତି ନା ଆହୁରି କେହି ଆସିବାକୁ ବାକି ଅଛି ।”
ଏକଥା ଶୁଣି ଚୋରମାନେ ହଠାତ୍ ଚମକି ପଡିଲେ । ଭାବିଲେ ଘର ମାଲିକ ଚେଇଁଛି ଓ ଅନେକ ଲୋକ ସହିତ କଥା କହୁଛି । ସେଥିପାଇଁ ସେମାନେ ଡରିଯାଇ ସେ ଘର ଭିତରକୁ ଆଉ ପଶିଲେ ନାହିଁ । ପୁଣି ଚିଦାମ୍ବର ବିଳିବିଳେଇ ହୋଇ କହୁଛି, “ବସିଯା’ନ୍ତୁ, ଆପଣମାନେ ବସିଯା’ନ୍ତୁ ।” ଚୋରମାନେ ଭାବିଲେ ଘର ମାଲିକ ସହିତ ବୋଧହୁଏ ବହୁତ ଲୋକ ଅଛନ୍ତି । ତେଣୁ ସେମାନେ ସେଠାରୁ ଚୁପ୍ଚାପ୍ ପଳେଇଲେ ।
ପୁଣି ଯାଉଁ ଯାଉଁ ସେମାନେ ଶୁଣିଲେ, ଚିଦାମ୍ବର କହୁଛି, “ଆପଣମାନେ ଫେରିଯା’ନ୍ତୁ ନାହିଁ, ପଣ୍ଡିତ ମହାଶୟ ଆସୁଛନ୍ତି ।” ଏସବୁ ଶଣି ସେମାନେ ମାଲିକ ଘରେ କ’ଣ ହେଉଛି ତାହା ନ ଦେଖି ପ୍ରାଣଧରି ଯେତେ ଶୀଘ୍ର ପାରନ୍ତି ସେଠାରୁ ପଳାଇଲେ ।