ଚୋରଟିଏ ଥିଲା । ସେ ଜଣେ ସଦ୍ଗୁଣସମ୍ପନ୍ନା ସ୍ତ୍ରୀକୁ ବିବାହ କଲା । ଚୋରର ନବାଗତ ସ୍ତ୍ରୀ ଯେତେବେଳେ ଜାଣିଲା, ତା’ର ସ୍ୱାମୀ ଗୋଟିଏ ବୁଢା ଚୋର, ତାକୁ ବହୁତ ଖରାପ ଲାଗିଲା । ସେ ତା’ର ଭାଗ୍ୟକୁ ନିନ୍ଦି ଅନେକ ଧିକ୍କାର କଲା ସିନା ଆଉ ଉପାୟ କିଛି ନଥିଲା ।
ଶେଷରେ ମହିଳା ଜଣକ ସ୍ଥିରକଲା ସ୍ୱାମୀଙ୍କୁ କିଭଳି ଚୋରି ଭଳି କୁପ୍ରବୃତିରୁ ନିବୃତ କରିବ? ଯେତେ ଚେଷ୍ଟା କଲେ ମଧ୍ୟ ସ୍ୱାମୀ ତାର ଚୋରି ବୃତି ଆଦୌ ଛାଡିଲା ନାହିଁ । ପିଲାଦିନୁ ଏ ଅଭ୍ୟାସ ଏତେ ବଢି ଯାଇଥିଲା ଯେ, ଦିନେ ଏହି କାର୍ଯ୍ୟ ନକଲେ ଧୈର୍ଯ୍ୟଚ୍ୟୁତ ଘଟୁଥିଲା ।
ଦିନକର କଥା ସେହି ଗାଁକୁ ଜଣେ ସାଧୁବାବା ଆସିଲେ । ସ୍ତ୍ରୀର କଥା ଅନୁସାରେ ଚୋରଟି ସ୍ତ୍ରୀ ସହିତ ଯାଇ ଦିନେ ସାଧୁବାବାଙ୍କୁ ଭେଟିଲା । ତାଙ୍କର ପାଦତଳେ ମୁଣ୍ଡିଆମାରି ଚୋରଟି ସବୁ ସତକଥା କହିଗଲା । କିପରି ସେ ଚୋରି ଛାଡିବ ବୋଲି ତା’ର ସରଳ ଉପାୟ ବାବାଙ୍କୁ ପଚାରିଲା ।
ଏବେ ସାଧୁବାବା ଚୋରକୁ ସରଳ ଉପାୟଟିଏ ବତାଇ ଦେଲେ । କହିଲେ, “ପ୍ରଥମେ ତୁମେ ମିଛ କହିବା ଛାଡିଦିଅ । ମୋ କଥା ମାନି ଗୋଟିଏ ମାସ ଏଭଳି କରି ତାପରେ ମୋ ପାଖକୁ ଆସିବ ।”