ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚୋର ବୁଦ୍ଧି ଶିଖିଲା

ଥରେ ବିଜୟନଗର ରାଜ୍ୟରେ ଦୁର୍ଭିକ୍ଷ ପଡିଲା । ତେଣୁ ସେ ନଗର ଭିତରେ ଏବଂ ବାହାରେ ଥିବା ସମସ୍ତ ଗଛ ଶୁଖି ଥୁଂଟା ହୋଇଗଲା । ତେନାଲୀରାମାଙ୍କର ଘର ତୁଙ୍ଗଭଦ୍ରା ନଦୀ କୂଳରେତ’ ଅବସ୍ଥିତ । ତେନାଲୀରାମାଙ୍କ ବଗିଚା ମଧ୍ୟ ଶୁଖି ଶ୍ରୀହୀନ ହୋଇଗଲା । ସେ ବଗିଚା ମଧ୍ୟରେ ଏକ କୂପଟିଏ ମଧ୍ୟ ଥିଲା । ସେହି କୂପରେ ପାଣିଥିଲା । କିନ୍ତୁ ପାଣି ଏତେ ତଳେ ଥିଲା ଯେ କୂପରୁ ପାଣି ଆଣି ତାକୁ ବଗିଚାରେ ସିଂଚନ କରିବା ଏକ ପ୍ରକାର ଅସମ୍ଭବ ଥିଲା । ପ୍ରକୃତରେ କହିବାକୁ ଗଲେ, ସେ ବଗିଚାରେ ହେଉଥିବା ଫଳ ଗୁଡିକର ମୂଲ୍ୟଠାରୁ ଜଳ ସେଚନର ମୂଲ୍ୟ ଢେର୍ ଅଧିକ ଥିଲା ।

                ଦିନେ ତେନାଲୀରାମା ସେହି କୂପ ନିକଟରେ ବସି ଭାବୁଥାନ୍ତି ଜଳ ସେଚନ କରିବାପାଇଁ ଶ୍ରମିକ ଆଣି ଲଗାଇବେ ନା ନାହିଁ । ସେତେବେଳେ ତେନାଲୀରାମାଙ୍କ ପୁତ୍ର ବି ତାଙ୍କ ନିକଟରେ ବସିଥାଏ । ସେହି ସମୟରେ ସେ ତେନାଲୀରାମା ଦେଖିବାକୁ ପାଇଲେ ଯେ ତିନିଜଣ ବ୍ୟକ୍ତି ବଡ ଧ୍ୟାନରେ ତାଙ୍କ ଘର ଆଡକୁ ଚାହିଁ କ’ଣ ସବୁ କଥା ହେଉଛନ୍ତି । ସେମାନଙ୍କୁ ଦେଖି ତେନାଲୀରାମା ଭାବିଲେ ଏମାନେ ନିଶ୍ଚୟ ଚୋର ହୋଇଥିବେ । ସେମାନେ ବୋଧହୁଏ ଚୋରୀ କରିବା ପୂର୍ବରୁ ମୋ ଘରର ରାସ୍ତା ସବୁ ନିରେଖି ଦେଖୁଛନ୍ତି ।

                ତାପରେ ସେ ତେନାଲୀରାମା ବଡ ପାଟିରେ ତାଙ୍କ ପୁତ୍ରକୁ କହିଲେ, “ପୁତ୍ରରେ! ଚାରିଆଡେ ତ’ ଦୁର୍ଭିକ୍ଷ ପଡିଛି । ଚୋର, ଡାକୁମାନେ ମଧ୍ୟ ଆସି ବୁଲୁଛନ୍ତି । ତେଣୁ ସେ ରତ୍ନ ସିନ୍ଦୁକ ଆଉ ଘରେ ରଖିବା ମୋଟେ ଠିକ୍ ନୁହେଁ । ଚାଲ! ସେହି ରତ୍ନ ସିନ୍ଦୁକକୁ ଆଣି ଏହି କୂପରେ ପକାଇ ଦେବା । ତା’ହେଲେ କେହି କ’ଣ ଜାଣିପାରିବେ କି ରତ୍ନ ସିନ୍ଦୁକ କୂଅରେ ଅଛି ବୋଲି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ