ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚୋର ବୁଦ୍ଧି ଶିଖିଲା

                ଏହି କଥା କହି ତେନାଲୀରାମା ତାଙ୍କ ପୁତ୍ରଙ୍କୁ ନେଇ ଘର ଭିତରକୁ ଗଲେ ଏବଂ ହସି ହସି କହିଲେ – “ଆଜି ଏହି ଚୋର ମାନଙ୍କୁ ଭଲ ଭାବରେ ପରିଶ୍ରମ କରିବାର ମଉକା ମିଳିବ । ଏପରି ଭାବି ସେ ବାପ ପୁଅ ମିଶି ଏକ ସିନ୍ଦୁକରେ ବହୁତ ପଥର ଭର୍ତ୍ତି କଲେ । ଏହାପରେ ସେମାନେ ସେ ସିନ୍ଦୁକଟିକୁ ଉଠାଇ ଆଣି କୂଅ ମଧ୍ୟରେ ଫୋପାଡିଦେଲେ । ସିନ୍ଦୁକ ଯେତେବେଳେ କୂଅର ତଳେ ବାଜିଲା, ତାହା ଜୋର୍ରେ ଆବାଜ୍ ହେଲା । ଏସବୁ କରିବା ପରେ ସେ ତେନାଲୀରାମା ଜୋର୍ରେ ପାଟିକରି କହିଲେ – “ ଏବେ ଆମର ରତ୍ନକୁ ଆଉ କେହି ବି ହାତ ମାରି ପାରିବେ ନାହିଁ । ତେଣେ ତେନାଲୀରାମାଙ୍କ ଏପ୍ରକାର କଥା ଶୁଣି ଚୋରମାନେ ଖାଲି ମନେ ମନେ ହସୁଥାଆନ୍ତି । ଯେମିତି ସେ ବାପ ପୁଅ ଘରକୁ ଯାଇଛନ୍ତି, ଚୋରମାନେ ନିଜ ନିଜର କାମରେ ଲାଗିଗଲେ ।

                ତିନି ଚାରି ଘଂଟା ଲାଗି କୂପ ମଧ୍ୟରୁ ପାଣି ବାହାର କରିବାକୁ ଲାଗି ପଡିଲେ । ଏପଟେ ସେ ବାପ ପୁଅ ପଛପଟ କବାଟ ଖୋଲି ବଗିଚାରେ ପହଁଚି କୂପରୁ ବାହାରୁଥିବା ପାଣିକୁ ନିଜ ବଗିଚାରେ ମଡାଇଲେ । ରାତି ସାରା ଲାଗିପଡି ବାପ ପୁଅ ପ୍ରତ୍ୟେକ ଗଛକୁ ପାଣି ଦେଇଦେଲେ । ଯେତେବେଳେ ସେ କୂଅରୁ ସବୁ ପାଣି ବୁହା ସରିଲା, ସେତେବେଳକୁ ସକାଳ ପାଂଚଟା ହୋଇଯାଇଥିଲା । ସିନ୍ଦୁକକୁ ସେମାନେ କିପରି ବାହାର କରିବେ?

                ସିନ୍ଦୁକ ଖୋଲି ଯେତେବେଳେ ସେ ଚୋରମାନେ ଦେଖିଲେ ଯେ ସିନ୍ଦୁକ ମଧ୍ୟରେ ହୀରା ନାହିଁ ବରଂ ହୀରା ସ୍ଥାନରେ ପଥର ଗୁଡିଏ ଅଛି ସଂଗେ ସଂଗେ କୂପ ମଧ୍ୟରୁ ବାହାରି କେମିତି ଯିବେ ସେମାନେ ଆଉ ବାଟ ପାଇଲେ ନାହିଁ । ତେନାଲୀରାମା ଯେତେବେଳେ ଏହି କଥା ରାଜାଙ୍କୁ କହିଲେ ରାଜା ଏହା ଶୁଣି ଖୁବ୍ ହସିଲେ ଓ ରାଜା କହିଲେ – “ବେଳେବେଳେ ଏପରି ହୁଏ ଯେ ପରିଶ୍ରମ ଜଣେ କରେ କିନ୍ତୁ ଲାଭ ତାର ନହୋଇ ଅନ୍ୟଜଣଙ୍କର ହୁଏ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ