ଗୁଣିଆଁ କହିଲା ଏହା କାପାଳିକ ଭୂତଟା । ଏଇଟାକୁ ଛଡେଇବା ଅନ୍ୟ ଗୁଣିଆଁଙ୍କ ପାଖେ ଅସମ୍ଭବ ହେଲେ ମୋର ଅଘରି ସାଧନା ସେଥି ପାଇଁ । ମୁଁ ଏହି ଭୂତଟାକୁ ନେଇ ଯାଉଛି । ମୋ ପାଖରେ ଅନେକ ଭୂତ ବନ୍ଦୀ ଅଛନ୍ତି । ତାଙ୍କରି ମେଳରେ ଏଇଟାକୁ ଛାଡି ଦେବି । ତାଙ୍କ ଠାରୁ ହାଡରେ ମାଡ ଖାଇଲେ ଯାଇ ଏହି ବଦମାସ୍ କାପାଳିକ ଭୂତ ଠିକ୍ ହେବ । ଅନେକ ଲୋକଙ୍କୁ ତୋ ଜୀବନ ଥିବା ବେଳେ ତୁ କନ୍ଦାଇଛୁ । ଚାଲ ଏଥର ମୋ କରାମତି ଦେଖି ପାରିବୁ । ତୋ ଠାରୁ ବଡ ବଡ ଭୂତକୁ ମୁଁ ସାବାଡ କରିଛି । ଗୋଟିଏ ନୂଆ ମାଟି ଘଡିକୁ ସରା ଘୋଡାଇ ଶିକାରେ ଧରି ଥିଲା । ଗୁଣିଆଁ ତା ଉପରେ କାଉଁରୀ ହାଡ ସିନ୍ଦୁର ମଖା ରଖି ଥାଏ । ପାଂଚ ଶହ ଏକ ଟଙ୍କା ବିଦାକି ଧରି ବାହାରି ପଡିଲା ସେହି ଗୁଣିଆଁ । ସଦା ଏଥର ଶୋଇ ଗଲା । ଏହି କଥାଟା କିନ୍ତୁ ଚାରି ଆଡେ ପ୍ରଚାର ହୋଇ ଗଲା ।
ତା ପରଦିନ ଆଉ ଗୋଟାଏ ଘଟଣା ମଧ୍ୟ ଘଟିଲା । ଶଙ୍କର ଜେନା ଦିନେ ରାତିରେ ଫେରୁ ଥିଲା । ଆମ୍ବ ତୋଟା ପାଖରେ ହେବା କ୍ଷଣି ତା’ର ମଟର ସାଇକେଲ୍ରୁ କ’ଣ ଗୋଟେ ଫୁଟି ଯିବାରୁ ପବନ ଭୁସୁ କରି ଚାଲି ଗଲା । ଶଙ୍କର ନିଜ ବାଇକ୍ର ସ୍ପିଡ ବଢାଇ ଦେଇ ଥିଲା । ହଠାତ୍ ଆଗ ଚକାରୁ ପବନ ଚାଲି ଯିବାରୁ ବାଇକ୍ଟି ସେହି ଆମ୍ବ ତୋଟା ପାଖରେ ପଡି ଗଲା । ଶଙ୍କର ଯାଇ ଥୋଡେ ବାଟରେ ଛିଟିକି ପଡିଲା ଯାହା ହେଉ ଈଶ୍ୱର ତାକୁ ସେଦିନ ବଂଚାଇ ଦେଲେ । ରାସ୍ତା ପାଖରେ ରାସ୍ତା କାମ ପାଇଁ ବାଲି ଯମା ହୋଇ ଥିଲା । ତା ଉପରେ ଯାଇ ପଡି ଗଲା ଶଙ୍କରା କିନ୍ତୁ ତା ପାଖରେ ଯେଉଁ ପଥର ଗଦା ହୋଇଛି ସେଠି ପଡି ଥିଲେ ଜାଣ କଥା ସଇଲା । ତା ଜୀବନ ବଡ ବିପଦରେ ପଡି ଥିଲା ଝାଡି ଝୁଡି ହୋଇ ଶଙ୍କର ତା ଗାଡି ପାଖକୁ ଯିବାକୁ ବାହାରିଲା ।
ସେ ଦେଖିଲା କେତେ ଜଣ କଳା କଳା ଲୋକ ତା ବାଇକ୍ଟିକୁ ଶୂନ୍ୟେ ଶୂନ୍ୟେ ଟେକି ନେଉ ଛନ୍ତି । ସେ ଦୌଡିଲା ତାଙ୍କ ପଛେ ପଛେ ଆମ୍ବ ତୋଟା ଭିତରକୁ ନେଇ ସେମାନେ ସେ ବାଇକ୍ଟିକୁ ରଖିଲେ ଏବଂ ପଛକୁ ଦୌଡି ଆସି ମାଡି ବସିଲେ ଶଙ୍କରକୁ । ହାଡରେ ବାଡେଇ ବାଡେଇ ଶଙ୍କରକୁ ପୁଣି ବେହୋସ ମଧ୍ୟ କରି ଦେଲେ । ଶଙ୍କରର ହୋସ୍ ଆସିବା ବେଳକୁ ସିଏ ତାଙ୍କ ଘରେ ଥିଲା । ଗାଁ ଯାକ ଲୋକ ତାଙ୍କରି ଘରେ । ଶଙ୍କର ସମସ୍ତଙ୍କୁ ଚାହିଁଲା ଓ ହଠାତ୍ କହିଲା ମୋ ବାଇକ୍ କାହିଁ ଚାଲ ଯିବା ସେମାନେ ସେଠୁ କୁଆଡେ ମଧ୍ୟ ଯାଇ ନଥିବେ ମୋର ବାଇକ୍ ସେମାନେ ନେଇ ଯିବେ ଏପରି କହି ସେ ଖାଲି ପ୍ରଳାପ କଲା । ଲୋକମାନଙ୍କୁ ଟିକିନିକି କରି ସବୁ କଥା କହିଲା । ଲୋକ ମାନେ ଭାବିଲେ ସେମାନେ ସବୁ ଭୂତ ନିଶ୍ଚୟ । କାଲି ରାତିରେ ସେହି ଭୂତ ମାନେ ସଦାକୁ ମଧ୍ୟ ସେମିତି ହଇରାଣ ହରକତ କରିଛନ୍ତି । ଶଙ୍କର କିଛି ନ ଶୁଣି ଉଠି ପଡି କହିଲା ନାଁ । ମୁଁ କିନ୍ତୁ ସେଠାକୁ ଯିବି ତୁମେ କେହି ନଗଲେ ନାହିଁ । ସେ ଭୂତ ଫୁତକୁ ଆଦୌ ବିଶ୍ୱାସ କଲାନି । ସେ ସ୍ଥିର କଲାଯେ ତା ଟର୍ଚ୍ଚ ଆଣି ସେ ନିଜେ ଯିବ । ସେଗୁଡାକ ସୁଦୁ ଚୋର ଭୂତ ଫୁତ କିଛି ନୁହେଁ । କିନ୍ତୁ ସେଠି ତାଙ୍କ କଥା କେହି ମଧ୍ୟ ବୁଝିଲେନି । ଭୂତ ଶଙ୍କରକୁ ପୁରା ଗ୍ରାସ କରିଛି ଜାଣି ତାକୁ ଜୋର ଯବରଦସ୍ତ ସେହିଠାରେ ହିଁ ବାନ୍ଧି ଦେଲେ । ସେହି ରାତିରେ ଗୁଣିଆଁକୁ ମଧ୍ୟ ଡକା ଗଲା । ଯେତେ ଚିତ୍କାର କଲେବି ଶଙ୍କର କଥା ସେଠି କେହି ବି ଶୁଣିଲେନି । ଗୁଣିଆଁ ଆସି ତା କାର୍ଯ୍ୟକୁ ସମାପନ କରି ଭୂତକୁ ନେଇ ସେଠାରୁ ସେ ଚାଲି ଗଲା ଓ ଶଙ୍କରକୁ ସେହି ରାତିରେ ସମସ୍ତେ ଜଗି ରହିଲେ ।