ସକାଳୁ ସକାଳୁ ଶଙ୍କର ଯାଇ ଥାନାରେ ସବୁ କଥା କହି ଏଫ.ଆଇ.ଆର୍ ଟିଏ ଦାୟର କଲା । ଥାନା ବାଲା ଆସି ଆମ୍ବ ତୋଟାରେ ଚୋରି ଯାଇଥିବା ଜାଗା ଦେଖିଲେ ତା ପରେ ସଦା ପାଖରୁ ମଧ୍ୟ ସମସ୍ତ ଷ୍ଟେଟମେଂଟଣ୍ଟନେଇ ଚାଲି ଗଲେ । ଏଥର ପୋଲିସ୍ ଲାଗି ପଡିଲେ ତାଙ୍କ କାର୍ଯ୍ୟରେ । ରାତିରେ ଆଉ ସେ ବାଟରେ କେହି ଗଲେ ନାହିଁ । ଏହି ସବୁ ଘଟଣାକୁ ନେଇ କୋକୁଆ ଭୟ ଚାରି ଆଡେ ପ୍ରଚାର ହେଲା । ପୋଲିସ୍ ପେଟ୍ରୋଲିଙ୍ଗ୍ ଗାଡି ସେପଟେ ମଝିରେ ମଝିରେ ଯାଉ ଥିଲା । ଦିନେ ପୋଲିସ୍କୁ ମଧ୍ୟ ସଫଳତା ମିଳିଲା । ଶଙ୍କରର ବାଇକ୍ଟିକୁ କିଏ ବିକ୍ରୟ କରୁଥିବା ସମୟରେ ଜଣକ ଫୋନ୍ ପାଇ ସେହି ଚୋରକୁ ଯାଇ ଧରିଲା ପୋଲିସ୍ । ଯିଏ ବାଇକ୍ କିଣିବା ବାଲା ସେ ଚୋରି ଗାଡି ବୋଲି ଜାଣି ପାରିଲା । ବାଇକ୍ରେ ନମ୍ବର ମଧ୍ୟ ଅଲଗା ଥିଲା । ବିରାଟ ଏକ ରାକେଟର ପର୍ଦ୍ଦାଫାସ ହେଲା । ଭୂତ ରୂପ ଧାରଣ କରି ସେମାନେ ଏପରି ଚୋରି ରାହାଜାନି ଆରମ୍ଭ କରି ଦେଇ ଥିଲେ ।
ସେହି ଚୋର ମାନେ ଏମିତି ଅନେକ ଯାଗାରୁ ଚୋରୀ କରି ଚେଚିସ୍ ନମ୍ବର ବଦଳାଇବା ମେସିନ୍ ଆଣି ତାହା ବଦଳାଇ ପାରୁ ଥିଲେ । ସମସ୍ତଙ୍କୁ ଗୋଟି ଗୋଟି କରି ପୋଲିସ୍ ଧରିଲା । ସେ କିପରି ଅଭିନବ ଉପାୟରେ ଭୂତ ଅଭିନୟ କରି ଚୋରି କରୁ ଥିଲେ । ତାହା ମଧ୍ୟ ଜଣା ପଡିଲା । ସଦାର ଦେହ ସେହି ଦିନୁ ମୋଟେ ଠିକ୍ ରହୁ ନଥିଲା । ଏସବୁ ଘଟଣା ଚୋରଙ୍କର ବୋଲି ଜାଣି ତା ମନରୁ ମଧ୍ୟ ଭୂତ ଭୟ ସବୁ ଦିନ ପାଇଁ ଦୂର ହେଲା । ଗୁଣିଆଁ ଉପରେ ମଧ୍ୟ ଭଲକି ଦି’ଟା ଉତ୍ତମ ମଧ୍ୟମ ହେଲାରୁ ସେ ତାର ସମସ୍ତ ମିଛ କଥା ତକ ମାନି ନେଲା । ସେ ଭୂତ ଫୁତ କିଛି ସେହି ଘଡିରେ ଆଣିନି ବୋଲି ମାନିଲା ।
ସଦାକୁ ଭୟଭିତ କରାଇ ତା ସାଇକେଲ୍ ସହ ସମସ୍ତ ସଉଦା ପତ୍ର ଛଡାଇ ନେବା ପରେ ସଦା ଅନ୍ୟ ମାନଙ୍କୁ ନେଇ ଯେତେବେଳେ ଆମ୍ବ ତୋଟା ମଧ୍ୟରେ ପଶି ଗଲା । ବହୁତ ଖୋଜା ଖୋଜି ଚାଲିଥିବା ସମୟରେ ସେମାନେ ସଦାର ସବୁ ଜିନିଷକୁ ଗୋଟେ ଗାତରେ ଲୁଚାଇ ତା ଉପରେ ଆମ୍ବ ପତ୍ର ପକାଇ ଦେଇ ଥିଲେ । ଗଛ ଉପରେ ଆରାମ୍ରେ ପତ୍ର ଗହଳିରେ ସେହି ଚୋର ମାନେ ଲୁଚି ରହୁ ଥିଲେ । ପୋଲିସ୍ରେ ଏଫ.ଆଇ.ଆର୍ ଦେବା କଥା ଶୁଣି ରାତିରେ ସେହି ସଦାର ଘରକୁ ଏହି ଚୋର ମାନେ ଗଲେ । ଗାଁ ପାଖର ଚୋର ହୋଇଥିବାରୁ ସଦା ଘର ଜାଣିବା ତାଙ୍କ ପକ୍ଷେ କିଛି ଅସମ୍ଭବ ମଧ୍ୟ ନଥିଲା । ତାକୁ ଘରୁ ଡାକି କଳା ପୋଷାକ, ଭୂତ ପରି ଧଳା ଧଳା ଗାର । ଯେପରିକି ଅନ୍ଧାରରେ ସେମାନେ ଠିକ୍ କଙ୍କାଳ ପରି ଦେଖା ଯିବେ । ଏହି ପରି ପୋଷାକ ପିନ୍ଧି ଯାଇ ସେମାନେ ସଦାକୁ ଖୁବ୍ ଭୟଭୀତ କରିଥିଲେ ଏବଂ ଯାହା ଦ୍ୱାରା କି ସଦା ତା ପର ଦିନ ସକାଳୁ ଖୁବ୍ ଡରି ଯାଇ ଥିଲା । ତେଣୁ ଭୟରେ ସେ ସେମିତି ହେଉ ଥିଲା । ଶଙ୍କର କିନ୍ତୁ ଏସବୁ ଠିକ୍ ଜାଣି ପାରି ଥିଲା । ସେମାନେ କେହି ଭୂତ ନୁହଁନ୍ତି । ଭୂତ ସିନା ଡରାଇ ଦେବ ହେଲେ ବାଇକ୍ ଓ ଜିନିଷ ପତ୍ର ତାଙ୍କର କ’ଣ ହେବ? ତା ସାଥିରେ ଯଦି ସବୁ ଲୋକ ସାଙ୍ଗେ ସାଙ୍ଗେ ଯାଇଥାନ୍ତେ ହୁଏତ ଚୋର ସେହି କ୍ଷଣି ଧରା ପଡି ଥାନ୍ତା । ତାକୁ ଓଲଟି ଭୂତ ଲାଗିଛି ବୋଲି ଗାଁଲୋକେ ସବୁ ସେ ଗୁଣିଆଁ ଡାକି ଅଯଥା ସମୟ ନଷ୍ଟ କଲେ । ସେ ଯେତେ କହିଲା ମୋ ଠାରେ କେହି ଭୂତ ଫୁତ ଲାଗି ନାହାଁନ୍ତି ସେହି ସମୟରେ ଗୁଣିଆଁ ତାଙ୍କୁ ଆହୁରି ଭୟ ଦେଖାଇ ମିଛ କହୁ ଥିବାର ପ୍ରମାଣ ସମସ୍ତଙ୍କୁ ଦେଖାଇଲେ । ଗୁଣିଆଁ ଉପରେ ମଧ୍ୟ ଶଙ୍କରର ସେହି ଦିନଠୁ ଭାରି ରାଗ ଥିଲା । ଚୋର ମାନଙ୍କ କଥା ପ୍ରମାଣ ହେବାରୁ ସେ ଗୁଣିଆଁକୁ ମଧ୍ୟ ଭଲକି ଦି’ଟା ଉତ୍ତମ ମଧ୍ୟମ ଦେଇ ତା ଠାରୁ ସବୁ ସତ କଥା ପୋଲିସ୍ମାନେ ଆଦାୟ କଲେ । ତେଣୁ ବିଚାର ନକରି କୌଣସି ପଦକ୍ଷେପ ନେବାଟା ସର୍ବଦା ଅନୁଚିତ୍ । ହଁ ଭୂତ ଥାଇ ପାରନ୍ତି ମୁଁ କେବେ ମନା କରିବିନି । କାରଣ ମୁଁ କେଉଁ ଭୂତ ସଂସ୍ପର୍ଶରେ କେବେ ଆସିନି । ଯେଉଁମାନେ ଆସିଛନ୍ତି ସେମାନଙ୍କ ଠାରୁ ପ୍ରକୃତ କଥା ଶୁଣି ତାକୁ ବିବେଚନା କରି ଶେଷ ସିଦ୍ଧାନ୍ତରେ ଉପନିତ ହେଲେ କେଉଁ ଭୁଲ୍ ହେବନି କିମ୍ବା ଅଯଥା ଭୟଭୀତ ହୋଇ ଟଙ୍କା ଖର୍ଚ୍ଚ ହେବ ନାହିଁ । କି ସମୟ ମଧ୍ୟ ଅଯଥାରେ ନଷ୍ଟ ହେବନି କି ଶରୀର କଷ୍ଟ ହେବନି ।