ରାଜା ସେମାନଙ୍କୁ ଏଭଳି ହସିବାର ଦେଖି ପଚାରିଲେ – ତୁମର କ’ଣ ତୁମ ରାଜା ପ୍ରତି ଆଦୌ ସମ୍ମାନ ନାହିଁ । ତହୁଁ ସେ ଚୋର ତିନିଜଣ କହିଲେ – ରାଜା ! ସାମାନ୍ୟ ଏହି ଛୋଟ କଥାଟାରେ ଆପଣ ଏତେ ଦୁଃଖ ପ୍ରକାଶ କରୁଛନ୍ତି । ଆମ୍ଭମାନଙ୍କୁ ମାତ୍ର ଦଶ ଜଣ ସୈନିକ ଦିଅନ୍ତୁ ଓ ଅପେକ୍ଷା କରନ୍ତୁ । ଆମେ ସେ ସୁଲତାନର ସୈନ୍ୟବାହିନୀକୁ କାଲି ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ନିଶ୍ଚୟ ପରାସ୍ତ କରିଦେଇଥବୁ ।
ରାଜା ସେହି ଚୋରମାନଙ୍କର ପାରିବାରପଣ ଦେଖି ଖାଲି ହସିବାକୁ ଲାଗିଲେ । ତାପରେ ସେ କହିଲେ – ‘ତୁମ୍ଭେମାନେ କ’ଣ ତୁମ ରାଜାଙ୍କର ଥଟ୍ଟା ଓ ମଜାକ୍ ଉଡାଉଛ ।’ ଏକଥା ଶୁଣି ସେ ଚୋର ତିନିଜଣ କହିଲେ – ରାଜା, ଆମ ଉପରେ ଭରସା କରନ୍ତୁ । ଏହାଛଡା ଆପଣଙ୍କ ପାଖରେ ଆଉ କୌଣସି ଉପାୟ ବି ତ ନାହିଁ । ଆପଣଙ୍କୁ ଓ ଆପଣଙ୍କ ରାଜ୍ୟକୁ କେହି ବି ରକ୍ଷା କରିପାରିବେ ନାହିଁ । ଆମ ଉପରେ ଏତିକି ଭରସା କରନ୍ତୁ ।
ଏଥର ସେ ତିନିଚୋରଙ୍କ କଥାକୁ ରାଜା ମୋଟେ ହେୟ ଜ୍ଞାନ କଲେ ନାହିଁ । ତାପରେ ରାଜା ପଚାରିଲେ ତୁମେ ମାତ୍ର ଦଶ ଜଣ ସୈନିକଙ୍କୁ ନେଇ ସେ ସୁଲତାନଙ୍କର ଏକ ଲକ୍ଷ ସୈନ୍ୟଙ୍କୁ କିପରି ହରାଇଦେବ? ତହୁଁ ସେ ତିନିଚୋର ରାଜାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ – ‘ରାଜା, ଆପଣ ଖାଲି ସମୟକୁ ଅପେକ୍ଷା କରନ୍ତୁ । କିନ୍ତୁ କାଲି ସୂର୍ଯ୍ୟ ଉଦୟ ହେବା ମାତ୍ରେ ସେ ସୁଲତାନଙ୍କର ଶିବିର ଉପରେ ଆକ୍ରମଣ କରିବେ ।
ତାପରେ ସେ ତିନି ଚୋର ଚାଲି ଚାଲି ସୁଲତାନଙ୍କ ସୈନ୍ୟବାହିନୀ ପକାଇଥିବା ଶିବିର ଠାରୁ କିଛି ଦୂରରେ ଅଟକି ଗଲେ । ରାତ୍ରୀ ଅଧିକ ହେବାରୁ ସୁଲତାନଙ୍କ ସୈନ୍ୟ ହାଲିଆ ହୋଇ ନିଘୋଡ ନିଦରେ ଶୋଇପଡିଲେ ।