ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଜଗଦୀଶ୍ଚନ୍ଦ୍ରଙ୍କର ସ୍ୱଦେଶପ୍ରୀତି

ଥରେ ଜଣେ ଦୃଢପ୍ରତିଜ୍ଞ ହୋଇଗଲା ପରେ ତେଣିକି ଲକ୍ଷ୍ୟ ସ୍ଥିର ହୋଇଯାଏ । ଏଣେ ଜଗଦୀଶଚନ୍ଦ୍ର ବିନା ଦରମାରେ ତିନିବର୍ଷକାଳ ପାଠ ପଢେଇ ସାରିଲେଣି । ତାଙ୍କର ଶିକ୍ଷାଦାନ ପ୍ରଣାଳୀ ଅନ୍ୟ ଅଧ୍ୟାପକଙ୍କଠାରୁ ଭିନ୍ନ ଥିଲା ଫଳରେ ସେ କଲେଜ ଛାତ୍ରଙ୍କର ଅତି ପ୍ରିୟ ଅଧ୍ୟାପକ ପାଲଟିଗଲେଣି ।

ଶେଷରେ ବସୁଙ୍କର ଲୋକପ୍ରିୟତା, ଶିକ୍ଷାଦାନ ଶୈଳୀ, ଯୋଗ୍ୟତା କଲେଜ କର୍ତୃପକ୍ଷଙ୍କୁ ବେଶ୍ ପ୍ରଭାବିତ କଲା । ସୁତରାଂ ଜଣେ ନିଷ୍ଠାପର ଅଧ୍ୟାପକଙ୍କୁ ସେମାନେ ବା ଆଉ କେତେକାଳ ଉପେକ୍ଷା କରିପାରିଥାନ୍ତେ? ଶେଷରେ ବାଧ୍ୟହୋଇ ତାଙ୍କର ଦରମା ଇଂରେଜ ଅଧ୍ୟାପକଙ୍କ ସହିତ ସମାନ କରି ନିଯୁକ୍ତି ଦିନଠାରୁ ପ୍ରଦାନ କଲେ ।

ଏହିଭଳି ଦୃଢତା ମାଧ୍ୟମରେ ଜଗଦୀଶ୍ଚନ୍ଦ୍ର ଅସଂଖ୍ୟା ଇଣ୍ଡିଆନଙ୍କ ମନରେ ଆତ୍ମବିଶ୍ୱାସ ସଂଚାରିତ କରିପାରିଥିଲେ । ଫଳରେ ଇଂରେଜ ଶାସନରେ ଇଣ୍ଡିଆନମାନଙ୍କ ପ୍ରତି ହୀନମନ୍ୟତା ଧୀରେ ଧୀରେ ଦୂର ହେବାକୁ ଲାଗିଲା । ଦେଶକୁ ସ୍ୱାଧୀନ କରିବା ସଂକଳ୍ପ କ୍ରମଶଃ ଘନୀଭୂତ ହେଲା ।

ବାସ୍ତବରେ ଦୃଢ ଆତ୍ମବିଶ୍ୱାସ ସଫଳତା ପାଇଁ ହିଁ ବାଟ କଢାଇ ନେଇଥାଏ, ଯାହା ଜଗଦୀଶ୍ଚନ୍ଦ୍ର ବସୁ କାମରେ କରି ଦେଖାଇ ଦେଇଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ