ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଜଣେ ନିର୍ବୋଧ ନ ହେଲେ ସାହସୀ ହୋଇପାରିବ ନାହିଁ

                ମାତ୍ର ଘଟଣାଦିନ ସେହି ପ୍ରୌଢ ସୈନିକ ଜଣକ ମାତାଲ ଅବସ୍ଥାରେ ଥାଇ ତାଙ୍କର ଦକ୍ଷତାକୁ ସର୍ବସମକ୍ଷରେ ପ୍ରତିପାଦନ କରିବାକୁ ଅତ୍ୟନ୍ତ ବ୍ୟଗ୍ର ଥିଲେ । ସେଥିପାଇଁ ସେ ବାଟରେ ଯାଉଥିବା ପ୍ରତ୍ୟେକ ଲୋକଙ୍କୁ ବାରମ୍ବାର ଅନୁରୋଧ କରୁଥିଲେ ଯେ, କେହି ଜଣେ ଯଦି ତା’ ମୁଣ୍ଡରେ ଖାଲିବୋତଲଟିଏ ରଖି ଛିଡା ହୁଅନ୍ତେ, ତେବେ ସେ କିଛି ଦୂରରୁ ବୋତଲକୁ ଲକ୍ଷ୍ୟକରି ଗୁଳିମାରି ତାକୁ ଭାଙ୍ଗି ନିଜର ପରାକାଷ୍ଠା ଦେଖାଇଦିଅନ୍ତେ ।

                ହେଲେ ମାନସିକ ସ୍ତରରେ ଭାଙ୍ଗିପଡିଥିବା ଏବଂ ମାତାଲ ଅବସ୍ଥାରେ ଥିବା ସୈନିକର ଏଭଳି ଅନୁରୋଧକୁ ରକ୍ଷା କରିବା ପାଇଁ କେହି ହେଲେ ବି ରାଜି ହେଉ ନଥାନ୍ତି ।

                ଠିକ୍ ଏତିକିବେଳେ ଜର୍ଜ ୱାଶିଂଟନ୍ ସେଠାରେ ଯାଇ ପହଁଚିଗଲେ । ଘଟଣା କ’ଣ ଜାଣିବା ପରେ ସୈନିକଙ୍କୁ ସାହାଯ୍ୟ କରିବା ପାଇଁ ସେ ଇଚ୍ଛା ପ୍ରକଟ କଲେ । ଏହା ଦେଖି ୱାଶିଂଟନ୍ଙ୍କୁ ସେଠାରେ ଉପସ୍ଥିତ ଥିବା ଲୋକ ଏଥିରୁ ନିବୃତ ରହିବା ପାଇଁ ଯେତେ ପ୍ରବର୍ତାଇଲେ ମଧ୍ୟ ସେ ସେମାନଙ୍କ କଥା ଆଦୌ ମାନିଲେ ନାହିଁ । ଏବେ ସାହସର ସହିତ ବୋତଲଟିକୁ ନିଜ ମୁଣ୍ଡ ଉପରେ ରଖି ସେ ଠିଆ ହୋଇଗଲେ ।

                ଦେଖଣାହାରିଏ ଚକିତରେ ଚାହିଁ ରହିଥାନ୍ତି । ସୈନିକଜଣକ କିଛି ଦୂରରୁ ବନ୍ଧୁକରେ ଲକ୍ଷ୍ୟ ସନ୍ଧାନ କଲେ । ହେଲେ ମାତାଲ ଥିବାରୁ ପ୍ରଥମଗୁଳିଟି ଲକ୍ଷ୍ୟଭ୍ରଷ୍ଟ ହୋଇ ୱାଶିଂଟନ୍ଙ୍କ କାନପାଖ ଦେଇ ଚାଲିଗଲା । ସେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଗଲେ । ତଥାପି ସେ ନିରବ ନିଶ୍ଚଳ ଭାବରେ ସାହସ ଧରି ଠିଆହୋଇଥାନ୍ତି । ଏଥର ପୁଣି ବନ୍ଧୁକରୁ ଗୁଳି ଚଳାଇ ଲକ୍ଷ୍ୟଭେଦ କରିବା ପାଇଁ ୱାଶିଂଟନ୍ ସେ ସୈନିକଙ୍କୁ ପ୍ରେରଣା ଦେଲେ । ସୈନିକଙ୍କର ଦ୍ୱିତୀୟ ଗୁଳି ମଧ୍ୟ ଲକ୍ଷ୍ୟଭ୍ରଷ୍ଟ ହେଲା ।

                ସେତେବେଳକୁ ସେ ସୈନିକଙ୍କର ତ ନିଶା ଛାଡିଗଲାଣି । ସେ ପ୍ରକୃତିସ୍ଥ ହୋଇ ପୁଣି ତୃତୀୟ ଗୁଳି ଚଳାଇଲେ । ଯେ, ଏବେ ଝଣଝଣ ହୋଇ ସେ ବୋତଲଟି ଭାଙ୍ଗି ତଳେ ପଡିଗଲା । ଏହାଦେଖି ସେ ସୈନିକ ଜଣକ ଖୁବ୍ ଖୁସିରେ କାନ୍ଦି ପକାଇଲେ ।

                ଠିକ୍ ଏତିକିବେଳେ ୱାଶିଂଟନ୍ଙ୍କ ବାପା ସେଠାରେ ପହଁଚି ତାଙ୍କୁ ନିର୍ବୋଧ ବୋଲି ଭର୍ତ୍ସନା କଲେ । ବାପାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ୱାଶିଂଟନ୍ କହିଲେ, “ଜଣେ ନିର୍ବୋଧ ନ ହେଲେ କଦାପି ମଧ୍ୟ ସାହସୀ ହୋଇପାରିବ ନାହିଁ । ତେବେ ଏଭଳି ନିର୍ବୋଧତାର ପୁରସ୍କାର ବି ଅଛି । ଜଣେ ଦକ୍ଷ ସୈନିକ ତା’ର ହରାଇଥିବା ଆତ୍ମପ୍ରତ୍ୟୟ ଫେରିପାଇବା ତ କିଛି କମ୍ କଥା ନୁହେଁ, ଯାହାକୁ ପାଇବା ପାଇଁ ମୋର ସାହାଯ୍ୟ ଏକାନ୍ତ ଲୋଡା ଥିଲା ।”

                ସେ ଦିନର ସେହି ସାହସୀ ଯୁବକ ତାଙ୍କର କର୍ମନିଷ୍ଠା ଓ ଆତ୍ମପ୍ରତ୍ୟୟ ବଳରେ ଦିନେ ଆମେରିକାର ରାଷ୍ଟ୍ରପତି ପଦ ମଣ୍ଡନ କରିପାରିଥିଲେ, ଏହା କ’ଣ କିଛି କମ୍ ବଡ କଥା?


ଗପ ସାରଣୀ

ତାଲିକାଭୁକ୍ତ ଗପ