ତହିଁ ଆରଦିନ ରାଜା ତାଙ୍କ ଦରବାରରେ ସମସ୍ତଙ୍କ ଉପସ୍ଥିତିରେ ଘୋଷଣା କଲେ ଯେ – “ଆସନ୍ତା କାଲିଠାରୁ ଆମ୍ଭେମାନେ ଗ୍ରାମ ଭ୍ରମଣରେ ଯିବା, ଏଇଆ ଦେଖିବା ପାଇଁ ଯେ, ପ୍ରଜାମାନେ କି ଅବସ୍ଥାରେ କାଳାତିପାତ କରୁଛନ୍ତି ।”
ରାଜାଙ୍କ କଥା ଶୁଣି ମନ୍ତ୍ରୀ କହିଲେ, “ମହାରାଜ! ପ୍ରଜାମାନେ ତ ବେଶ୍ ସୁଖ, ଶାନ୍ତିରେ କାଳାତିପାତ କରୁଛନ୍ତି । ଆପଣ କାହିଁକି ଅଯଥାରେ ଚିନ୍ତା କରୁଛନ୍ତି । ଏ ଶୀତ ରାତିରେ ଆପଣ ବେକାରଟାରେ ଯାଇ ଗାଁରେ ବୁଲିବେ ।”
ମନ୍ତ୍ରୀଙ୍କ କଥା ଶୁଣି ତେନାଲୀରାମା କହିଲେ, “ମନ୍ତ୍ରୀ ମହାଶୟଙ୍କ ପରି ପ୍ରଜାମାନଙ୍କର ହିତ ସାଧନକାରୀ ନେତା ଆଉ କିଏ କ’ଣ ଅଛି? ମନ୍ତ୍ରୀ ଯାହା କହୁଛନ୍ତି ତାହା ତ ଠିକ୍ । କିନ୍ତୁ ରାଜାଙ୍କୁ ତ’ ପୁଣି ତାଙ୍କ ପ୍ରଜାମାନଙ୍କ କଥା କିଛି ଚିନ୍ତା କରିବାକୁ ପଡିବନା ।
ତାପରେ ମନ୍ତ୍ରୀ ରାଜାଙ୍କୁ କେବଳ ଆଖ ପାଖ ଗ୍ରାମରେ ହିଁ ବୁଲିବାପାଇଁ ପ୍ରବର୍ତାଇଲେ । କିନ୍ତୁ ସେ ରାଜା ତ ନଛୋଡ ବନ୍ଧା । ତେଣୁ ସେ ଦୂରରେ ଯେତେ ଗ୍ରାମ ଅଛି, ସେଠାରେ ଯାଇ ପହଁଚିଗଲେ । ଗ୍ରାମୀଣ ଜନତା ରାଜାଙ୍କୁ ନିଜ ସାମ୍ନାରେ ପାଇ ଅତ୍ୟନ୍ତ ଖୁସିରେ ଗଦ୍ଗଦ୍ ହୋଇ ପଡିଲେ ଓ ପରେ ସମସ୍ତେ ନିଜ ନିଜର ଦୁଃଖ କାହାଣୀ ରାଜାଙ୍କ ଆଗରେ ବଖାଣିଲେ । ଏହିପରିଭାବେ ମନ୍ତ୍ରୀଙ୍କର କାରସାଦି ସବୁ ଜଣା ପଡିଗଲା । ତେଣୁ ସେ କେବଳ ଲଜ୍ଜାରେ ନିଜ ମୁଣ୍ଡ ତଳକୁ କରି ଠିଆ ହୋଇଥାଆନ୍ତି ।
ଏହାପରେ ରାଜା କୃଷ୍ଣଦେବ ରାୟ ଘୋଷଣା କଲେ – ପ୍ରତିବର୍ଷ କମ୍ସେକମ୍ ଗୋଟିଏ ଥର ସେ ନିଜର ଦରବାର ଛାଡି ପ୍ରଜାମାନଙ୍କ ନିକଟକୁ ଆସିବେ । ସେମାନଙ୍କର ଅଭାବ, ଅସୁବିଧା କଥା ସବୁ ବୁଝି ସେଇମାନଙ୍କ ଗହଣରେ ହିଁ ସବୁ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ ।