ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଜନତାଙ୍କର ରାୟସାହେବ ପ୍ରେମଚାନ୍ଦ

କିଛିସମୟ ନିରବ ରହିଲା ପରେ ପ୍ରେମଚାନ୍ଦଙ୍କ ସ୍ତ୍ରୀ ପୁଣି କହିଲେ, “ଆଚ୍ଛା, ସେ କେବଳ ଉପାଧି ଦେବେ ନା ଆଉ କ’ଣ?”

ପ୍ରେମଚାନ୍ଦ କହିଲେ, “ଉପାଧି ସହିତ ଆଉ କିଛି ବି ମିଳିପାରେ ।”

ଏହା ଶୁଣି ପ୍ରେମଚାନ୍ଦଙ୍କ ସ୍ତ୍ରୀ କହିଲେ, “ତେବେ ଭାବୁଛ କ’ଣ? ଶୀଘ୍ର ଯାଇ ନେଇ ଆସ । ଭାଗ୍ୟରେ ଥିଲେ ହିଁ ଏଭଳି ସୁଯୋଗ ଆସିଥାଏ । ସୁଯୋଗକୁ ହାତଛଡା କଲେ ଆଉ ମିଳେ ନାହିଁ ।”

ଏଥର ପ୍ରେମଚାନ୍ଦ କହିଲେ, “କଥା କହିଦେବାଟା ତ ଅତି ସହଜ । ହେଲେ କାମଟି କଲାବେଳକୁ ତା’ର ଭଲମନ୍ଦ ଦିଗପ୍ରତି ଦୃଷ୍ଟି ନିକ୍ଷେପ କରି ଚିନ୍ତା କରିବାକୁ ପଡିବ । ସେଥିପାଇଁ ମୁଁ ଚିନ୍ତା କରୁଛି । ଯଦି ମୁଁ କିଛି ଚିନ୍ତା ନ କରି ବଡଲାଟଙ୍କଠାରୁ ଉପାଧି କି ଟଙ୍କା ପଇସା ପୁରସ୍କାର ସ୍ୱରୂପ ଗ୍ରହଣ କରେ, ତେବେ ମୁଁ ଆଉ ଗରିବ ଜନତାଙ୍କର ହୋଇ ରହିବି ନାହିଁ । ସରକାରଙ୍କ ଗୋଲାମ ହୋଇଯିବି ।”

ପତ୍ନୀ ପଚାରିଲେ, “କେମିତି?”

ପ୍ରେମଚାନ୍ଦ ଉତ୍ତର ଦେଲେ, “ଏ ପର୍ଯ୍ୟନ୍ତ ଯାହା ମୁଁ ଲେଖୁଛି କେବଳ ଜନତାଙ୍କ ପାଇଁ । ରାୟସାହେବ ହୋଇଗଲା ପରେ ମୁଁ ଜନତାଙ୍କ ପାଇଁ ନ ଲେଖି ସରକାରଙ୍କ ପାଇଁ ଲେଖିବାକୁ ବାଧ୍ୟ ହେବି ।”

ଏକଥା ଶୁଣି ପତ୍ନୀ ଭୟଭୀତ ହୋଇଗଲେ । ମନରେ ଭାବିଲେ ତାଙ୍କ ସ୍ୱାମୀ ଯାହା କହୁଛନ୍ତି ତାହା ନିରାଟ ସତ୍ୟ, ମାତ୍ର ଉପାଧି ଆଣିବାକୁ ମନା କରିଦେଲେ, ଗୋରା ସରକାର ତାଙ୍କୁ ହଇରାଣ ହରକତ କରିପାରନ୍ତି । ସୁତରାଂ ସେ ଡରି ଡରି କହିଲେ, “ତେବେ କ’ଣ କରାଯିବ? ତୁମେ ସେ ବଡଲାଟଙ୍କୁ କି ଉତ୍ତର ଦେବ? ସେ ଯଦି ଅସନ୍ତୁଷ୍ଟ ହୁଅନ୍ତି, ତେବେ?”

ଏଥର ପ୍ରେମଚାନ୍ଦଜୀ ହସି ହସି କହିଲେ, “ଏଥିରେ ଡରିବାର କ’ଣ ଅଛି? ମୁଁ ବଡଲାଟଙ୍କୁ ଲେଖି ଦେଉଛି ଯେ, ମୁଁ ଜନତାଙ୍କର ରାୟସାହେବ ହୋଇ ରହିବି, ହେଲେ ସରକାରଙ୍କର ନୁହେଁ । ତା’ପରେ ଯାହା ହେବ ଦେଖାଯିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ