ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଜମିଦାର ରାଜା

ଏକଥା ଶୁଣି ଆଗନ୍ତୁକ ଜଣକ କହିଲା, “ମୋର ଦେବାନଙ୍କ ପାଖରେ କିଛି ବି କାମ ନାହିଁ । ମୋତେ ଟିକେ ଜମିଦାରଙ୍କ ସହିତ ଭେଟ କରାଇ ଦିଅନ୍ତୁ । ତାଙ୍କୁ ଖଣ୍ଡିଏ ଚିଠି ଦେବି ବୋଲି ମୁଁ ଆଣିଛି ।”

ଏପରି କଥା ଶୁଣି ସେ ପ୍ରହରୀ ଜଣକ ଅତ୍ୟନ୍ତ କଡା ସ୍ୱରରେ କହିଲା – “ତୋର ସାହସ ତ କିଛି କମ୍ ନୁହେଁ । ଜମିଦାରଙ୍କର କଣ ଆଉ କିଛି କାମ ନାହିଁ । ତୋଠାରୁ ଚିଠି ନେବେ ବୋଲି ସେ ଯେମିତି ଖାଲି ଅନାଇ ବସିଛନ୍ତି? ଚିଠିଟି ଆମକୁ ଦିଅ । ଆମେ ଠିକ୍ ସମୟରେ ମଣିମାଙ୍କ ହାତରେ ଚିଠିଟି ପହଁଚାଇ ଦେବୁ ।”

ଆଗନ୍ତୁକ ଅତି ବିରକ୍ତ ହୋଇ କହିଲା, “ମୋତେ ଆପଣମାନେ କାହିଁକି ବାରମ୍ବାର ବାଧ୍ୟ କରୁଛନ୍ତି? ଚିଠିଟି ମୁଁ ନିଜେ ଯାଇ ଜମିଦାରଙ୍କୁ ଦେବି । ନଚେତ୍ ଫେରାଇ ଦେବି ।”

ଏହା ଶୁଣି ଦେବାନ୍ ଓ ପ୍ରହରୀ ସେ ଆଗନ୍ତୁକ ଠାରୁ  ଚିଠିଟି ଛଡାଇବା ପାଇଁ ଉଦ୍ୟମ କଲେ । ସେମାନଙ୍କ ଟଣାଓଟରା ଓ ପାଟିଗୋଳ ଶୁଣି ନିଜେ ଜମିଦାର ବାରଣ୍ଡାକୁ ବାହାରି ଆସିଲେ । ସେ ଦେଖିଲେ, ଜଣେ ଗାଉଁଲି ଲୋକକୁ ତାଙ୍କ ପ୍ରହରୀ ଓ ଦେବାନ୍ କଟାଳ କରୁଛନ୍ତି ।

ଜମିଦାର ହଠାତ୍ ସେଠାରେ ପହଁଚି ଯିବାରୁ ସମସ୍ତେ ଛାଡବାଡ ହୋଇଗଲେ । ସବୁକଥା ଶୁଣି ମହେନ୍ଦ୍ର କୁମାର ସେ ଆଗନ୍ତୁକକୁ ତାଙ୍କ ଉଆସ ଭିତରକୁ ଡାକିନେଲେ । ତାରି ହାତରୁ ଚିଠିଟି ନେଇ ସେ ଜମିଦାର ଯେମିତି ଚିଠିର ହସ୍ତାକ୍ଷର ଉପରେ ନଜର ରଖିଛନ୍ତି, ଖୁବ୍ ଭୟରେ ତାଙ୍କର ମୁହଁ ହଠାତ୍ ଝାଉଁଳି ଗଲା । କାହିଁକିନା ଏହା ତ ତାଙ୍କ ମୃତ ପିତାଙ୍କର ହସ୍ତାକ୍ଷର । ତାଙ୍କ ଲିଖିତ ଚିଠି ଚିହ୍ନିବାରେ ମହେନ୍ଦ୍ରକୁମାରଙ୍କ ସନ୍ଦେହର ଆଉ କୌଣସି ଅବକାଶ ରହିଲା ନାହିଁ । ମାତ୍ର ଏହା କିପରି ସମ୍ଭବ ହେଲା? ଜଣେ ମୃତ ଲୋକ କ’ଣ କେବେ ଚିଠି ଲେଖିପାରେ?

ତହୁଁ ସେ ମହେନ୍ଦ୍ର ବଡ ବ୍ୟଗ୍ର ହୋଇ ଆଗନ୍ତୁକକୁ ପଚାରିଲେ, “ତୁମେ ଯାହାଙ୍କଠାରୁ ଏ ଚିଠିଟି ଆଣିଲ, ତାଙ୍କୁ ଆଉ ଥରେ ଦେଖିଲେ କଣ ଚିହ୍ନି ପାରିବ?”

ଆଗନ୍ତୁକ ହଁ କଲା । ସେ ଆଗନ୍ତୁକ ପୁଣି କହିଲା – “ଏଥିରେ ଆଶ୍ଚର୍ଯ୍ୟ ହେବାର କଅଣ ଅଛି? ତାଙ୍କ ସହିତ କଥା ହୋଇ ମୁଁ ତ ଫେରିଲି । ଦେଖିଲେ ତାଙ୍କୁ ମୁଁ ଅବଶ୍ୟ ଚିହ୍ନି ପାରିବି ।”

ଜମିଦାରଙ୍କ ଉଆସ ଭିତରେ ଗୋଟିଏ ବଡ ହଲ୍ ଥିଲା । ସେଠାରେ କେତେ ରଙ୍ଗରେ ତାହା ସଜା ଯାଇଛି । ଚାରିଆଡେ ମୂଲ୍ୟବାନ ଗାଲିଚା ପଡିଛି । କାନ୍ଥରେ କେତେ ରାଜା ଓ ଜମିଦାରଙ୍କ ତୈଳଚିତ୍ର ଶୋଭା ପାଉଛି । ମହେନ୍ଦ୍ରକୁମାର ଆଗନ୍ତୁକକୁ ନେଇ ସେହି କକ୍ଷରେ ପ୍ରବେଶ କଲେ ଏବଂ ଗୋଟି ଗୋଟି କରି କାନ୍ଥରେ ଟଙ୍ଗା ହୋଇଥିବା ଫଟୋଗୁଡିକ ଦେଖାଇଲେ ।

ଆଗନ୍ତୁକ ଜଣକ ମନଦେଇ ସେସବୁ ଫଟୋ ଦେଖୁଥାଏ ଏବଂ ମୁଗ୍ଧ ହେଉଥାଏ । ହଠାତ୍ ସେ ଆଗନ୍ତୁକ ଗୋଟିଏ ଫଟୋ ପାଖରେ ଅଟକିଗଲା ଏବଂ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଗୋଟିଏ ଫଟୋକୁ ଖାଲି ଦେଖିବାକୁ ଲାଗିଲା । ହଠାତ୍ ସେହିକ୍ଷଣି ଜମିଦାର ମହେନ୍ଦ୍ରକୁମାର ସେ ଆଗନ୍ତୁକକୁ ପଚାରିଲେ, “କ’ଣ ଦେଖୁଛ? ତୁମେ କ’ଣ ତାଙ୍କୁ ଚିହ୍ନିଛ?”


ଗପ ସାରଣୀ

ତାଲିକାଭୁକ୍ତ ଗପ