ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଜହ୍ନରେ ଠେକୁଆ

       ଛଦ୍ମବେଶୀ ପରୀଠାରୁ ଏକଥା ଶୁଣି ଯିଏ ଯେଝାବାଟରେ ଖାଦ୍ୟ ଅନ୍ୱେଷଣ କରିବାକୁ ଚାଲିଗଲେ । ହୁଣ୍ଡାମାଙ୍କଡ ଗଛରେ ଚଢିଯାଇ ପାଚିଲା କଦଳୀ, କମଳା, ଅମୃତଭଣ୍ଡା ତୋଳି ଆଣିଲା । ବିଲୁଆଟି ଗୋଟାଏ ବଡ ରୋହିମାଛ ଧରି ଫେରିଲା । ହେଲେ ନିରୀହ ଠେକୁଆ କୁଆଡୁ କିଛି ନ ପାଇ ନିରାଶ ହୋଇ ଦୁଃଖରେ ଫେରିଲା । ତିନିହେଁ ଏକା ସମୟରେ ଆସି ବୁଢୀମାଉସୀ ପାଖରେ ପହଂଚିଗଲେ।

       ମାଙ୍କଡ ଓ ବିଲୁଆ ଆଣିଥିବା ଖାଦ୍ୟସାମଗ୍ରୀ ବୁଢୀମାଉସୀକୁ ଦେଇ ଦେଲେ । ମାଙ୍କଡ ଫଳମୂଳ ରଖିଦେଲା, ଆଉ ବିଲୁଆ ରୋହିମାଛକୁ ନିଆଁରେ ପୋଡି ଖାଦ୍ୟ ଉପଯୋଗୀ କରି ମାଉସୀ ଆଗରେ ବି ବାଢିଦେଲା ଖାଇବା ପାଇଁ । ହେଲେ ଠେକୁଆ କିଛି ନ ଦେଇ ପାରି କହିଲା, “ମାଉସୀ ! ମୁଁ ଏଇ ନିଆଁ ଭିତରକୁ ଡେଇଁ ପଡିବି । ପୋଡିଗଲେ ତୁ ମୋର କଅଁଳିଆ ପୋଡାମାଂସ ଖାଇ ପେଟପୂରାଇନେବୁ ଭାରି ସୁଆଦିଆ ଲାଗିବ ।”

       ଏତକ କହୁ କହୁ ବୁଢୀ ବେଶରେ ଥିବା ପରୀ ଠେକୁଆକୁ ଧରି କୁଣ୍ଢେଇ ପକାଇ କହିଲା, “ତୁମ ତିନି ବନ୍ଧୁଙ୍କ ଭିତରେ ଠେକୁଆ ହିଁ ଭାରି ଦୟାଳୁ ।”

       ପୁଣି ଠେକୁଆ ଉଦ୍ଧେଶ୍ୟରେ କହିଲା, “ଆଜି ତୁମେ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛ । ମୁଁ ପ୍ରକୃତରେ ବୁଢୀ ମାଉସୀ ନୁହେଁ, ସ୍ୱର୍ଗର ପରୀ । ଆସ ତୁମକୁ ମୁଁ ସ୍ୱର୍ଗକୁ ନେଇଯିବି । ଏଣିକି ତୁମର ସ୍ଥାନ ମର୍ତ୍ୟରେ ନୁହେଁ, ଆକାଶର ଅତି ଉଚ୍ଚରେ ଥିବା ଜଦ୍ନମାମୁଁ ଦେହରେ ।”

       ଏହାକହି ପରୀ ଠେକୁଆକୁ ତାର ପିଠିରେ ବସାଇ ଉଡି ଉଡି ସ୍ୱର୍ଗରେ ପହଂଚିଲା । ସେହିଦିନ ଠାରୁ ସ୍ୱର୍ଗରେ ଥିବା ସବୁଠାରୁ ଶୀତଳ ସ୍ଥାନ ଚନ୍ଦ୍ରପୃଷ୍ଠରେ ପରୀସହ ଠେକୁଆ ରହିଲା । ଆମେ ଆକାଶରେ ଚନ୍ଦ୍ରକୁ ଦେଖିଲେ ତା’ଦେହରେ ପରୀସହିତ ଠେକୁଆକୁ ଦେଖିପାରିବା । ମାତ୍ର ଅମାବାସ୍ୟା ରାତିରେ ଦେଖି ପାରିବା ନାହିଁ । କାରଣ ସେଦିନ ପରୀ ତା’ ପିଠିରେ ଠେକୁଆକୁ ବସାଇ ମର୍ତ୍ୟମଣ୍ଡଳ ବୁଲାଇ ଆଣି ପୁନଶ୍ଚ ଚନ୍ଦ୍ରପୃଷ୍ଠକୁ ଫେରିଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ