ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଜିତୁମିତୁ

କୌଣସି ଏକ ରାଜାଙ୍କ ପାଖରେ ଜିତୁକୁ ଚାକିରୀ ମିଳିଗଲା । ରାଜାଙ୍କ ପାଖରେ ଚାକିରୀ ପାଇବା ତ ଭାରି କଷ୍ଟ । ଏଣେ ଜିତୁର ପିଲାଦିନର ଜଣେ ସାଙ୍ଗ ଥାଏ ତା’ର ନାମ ମିତୁ । ମିତୁ ପରିବା ବିକି ତା’ ପେଟ ପୋଷେ । ମଝିରେ ମଝିରେ କାମ ମିଳିଗଲେ ବି ତାକୁ ସେ କରେ । ଏମିତିକା ବେଶ୍ ଭଲରେ ସେ ଚଳିଯାଉଥାଏ ।

                କିନ୍ତୁ ଜିତୁ ରାଜାଙ୍କ ପାଖରେ କାମ ପାଇଛି ବୋଲି ତା’ର ବହୁତ ସମ୍ମାନ ଥାଏ । ସେଥିପାଇଁ ଜିତୁର ଗର୍ବ ସବୁବେଳେ ବଢି ଯାଉଥାଏ । ଅନ୍ୟମାନଙ୍କ କଥା ଛାଡ । ନିଜର ପିଲାବେଳର ସାଥୀ ମିତୁ ସହିତ ମଧ୍ୟ ସେ କଥାବାର୍ତ୍ତା କରେନାହିଁ । ଏସବୁ ବ୍ୟବହାର ମିତୁକୁ ମୋଟେ ଭଲ ଲାଗୁ ନଥାଏ । ଦିନେ ସିଏ ନିଜେ ରାଜାଙ୍କ ଦରବାରକୁ ଗଲା ଜିତୁର ଚାକିରୀ ଦେଖିବାକୁ । ରାଜଦରବାରରେ ଲୋକେ ତାକୁ କେତେ ସମ୍ମାନ ଦେଉଛନ୍ତି ସେକଥା ଜାଣିବା ପାଇଁ । ସେଠାରେ ପହଁଚି ସେ ଦେଖିଲା ଜଣେ କିଏ ଜିତୁକୁ ଖୁବ୍ ଗାଳି ଦେଉଛି । ଏହା ଶୁଣି ମିତୁ ଭାରି ଆଶ୍ଚର୍ଯ୍ୟ ହେଲା । ପାଖରେ ଥିବା ଜଣେ କର୍ମଚାରୀଙ୍କୁ ସେ ପଚାରିଲା, “ମହାଶୟ, ଜିତୁକୁ ଏମିତି ଯିଏ ଗାଳି ଦେଉଛନ୍ତି ସେ କିଏ କି?”

କର୍ମଚାରୀ ମିତୁକୁ ଅଚିହ୍ନା ଦେଖି ଟିକିଏ ନାକ ଟେକିଲା ଓ କହିଲା, “ସିଏ ଜଣେ ବଡ ଅଧିକାରୀ ।”

ଏହା ଶୁଣି ମିତୁ ପଚାରିଲା, “ଅଧିକାରୀ ବୋଲି ସେ ଏମିତି ଗାଳି ଦେବେ, ତାଙ୍କୁ କେହି କିଛି ବି କହିବେ ନାହିଁ, ଇଏ କେଉଁଠିକାର ନ୍ୟାୟ?”

କର୍ମଚାରୀ କହିଲା, “ସହିବାକୁ ହେବ । ନହେଲେ ଚାକିରୀ ଚାଲିଯିବ ନା? ଆଉ ଏଠାରୁ ଚାକିରୀ ଚାଲିଗଲେ ବାହାରେ କେହି କଉଡିଟିଏର ମୂଲ୍ୟ ବି ଦେବେନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ