ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଜିଦ୍ଖୋର ଶାସକ

ସେହି ଦିନ ସଂନ୍ଧ୍ୟା ସମୟରେ ରାଜା ଚନ୍ଦ୍ରସେନ ଉଦ୍ୟାନରେ ବିଚରଣ କରୁଥାନ୍ତି । କଂଟାଭରା ଏକ ଛୋଟ ଡାଳ ପବନରେ ଉଡି ଆସି ତାଙ୍କ ଉପରେ ପଡିଲା । ବୃଦ୍ଧମାଳୀ ଦୂରରୁ ଦୌଡି ଆସି ଡାଳଟିକୁ ଫିଙ୍ଗି ଦେଲେ ଓ କହିଲେ, “କ୍ଷମା କରିବେ ମହାରାଜ, ଭବିଷ୍ୟତରେ ମୁଁ ଏପରି ଭୁଲ୍ ଆଉ କେବେବି କରିବି ନାହିଁ । ଏହା ପରଠାରୁ ମୁଁ ଅଧିକ ସତର୍କ ରହିବି ।”

ରାଜା ମାଳୀକୁ ପ୍ରଶ୍ନ କଲେ “ଏହି ଘଟଣାରେ ମୁଁ କ’ଣ ନିଷ୍ପତି ନେବି ବୋଲି ତୁମେ ଭାବୁଛ?”

ଟିକିଏ ରହିଯାଇ ମାଳୀ କହିଲେ, “ଆପଣ କହିବେ ଯେ ଗୋଲାପ ଉଦ୍ୟାନରେ ଏପରି କଂଟା ରହିବା ସ୍ୱାଭାବିକ କଥା । ମୁଁ ବୃଦ୍ଧ ହୋଇଥିବାରୁ ମତେ ଅଯୋଗ୍ୟ ମନେ କରି ଚାକିରୀରୁ ବାହାର କରିବେ ନାହିଁ ।”

“ନା’ ମୁଁ ଠିକ୍ ତାହାହିଁ କରିବାକୁ ଯାଉଛି । ତୁମକୁ ଚାକିରୀରୁ ବାହାର କରି ଜଣେ ଯୁବକଙ୍କୁ ଏହି ପଦରେ ନିଯୁକ୍ତି ମିଳିବ ।” ଏହା ଶୁଣି ବୃଦ୍ଧମାଳୀ ବିଳାପ କରି ଉଠିଲେ । ମାତ୍ର ରାଜା ତାଙ୍କ ଆଡକୁ ଭ୍ରୁକ୍ଷେପ ନ କରି ରାଜଭବନ ଦିଗରେ ଅଗ୍ରସର ହେଲେ ।

ସେହିଦିନ ରାତ୍ରିରେ ମହାରାଣୀ ପୁନଶ୍ଚ ପିତ୍ରାଳୟ ଗମନ କରିବା ପ୍ରସଙ୍ଗ ଉଠାଇଲେ । ସେ ରାଜାଙ୍କୁ କହିଲେ, “କାଲି ରାତିରେ ମୁଁ ସ୍ୱପ୍ନ ଦେଖିଲି ଯେ ମୋ ମା’ଙ୍କର ସ୍ୱାସ୍ଥ୍ୟ ମୋଟେ ଠିକ୍ ନାହିଁ । ତାଙ୍କୁ ଥରେ ଦେଖି ଆସିବା ପାଇଁ ମୋତେ ଅନୁମତି ପ୍ରଦାନ କରନ୍ତୁ ।”

ଚନ୍ଦ୍ରସେନ ପ୍ରଶ୍ନ କଲେ “ମୋ ନିକଟରୁ ତୁମେ କେଉଁ ପ୍ରକାରର ଉତ୍ତରର ପ୍ରତୀକ୍ଷା କରୁଛ?”

ରାଣୀ ହସି ହସି କହିଲେ, “ବାରମ୍ବାର ଆପଣଙ୍କୁ ଅନୁରୋଧ କରୁଛି, ତେଣୁ ଯିବା ପାଇଁ ଅନୁମତି ନିଶ୍ଚୟ ମିଳିବ ।”

ରାଜା କହିଲେ “ନା’, ତୁମର କଥା ଭୁଲ୍ ଅଟେ । ମୁଁ ତୁମକୁ ଏଥିପାଇଁ ଅନୁମତି ଦେବି ନାହିଁ ।”

ରାଣୀ ମନଦୁଃଖରେ ପୁଣି ନିଜ କକ୍ଷକୁ ଚାଲିଗଲେ । ତାଙ୍କର ବିଷାଦ ଘେରା ମୁଖମଣ୍ଡଳ ଦେଖି ରାଜା ଗଭୀର ଚିନ୍ତାରେ ପଡିଗଲେ ।

ଅର୍ଦ୍ଧରାତ୍ର ପରେ ମଧ୍ୟ ରାଜାଙ୍କୁ ନିଜ ଶୟନ କକ୍ଷରେ ବିଚରଣ କରୁଥିବାର ଦେଖି ରାଣୀ ଆସି ସେଠାରେ ପହଁଚିଲେ, ଓ ପରେ ସେ ରାଜାଙ୍କୁ ପ୍ରଶ୍ନକଲେ “କେଉଁ ବିଷୟ ନେଇ ଆପଣ ଏତେ ଚିନ୍ତିତ? ଆପଣଙ୍କୁ ନିଦ୍ରା ମଧ୍ୟ ଆସୁ ନାହିଁ?”

ଜିଦ୍ଖୋର୍ ରାଜା ପ୍ରଥମ ଥର ପାଇଁ ନିଜ ପତ୍ନୀଙ୍କ ସହିତ ଖୋଲାମନରେ ବିଚାର ବିନିମୟ କଲେ । ସମସ୍ତ ବିଷୟ ବର୍ଣ୍ଣନା କରିବା ପରେ କହିଲେ, “ଲୋକମାନେ ଯାହା ଚିନ୍ତା କରୁଛନ୍ତି ତାହା କଲେ ସେମାନେ ଅସୁଖୀ ହେଉଛନ୍ତି । ସେମାନଙ୍କ ଚିନ୍ତାର ବିପରୀତ କିଛି ଅପ୍ରତ୍ୟାଶିତ ଭାବେ ନିଷ୍ପତି ନେଲେ, ତାହା ମଧ୍ୟ ସେମାନଙ୍କୁ ସନ୍ତୁଷ୍ଟ କରୁନାହିଁ । ମୁଁ ସ୍ଥିର କରିପାରୁନାହିଁ ଯେ, କଣ କଲେ ପ୍ରକୃତରେ ମୋର ପ୍ରଜାମାନଙ୍କର ସମସ୍ୟା ସମାଧାନ ହୋଇପାରିବ ।”

ରାଣୀ ରାଜାଙ୍କର ଏପରି ଅଜବ ଚିନ୍ତାଧାରା ଶୁଣି ହସି ଉଠିଲେ । କହିଲେ, “ଆଗକୁ କ’ଣ ଘଟିବ ଏହି ସମ୍ବନ୍ଧରେ ଜଣେ ଯାହା ଚିନ୍ତା କରେ ତାହା ସର୍ବଦା ମଙ୍ଗଳକାରୀ ହୋଇ ନଥାଏ । କିମ୍ବା ତାହା ସହିତ ଜଣଙ୍କର ସମ୍ପର୍କ ମଧ୍ୟ ଥାଇ ନପାରେ । କିନ୍ତୁ ପ୍ରଜାମାନଙ୍କ ଦୃଷ୍ଟିରେ ରାଜା ଜଣେ ପିତାଙ୍କ ସଦୃଶ । ଖାଦ୍ୟ, ବସ୍ତ୍ର, ବାସଗୃହ, ପ୍ରତ୍ୟେକ ମନୁଷ୍ୟର ମୌଳିକ ଆବଶ୍ୟକତା । ଯେଉଁ ଶାସକ ପ୍ରଜାମାନଙ୍କର ଏହି ଆବଶ୍ୟକତା ଯଥାଯଥ ରୂପେ ପୂରଣ କରେ, ସେ ପ୍ରଜା ମାନଙ୍କର ପ୍ରକୃତ ପ୍ରତିନିଧି । ମାତ୍ର ଏହାର ଅର୍ଥ ନୁହେଁ ଜଣେ ରାଜା ପ୍ରଜାମାନଙ୍କୁ ସୁଖୀ ଦେଖିବା ପାଇଁ, ସେମାନଙ୍କୁ ଘରେ ବସାଇ ଖାଇବାକୁ ଦେବ । ସେମାନେ ପରିଶ୍ରମ କରି ତା’ର ସୁଫଳ ଉପଭୋଗ କରିବେ । ସେଥିରୁ ସେମାନେ ଶାଶ୍ୱତ ଆନନ୍ଦ ପାଇବେ । ଆପଣ ସକଳ ପ୍ରଜାଙ୍କ ପାଇଁ ଏତିକି ବ୍ୟବସ୍ଥା କରିପାରିଲେ ସେମାନଙ୍କ ମନରେ ଅଶାନ୍ତି ଆଦୌ ରହିବ ନାହିଁ ।”

ଏବେ ଚନ୍ଦ୍ରସେନ ଠିକ୍ ବୁଝିପାରିଲେ ଯେ ପ୍ରକୃତରେ ତାଙ୍କର ଶାସନ ପଦ୍ଧତିରେ ଅନେକ ତ୍ରୁଟି ରହିଛି । ତତ୍ ପରଦିନ ସେ ମନ୍ତ୍ରୀ ଓ ଅନ୍ୟ ପ୍ରମୁଖ କର୍ମଚାରୀ ମାନଙ୍କ ସହିତ ଏହି ବିଷୟରେ ପରାମର୍ଶ କଲେ । ପ୍ରଜାମାନଙ୍କର କଲ୍ୟାଣ ପାଇଁ ଆବଶ୍ୟକ ଯୋଜନା ପ୍ରସ୍ତୁତ କଲେ ।

ଏହାର କିଛି ଦିନ ପରେ, ଗୁପ୍ତଚର ଠାରୁ ପ୍ରଜାମାନଙ୍କର ଅସନ୍ତୋଷ ସମ୍ବନ୍ଧରେ ଆଉ କୌଣସି ବିବରଣୀ ମିଳିଲା ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ