ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଝକମକି ବାକ୍ସ

                ତୁମର ଯଦି ସ୍ୱର୍ଣ୍ଣମୁଦ୍ରା ଦରକାର ତେବେ ତା ଆରପାଖ ଘରକୁ ଯିବ । ସେଠାରେ ବି ଦେଖିବ ଗୋଟିଏ ସିନ୍ଦୁକ ଉପରେ ବଡବଡ ଦୁର୍ଗଭଳିଆ ଆଖିଥିବା ଗୋଟିଏ କୁକୁର ବସିଛି । ତୁମେ ସେ କୁକୁରକୁ ମୋର ଏଇ ଉତ୍ତରୀୟ ଉପରେ ବସାଇ ସିନ୍ଦୁକରୁ ଯେତେ ଚାହିଁବ ସ୍ୱର୍ଣ୍ଣମୁଦ୍ରା ଆଣି ପାରିବ ।’

                ସେ ବୁଢୀଠାରୁ ଏତକ କଥା ଶୁଣି ସୈନିକ କହିଲା, ଏ ତ ଖୁବ୍ ଭଲ କଥା । ମୁଁ ସିନା ପ୍ରଚୁର ମୁଦ୍ରା ପାଇବି ହେଲେ ତୁମେ ମୋତେ ସେଠାକୁ ପଠାଇ କ’ଣ ପାଇବ?’

                ତହୁଁ ବୁଢୀଟି ସାଙ୍ଗେ ସାଙ୍ଗେ ଉତ୍ତର ଦେଲା ‘ମୋର ଆଈମା’ ସେଠାରେ ଛାଡି ଆସିଥିବା ଗୋଟିଏ ପୁରୁଣା ଝକମକି ବାକ୍ସକୁ ଆସିଲା ବେଳେ ଘେନି ଆସିବ ।’

                ସୈନିକଟି କହିଲା ‘ତେବେ ତୁମେ ମୋ ଅଂଟାରେ ଦଉଡି ବାନ୍ଧି ଦିଅ ।’

                ତା’ପରେ ସେ ବୁଢୀଟି ସୈନିକର ଅଂଟାରେ ଦଉଡିଟି ବାନ୍ଧି ଦେଲା ଓ ତାକୁ ତାର ନୀଳଉତ୍ତରୀୟଟି ଦେଇ ସେ ଗଛରେ ଚଢିବାକୁ କହିଲା । ସୈନିକଟି ଗଛରେ ଚଢି କୋରଡର ଶେଷ ମୁଣ୍ଡରେ ଯାଇ ପହଁଚିଲା ।

                ସୈନିକଟି କୋରଡ ଭିତରେ ପ୍ରଥମ ଘର ପାଖରେ ପହଁଚି ଦେଖିଲା ଗୋଟିଏ ସିନ୍ଦୁକ ଉପରେ ଥାଳିଆ ଭଳି ଆଖିଥିବା ଗୋଟିଏ କୁକୁର ବସିଛି । ସେ କୁକୁରଟିକୁ ବୁଢୀ ଦେଇଥିବା ଉତ୍ତରୀୟ ଉପରେ ବସାଇ ଦେଇ ସିନ୍ଦୁକଖୋଲି ମନଇଚ୍ଛା ତମ୍ବାମୁଦ୍ରା ସୈନିକଟି ତାର ପକେଟ୍ରେ ଭର୍ତ୍ତିକଲା । ତାପରେ ସେ ସିନ୍ଦୁକଟି ବନ୍ଦକରି ତା ଉପରେ କୁକୁରଟିକୁ ବସାଇ ଦେଇ ଦ୍ୱିତୀୟଘର ମଧ୍ୟକୁ ଗଲା ।

ଦ୍ୱିତୀୟଘର ଭିତରକୁ ଯାଇ ସେ ସୈନିକଟି ଦେଖିଲା ସେଠାରେ ସିନ୍ଦୁକ ଉପରେ ବି ଶଗଡ ଚକ ଭଳିଆ ଆଖିଥିବା ଗୋଟିଏ କୁକୁର ବସିଛି । ସେ କୁକୁରଟିକୁ ବୁଢୀ ଦେଇଥିବା ଉତ୍ତରୀୟ ଉପରେ ବସାଇ ଦେଇ ସିନ୍ଦୁକ ଖୋଲି ମନଇଚ୍ଛା ରୂପାମୁଦ୍ରା ତା ପକେଟ୍ ଓ ବ୍ୟାଗରେ ଭର୍ତ୍ତି କରି ପୁଣି କୁକୁରଟିକୁ ସିନ୍ଦୁକ ଉପରେ ବସାଇ ଦେଇ ତୃତୀୟ ଘର ଭିତରକୁ ଗଲା ।

ତୃତୀୟ ଘର ଭିତରକୁ ଯାଇ ଦେଖିଲା ସେ ଘର ସିନ୍ଦୁକ ଉପରେ ଗୋଟିଏ ବିରାଟ କୁକୁର ବସିଛି ଯାହାର ଆଖି ଦୁଇଟା ବଡ ବଡ ଦୁର୍ଗଭଳି ଓ ସେ ତା ଆଖି ଡୋଳାଦୁଇଟିକୁ ଖୁବ୍ ଜୋର୍ରେ ବୁଲାଉଥିଲା ।

ସୈନିକଟି କୁକୁରଟିକୁ ବୁଢୀ ଦେଇଥିବା ଉତ୍ତରୀୟ ଉପରେ ବସାଇ ଦେଇ ସିନ୍ଦୁକଟିକୁ ଖୋଲି ଦେଲା । ସେ ସିନ୍ଦୁକଟିକୁ ଖୋଲି ଯାହା ଦେଖିଲା ସେଥିରେ ସେ ଆଶ୍ଚର୍ଯ୍ୟ ହୋଇଗଲା ସେ ସିନ୍ଦୁକ ଭିତରେ ପ୍ରଚୁର ସୁନାମୋହର ଦେଖି ସେ ମନେ ମନେ ଖୁସି ହୋଇଗଲା । ସେ ଏଇ ସୁନାମୋହର ଦେଇ କେତେ ସହର, କୋଠା, ଦାସଦାସୀ, ଘୋଡା, ଗାଡି ପ୍ରଭୃତି କିଣି ଧନୀ ହୋଇ ଯିବ ବୋଲି ମନେ ମନେ ସ୍ଥିର କଲା । ଏହା ଭାବି ସେ ତାର ପକେଟ ଓ ବ୍ୟାଗରୁ ତମ୍ବା ଓ ରୂପା ମୁଦ୍ରା ସବୁ ବାହାର କରି ଦେଇ ପକେଟ୍ ଓ ବ୍ୟାଗରେ ସୁନା ମୋହର ସବୁ ଭର୍ତ୍ତି କଲା । ଏପରିକି ସେ ତାର ଟୋପି, ଜୋତା ଭିତରେ ମଧ୍ୟ ସୁନାମୋହର ଭର୍ତ୍ତିକଲା । ତାପରେ ସେ ସିନ୍ଦୁକକୁ ବନ୍ଦକରି ତା ଉପରେ କୁକୁରଟିକୁ ବସାଇ ଦେଇ ବୁଢୀକୁ ଉପରକୁ ଟାଣିବାକୁ କହିଲା । ବୁଢୀ କଥା ମନେ ପଡିବା ସଙ୍ଗେ ସଙ୍ଗେ ହଠାତ୍ ତାର ସେ ଝକ୍ମକି ବାକ୍ସ କଥା ମନେ ପଡିଲା ଓ ସେ ତରତର ହୋଇ ଝକ୍ମକି ବାକ୍ସଟି ନେଇ ବୁଢୀଟିକୁ ଉଠାଇବାକୁ କହିଲା ।

ବୁଢୀଟି ଦଉଡି ଟାଣି ସୈନିକଟିକୁ ଉପରକୁ ଉଠାଇଲା । ଫଳରେ ସେ ସୈନିକଟି ସୁନା ମୋହର ସହ ଝକ୍ମକି ବାକ୍ସ ସାଙ୍ଗରେ ଧରି ଉଠି ଆସିଲା । ଉପରକୁ ଆସି ସୈନିକଟି ସେ ବୁଢୀକୁ ପଚାରିଲା ‘ଆଚ୍ଛା ତୁମେ ଧନରତ୍ନ ନନେଇ ଏ ଝକ୍ମକି ବାକ୍ସ ନେଇ କ’ଣ କରିବ?’

ବୁଢୀଟି କହିଲା ‘ସେଥିରୁ ତୁମେ କ’ଣ ପାଇବ । ତୁମେ ତ ଅନେକ ଧନରତ୍ନ ପାଇଲ ଏବେ ମୋ ଝକ୍ମକି ବାକ୍ସ ମୋତେ ଦିଅ ।

ସୈନିକଟି କହିଲା ‘ତୁ ଏ ଝକ୍ମକି ବାକ୍ସ ନେଇ କ’ଣ କରିବୁ କହ ନଚେତ୍ ମୁଁ ତୋର ମୁଣ୍ଡ କାଟ୍ କରିବି ।’

ବୁଢୀଟି ସୈନିକର କଥାରେ ରାଜି ନହେବାରୁ ସୈନିକଟି ବୁଢୀର ମୁଣ୍ଡକୁ ଖଣ୍ଡାରେ ଦିଖଣ୍ଡ କରିଦେଲା । ଏହାପରେ ସୈନିକଟି ବୁଢୀ ଦେଇଥିବା ଉତ୍ତରୀୟରେ ସବୁତକ ସୁନାମୋହରକୁ ପୁଡା କରି ତାକୁ କାନ୍ଧରେ ଝୁଲାଇ ଓ ଝକମକି ବାକ୍ସକୁ ପକେଟ୍ରେ ରଖି ସହର ମଧ୍ୟକୁ ଚାଲିଗଲା ।

ସୈନିକଟି ଯେଉଁ ସହରକୁ ଗଲା ସେ ସହରଟି ଖୁବ୍ ସୁନ୍ଦର ଓ ସୈନିକଟି ସେଠାରେ ଗୋଟିଏ ମୂଲ୍ୟବାନ ଘର ଭଡା ନେଇ ଆନନ୍ଦରେ ରହିଲା । ଖୁବ୍ ଅଳ୍ପଦିନ ମଧ୍ୟରେ ସେ ସହରରେ ଏକ ଧନୀ ବ୍ୟକ୍ତି ଭାବରେ ପରିଚିତ ହୋଇଗଲା । ତେଣୁ ସହରର ଲୋକମାନେ ତାକୁ ଖୁବ୍ ସମ୍ମାନ ଦେବାକୁ ଲାଗିଲେ ।

ଖୁବ୍ ବିଳାସ ବ୍ୟସନ ଭିତରେ ରହିଥିବାବେଳେ ଦିନେ ସେ ସୈନିକଟି ଲୋକଙ୍କ ମୁଖରେ ସେ ଦେଶର ରାଜକୁମାରୀର ରୂପ ବିଷୟରେ ଶୁଣିବାକୁ ପାଇଲା । ପ୍ରକୃତରେ ସେ ଦେଶର ରାଜକୁମାରୀ ଖୁବ୍ ସୁନ୍ଦରୀ ଥିଲେ । ସୈନିକଟି ରାଜକୁମାରୀର ରୂପ ବିଷୟରେ ଶୁଣି ମନେମନେ ତାକୁ ଭଲ ପାଇ ବସିଲା । ସେ ରାଜକୁମାରୀର କିପରି ଦେଖାପାଇବ ସେଥିଲାଗି ସବୁବେଳେ ଚିନ୍ତା କରିବାକୁ ଲାଗିଲା ।

ଦିନେ ସେ ସୈନିକଟି ତାର ଜଣେ ସାଙ୍ଗକୁ ରାଜକୁମାରୀକୁ ଦେଖା କରିବା କଥା ଜଣାଇଲା । ମାତ୍ର ସୈନିକର ସେ ସାଙ୍ଗଟି କହିଲା ‘ସେ ରାଜକୁମାରୀକୁ ଏପର୍ଯ୍ୟନ୍ତ ବାହାର ଲୋକ କେହି ବି ଦେଖି ନାହାଁନ୍ତି । କାହିଁକିନା ସେ ରାଜବାଟୀର ଏକ ସୁନ୍ଦର ମହଲରେ ରହେ । କେବଳ ରାଜା ଓ ରାଣୀ ତା ସହିତ ଦେଖା କରନ୍ତି ।’


ଗପ ସାରଣୀ

ତାଲିକାଭୁକ୍ତ ଗପ