ରାଜା ଆର୍ଥରଙ୍କ ସମୟରେ ମର୍ଲିନ୍ ନାମକ ଜଣେ ପ୍ରସିଦ୍ଧ ଯାଦୁକର ଥିଲେ ଏବଂ ସେ ଏମିତି କୌଶଳୀ ଥିଲା ଯେ ତାର କୌଶଳ ବିଶ୍ୱବିଖ୍ୟାତ ଥିଲା ।
ସେ ପ୍ରସିଦ୍ଧ ଯାଦୁକର ମର୍ଲିନ୍ ଯେତେବେଳେ ଯେଉଁ ରୂପ ଧରିବାକୁ ଚାହୁଁଥିଲା ସେଇ ରୂପକୁ ସେ ଧରୁଥିଲା । ଥରେ ସେ ଜଣେ ଭିକାରି ରୂପରେ ବୁଲୁବୁଲୁ ଅତ୍ୟନ୍ତ କ୍ଳାନ୍ତ ହୋଇ ପଡିଲା ଏବଂ ଜଣେ ଗରିବ କୃଷକର ଦାଣ୍ଡପିଣ୍ଡାରେ ଆଶ୍ରୟ ନେଲା ଓ ତାଙ୍କୁ କିଛି ଖାଇବାପାଇଁ ମାଗିଲା ।
ତାପରେ କୃଷକଟି ସେ ଯାଦୁକରକୁ ସ୍ୱାଗତ କରି ଘରକୁ ନେଲେ ଏବଂ କୃଷକର ଦୟାଶୀଳା ସ୍ତ୍ରୀ ଯାଦୁକରକୁ କିଛି କ୍ଷୀର ଓ ରୁଟି ଖାଇବାକୁ ଦେଲେ ।
ମର୍ଲିନ୍ ସେ କୃଷକ ଓ ତାର ସ୍ତ୍ରୀର ଆତିଥ୍ୟରେ ମୁଗ୍ଧ ହୋଇଗଲା । ସେ ଦେଖିଲା ଯେ କୃଷକର ଘର ଅତି ସୁନ୍ଦର ଏବଂ ସେମାନେ ସ୍ୱାଚ୍ଛନ୍ଦରେ ଜୀବନ କାଟୁଥିଲେ ମଧ୍ୟ ତାଙ୍କ ମନରେ ତିଳେହେଁ ସୁଖ ନାହିଁ । ସେ ମର୍ଲିନ୍ ତାଙ୍କର ଦୁଃଖର କାରଣ ପଚାରି ଜାଣିଲା ଯେ ତାଙ୍କର ସନ୍ତାନ ସନ୍ତତି ନଥିବାରୁ ତାଙ୍କ ମନରେ ଆଦୌ ସୁଖ ନାହିଁ । ସନ୍ତାନଟିଏ ନଥିବାରୁ ତାଙ୍କର ମନ ଭାରି ଦୁଃଖ ।
କୃଷକର ସ୍ତ୍ରୀ ଛଳଛଳ ଆଖିରେ ଯାଦୁକରକୁ କହିଲା । ମୋର ଯଦି ଗୋଟିଏ ପୁଅ ଥାଆନ୍ତା ତେବେ ମୁଁ ପୃଥିବୀର ସବୁଠାରୁ ସୁଖୀ ମଣିଷ ହୋଇଥାନ୍ତି । ଏପରିକି ମୋ ସ୍ୱାମୀଙ୍କ ବୁଢାଅଙ୍ଗୁଳି ଭଳି ଗୋଟିଏ ପୁଅଥିଲେ ମଧ୍ୟ ମୁଁ ସୁଖୀ ହୋଇଥାନ୍ତି ।