ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ତଥାଗତ ଓ ପୂର୍ଣ୍ଣମାସୀ

         ଦୁର୍ଭାଗ୍ୟ କିନ୍ତୁ ପୂର୍ଣ୍ଣମାସୀଙ୍କର ପିଛା ଛାଡିନଥିଲା । ବାଟରେ ଏକ ଖରସ୍ରୋତା ନଦୀ ପଡିଲା । ନଦୀ ପାରହେବା ସମୟରେ ନଦୀର ପ୍ରଖର ସ୍ରୋତରେ ବଡ ପୁଅଟି ଭାସିଗଲା । ବିଚାରୀ ପୂର୍ଣ୍ଣମାସୀ ଏକୁଟିଆ ହୋଇଗଲେ । ଦୁଃଖିନୀର ଭାଗ୍ୟରେ ସୁଖ ବା କୁଆଡୁ ଆସିବ?

         ସେ ପିତୃଗୃହ ଶ୍ରୀବସ୍ତିରେ ଥିବା ପିତାଙ୍କ ଗୃହରେ ପହଁଚି ଜାଣିବାକୁ ପାଇଲେଯେ କିଛି ଦିନ ପୂର୍ବେ ଘରର ଛାତ ଭୂଷୁଡି ପଡିବାରୁ ତାଙ୍କର ପିତାମାତା ଓ ଭାଇ-ଭାଉଜଙ୍କ ସହିତ ସମଗ୍ର ପରିବାର ମୃତ୍ୟୁ ମୁଖରେ ପଡିଛନ୍ତି । ଏବେ ପୂର୍ଣ୍ଣମାସୀ ସମସ୍ତଙ୍କୁ ହରାଇ ନିଜକୁ ଅସହାୟ ମନେକଲେ । ଚାରିଦିଗ ତାଙ୍କୁ ଅନ୍ଧକାର ଦିଶିଲା । ଏଭଳି ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଜଣେ କେହି ପୂର୍ଣ୍ଣମାସୀଙ୍କୁ କହିଲାଯେ ତଥା ଗତ ବୁଦ୍ଧ ଶ୍ରୀବସ୍ତି ଆସିଛନ୍ତି । ବହୁ ଆଶା ନେଇ ପୂର୍ଣ୍ଣମାସୀ ବୁଦ୍ଧଙ୍କ ନିକଟକୁ ଯାଇ ତାଙ୍କର ଅପାସୋରା ଦୁଃଖ କାହାଣୀ ଶୁଣାଇବା ପାଇଁ ସ୍ଥିର କଲେ । ବୁଦ୍ଧଙ୍କର ଅଲୌକିକ ଶକ୍ତି ସମ୍ପର୍କରେ ପୂର୍ଣ୍ଣମାସୀ ପୂର୍ବରୁ ଶୁଣିଥିଲେ । ସେ ବୁଦ୍ଧ ଦେବଙ୍କ ଆଗରେ ସମସ୍ତ ବୃତାନ୍ତ ବର୍ଣ୍ଣନା କଲେ । ବୁଦ୍ଧଦେବ ସମସ୍ତ ଘଟଣା ଶୁଣି ଶାନ୍ତ ଭାବରେ କହିଲେ – “ପୂର୍ଣ୍ଣମାସୀ ଏହି ସଂସାର ନଶ୍ୱର । ଏଠି କେହି କାହାର ନୁହଁନ୍ତି । ସମସ୍ତେ ମାୟା ମୋହରେ ଆବଦ୍ଧ । ସାଂସାରିକ ସମ୍ପର୍କ କ୍ଷଣିକ ମାତ୍ର; କ୍ଷଣିକ ମାୟା ମୋହକୁ ହତ୍ୟା କରିବା ସର୍ବାଦୌ ଆବଶ୍ୟକ । ମନୁଷ୍ୟ ଜୀବନ ଦୁଃଖ ଯନ୍ତ୍ରଣାମୟ । କୌଣସି ପରିସ୍ଥିତିରେ ପରାଜୟ ସ୍ୱୀକାର ନକରି ଏସବୁର ସମ୍ମୁଖୀନ ହେବା ଉଚିତ୍ ।”

         ତଥା ଗତ ବୁଦ୍ଧଙ୍କର ଏହି ଉପଦେଶର ମହତ୍ୱ ପୂର୍ଣ୍ଣମାସୀ ବୁଝିପାରିଲେ । ସାଂସାରିକ ଜୀବନର ସମସ୍ତ ଦୁଃଖ, ଅବସାଦ ଓ ଗ୍ଳାନିକୁ ଦୂରେଇ ଦେଇ ସେ ବୌଦ୍ଧ ଭିକ୍ଷୁଣୀ ଭାବରେ ଅବଶିଷ୍ଟ ଜୀବନ ବିତାଇ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ