ଇତିମଧ୍ୟରେ ପଣ୍ଡିତ ପୁଣି ତରବରରେ ଫେରି ଆସିଲେ ଓ ସ୍ତ୍ରୀଙ୍କୁ ଡାକିଲେ । ସ୍ତ୍ରୀ କବାଟ ଖୋଲି କହିଲେ, “ଏଥର ତମେ ପୁଣି କ’ଣ ଭୁଲିଗଲ?”
ସ୍ତ୍ରୀକଥା ଶୁଣି ସୋମଶାସ୍ତ୍ରୀ କହିଲେ “ମୁଁ ଏଥର ଥଳି ଭୁଲିଗଲି । ତାକୁ ଟିକିଏ ଶୀଘ୍ର ଆଣିଦିଅ ନା!”
ପଣ୍ଡିତଙ୍କ ସ୍ତ୍ରୀ ଥଳୀଟି ନେଇ ଆସିଲେ । ତାହା ଚାଉଳ ଥିବା ପାତ୍ର ପାଖରେ ଟଙ୍ଗା ହୋଇଥିଲା ।
ଚୋରମାନେ ପୁଣି ଟିକିଏ ଲୁଚିଗଲେ । ପଣ୍ଡିତଙ୍କ ସ୍ତ୍ରୀଙ୍କ ପାଦ ଚଦର ଉପରେ ପଡିଲା; ସେ ତାକୁ ହାତରେ ଉଠାଇନେଇ ଅଗଣାରେ ରଖିଦେଲେ ଓ ଯାଇ ଶୋଇଗଲେ । ସେ ଶୋଇବା ପରେ ଚୋରମାନେ ଭାବିଲେ କି ଚାଦର ତ ତଳେ ପଡିଛି । ତେଣୁ ଚାଉଳର ବଡ ପାତ୍ରଟିରୁ ତଳେ ସବୁ ଚାଉଳ ଢାଳିଦେଲେ । ତା’ପରେ ଚାଦର ଉଠାଇ ବାନ୍ଧିବାକୁ ଯାଇ ସେମାନେ ଦେଖିଲେ ସେଠାରେ ଆଉ ତାଙ୍କ ଚାଦର ନାହିଁ । ଚାଉଳ ତଳେ ଢଳା ହୋଇଛି ।
ସେମାନେ କ’ଣ କରିବେ ଭାବୁଛନ୍ତି, ଇତିମଧ୍ୟରେ ପଣ୍ଡିତେ ପୁଣି ତୃତୀୟବାର ଫେରି କବାଟ ବାଡେଇଲେ । ପଣ୍ଡିତଙ୍କ ସ୍ତ୍ରୀ ଉଠିପଡି କହିଲେ, “ଏବେ ତ ଆସି ସକାଳ ହେଲାଣି, ମୁଁ ଯାଏଁ ମୋ କାମ ଦାମ ସବୁ ଆରମ୍ଭ କରିବି ।”
ଚୋରମାନେ ଏକଥା ଶୁଣି ପଛ କବାଟ ବାଟେ ଧାଇଁ ପଳାଇଲେ ଓ ପ୍ରାଣବିକଳରେ ପଳେଇବା ବେଳେ ଭୁଲ୍ରେ ତାଙ୍କର ଚୋରୀ ଧନରେ ପୂର୍ଣ୍ଣ ଟଙ୍କା ଥଳୀଟି ଚାଉଳ ପାଖରେ ଛାଡି ଦେଇ ଗଲେ ।
ଏଥର ସୋମ ଶାସ୍ତ୍ରୀ କିଛିବି ଭୁଲି ନଥିଲେ । ସମସ୍ତ କିଛି ଆବଶ୍ୟକୀୟ ବସ୍ତୁ ନେଇ ବିବାହସ୍ଥଳରେ ଯାଇ ପହଁଚିଗଲେ । ତାଙ୍କ ତରବରିଆ ସ୍ୱଭାବ ଯୋଗୁଁ ତାଙ୍କ ଅଜାଣତରେ ଚୋର ଛାଡିଯାଇଥିବା ଗୁଡିଏ ଧନ ତାଙ୍କର ଲାଭ ହେଲା ।