ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ତାଙ୍କର ତୁଳନା ନାହିଁ

                ବୋଧହୁଏ ଅରବିନ୍ଦ ନିଜ ଦୂରଦୃଷ୍ଟି ବଳରେ ଆନନ୍ଦ ମନରେ କଣ ଚାଲିଛି ବୋଲି ବୁଝି ପାରୁଥିଲା । ତା’ପରେ ସେ ଆନନ୍ଦକୁ ଧୀରେ ଧୀରେ କହିଲା, “ଆନନ୍ଦ! ମୁଁ ତୁମ ସହିତ ଏକମତ ଯେ ମୁଁ ଏହି ଚାଳିଆକୁ କାରଖାନା କହିବା ଅନୁଚିତ୍ । ତୁମେ ଗୋଟିଏ ଖୁବ୍ ସୁନ୍ଦର ଓ ସୁବ୍ୟବସ୍ଥିତ କାରଖାନାରେ କାମ କରୁଅଛ । ତୁମ ପାଖରେ କାମ କରୁଥିବା କର୍ମଚାରୀମାନେ ବେଶ୍ କୁଶଳୀ ଏବଂ ଦକ୍ଷ ମଧ୍ୟ । ମୋ ପାଖରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶ ନିରାଶ୍ରୟ, ବିଧବା, ଅକ୍ଷମ ମହିଳା ଏବଂ ଅନାଥ । ପ୍ରକୃତରେ ମୁଁ ଲାଭ ପାଇବା ପାଇଁ ଏହି କାରଖାନା ଚଳାଉ ନାହିଁ । ମୁଁ ମୋ ବାପାଙ୍କର ଜୀବନଦର୍ଶନରେ ବିଶ୍ୱାସ ରଖେ । ସେ ଆହୁରି ମଧ୍ୟ କହିଲେ, “ଆମେ ସ୍ୱାର୍ଥପର ହୋଇ କେବଳ ନିଜ ପରିବାରର ଭରଣପୋଷଣ କରିବା ପାଇଁ କାର୍ଯ୍ୟ କରିବା ଅନୁଚିତ୍ । ଦରିଦ୍ର, ଅସହାୟ ଏବଂ ନିରାଶ୍ରୟମାନଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କୁ ସମ୍ମାନର ସହିତ ଜୀଇଁବାକୁ ଦେବା ମଧ୍ୟ ଆମର ଦାୟିତ୍ୱ ।” “ମୁଁ ତ କେବଳ ତାହା ହିଁ କରୁଛି । ମୁଁ ଏହି ନିରାଶ୍ରୟ ଲୋକଙ୍କ ପାଇଁ ଏଠାରେ ବାସ କରୁଛି । ତୁମେ ତୁମର କଂପାନିର ଜଣେ ବରିଷ୍ଠ ଅଧିକାରୀ ଭାବରେ ଯେତିକି ଆୟ କରୁଛ, ମୁଁ ଏଠାରୁ ତାହାଠାରୁ ଅଧିକ ଆୟ କରୁଛି ।”

                ଆନନ୍ଦ ଏହା ଶୁଣି ହଠାତ୍ ଅବାକ୍ ହୋଇଗଲା । ତା’ ପାଟିରୁ ଆଉ କିଛି ବି କଥା ବାହାରିଲା ନାହିଁ । ଅରବିନ୍ଦ ଯାହା କହିଲେ ସତ! ଆନନ୍ଦ କେବଳ ନିଜ ପାଇଁ ଆୟ କଲାବେଳେ ତାଙ୍କର ବନ୍ଧୁ ଅନ୍ୟମାନଙ୍କୁ ଜୀଇଁବାରେ ସାହାଯ୍ୟ କରୁଛନ୍ତି ।”

                ବନ୍ଧୁଙ୍କୁ ନିଜ ତୁଳନାରେ ଛୋଟ ମନେ କରିବା ସତରେ କେତେ ବଡ ବୋକାମୀ ଥିଲା । ଆନନ୍ଦଙ୍କର ମୁଣ୍ଡ ନଇଁ ଗଲା ଏବଂ ସେ ଗୁଣୁଗୁଣୁ ହୋଇ କହିଲେ, “ସତରେ, ତାଙ୍କର କୌଣସି ତୁଳନା ନାହିଁ!”


ଗପ ସାରଣୀ

ତାଲିକାଭୁକ୍ତ ଗପ