ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ତାଳଗଛ ମୂଳେ!

ଅନେକ ଦିନ ତଳର କଥା । ରତ୍ନଗିରି ଗାଁରେ ପ୍ରତାପ ରାୟ ନାମକ ଜଣେ ବିଶିଷ୍ଟ ବଣିକ ଥିଲେ । ତାଙ୍କର ଗୋଟିଏ ବୋଲି ପୁଅ । ନାମ ତା’ର ପ୍ରଭାକର । ପ୍ରତାପବାବୁ ଜାଣୁଥିଲେ, ପ୍ରଭାକର ଖୁବ୍ ବୁଦ୍ଧିମାନ ଓ ଭଲ ପିଲା । କିନ୍ତୁ ପାଠପଢା ଶେଷ ହେବା ପରେ ବେପାର ବଣିଜରେ ସେ ଯେତେ ମନଦେବ ବୋଲି ପ୍ରତାପବାବୁ ଆଶା କରୁଥିଲେ, ସେ ସେତେ ମନ ଦେଲା ନାହିଁ । ବାପାଙ୍କ ଖାତିର୍ରେ ସେ ଯାଇ ଗୋଦାମ ଘରେ ଓ ଦୋକାନରେ କିଛି କିଛି ସମୟ ବସେ, କିନ୍ତୁ ସୁଯୋଗ ପାଇବା ମାତ୍ରେ ନିଜ ବନ୍ଧୁମାନଙ୍କ ମେଳକୁ ସେ ପଳାଇଯାଏ । ସେଥିରେ ପ୍ରତାପବାବୁଙ୍କର ବିଶେଷ କିଛି ଆପତ୍ତି ନଥିଲା । କିନ୍ତୁ ଦୁଃଖର କଥା ହେଲା, ତା’ ବନ୍ଧୁମାନେ ଅଧିକାଂଶ ମଦ୍ୟପ ଓ ଜୁଆଡି ।

                ପ୍ରତାପବାବୁ ସର୍ବଦା ପୁଅକଥା ମନରେ ଭାବି ଭାବି ବ୍ୟସ୍ତ ହେଲେ । କାହାକୁ ବା ସେ ଏକଥା କହିବେ । ଏଣୁ ସେ ତାଙ୍କ ମନେ ମନେ ଖାଲି ଭଗବାନଙ୍କୁ ଡାକନ୍ତି । ପୁଅକୁ କିଛି କହି ପାରନ୍ତି ନାହିଁ କାଳେ ତା’ ମନରେ ଦୁଃଖ ହେବ କିମ୍ବା କାଳେ ହଠାତ୍ ରାଗି ଘରଛାଡି ସେ କେଉଁଆଡେ ପଳେଇବ । ମନେ ମନେ ସେ ବହୁ ଉପାୟ ଖୋଜିଲେ କିନ୍ତୁ କୌଣସି କିଛି ସମାଧାନ ତାଙ୍କ ମନକୁ ମୋଟେ ଆସିଲା ନାହିଁ । ସେହି ଗ୍ରାମରେ ଜଣେ ଜ୍ୟୋତିଷ ଥା’ନ୍ତି । ସିଏ ପ୍ରତାପବାବୁଙ୍କର ବାଲ୍ୟବନ୍ଧୁ ଓ ଘନିଷ୍ଠ ବନ୍ଧୁ । ଶେଷକୁ ସେ ଭାବିଲେ ତାଙ୍କ ପାଖକୁ ଥରେ ଗଲେ ହେବ । ଦିନେ ସେ ଜ୍ୟୋତିଷଙ୍କ ପାଖକୁ ଯାଇ ସବୁକଥା କହିଲେ ।

ଜ୍ୟୋତିଷ ସବୁ ଶୁଣି କହିଲେ, “ଶୁଣ ପ୍ରତାପ । ତୁମେ ମୋତେ ଏସବୁ କଥା ନ କହିଲେ ମଧ୍ୟ ମୁଁ ଲକ୍ଷ୍ୟ କରି ଦେଖିଛି । ପିଲାଟା ହେଉଛି ଖୁବ୍ ବୁଦ୍ଧିମାନ ଓ ଭଲ ସ୍ୱଭାବର । ମୁଁ ତା’ର ଜାତକ ଜନ୍ମବେଳେ ଭଲଭାବେ ଦେଖି କରିଛି । ମୁଁ ଜାଣେ ବଡ ଉଚ୍ଚ ଜାତକ ତା’ର । ସେ କେବେବି କିଛି ଖରାପ କାମ କରିବ ନାହିଁ । ତେବେ ବାଜେ ଲୋକଙ୍କ ସହିତ ମିଳାମିଶା କଲେ, ନାମ ପରିଣତି ହେବାର ଯଥେଷ୍ଟ ଆଶଙ୍କା ଥାଏ । ସେ ଯାହା ହେଉ ତୁମ କଥା ଶୁଣି ମୋ ମନରେ ଗୋଟିଏ ଉପାୟ ଆସୁଛି । ତମର ତ କ୍ରମେ ବୟସ ବୃଦ୍ଧି ପାଉଛି । ପ୍ରଭାକର ତ ହିଁ ଦିନେ ନା ଦିନେ ତୁମ ସମଗ୍ର କାମର ଦାଇତ୍ତ୍ଵ ନେବ । ତେବେ ଆଜିଠାରୁ ତୁମେ ସେକଥା କାହିଁକି କରୁନାହଁ? ଗୋଟିଏ କାମ କର । ତୁମେ କିଛିଦିନ ପାଇଁ ବିଦେଶ ଯାଅ । ସେହି ଆଳରେ ସବୁ ସମ୍ପତ୍ତିବାଡି ଓ କାମଦାମର ଦାଇତ୍ତ୍ଵ ତାକୁ ଦେଇଯାଅ । ସେ ତୁମ କଥାକୁ କଦାପି ଅନ୍ୟଥା କରିବ ନାହିଁ । ସେ ଏତେବି ଅମାନିଆ ପିଲା ନୁହେଁ । ତୁମେ ଯେପରି ବୁଝାଇ ଦେଇ ଯିବ ସେ ଠିକ୍ ସେପରି କରିବ । କଥା କ’ଣ କି ସେ କାର୍ଯ୍ୟରେ ଏତେ ବ୍ୟସ୍ତ ରହିବ ଯେ କୁସଙ୍ଗ କରିବାକୁ ତାକୁ ଆଉ ସମୟ ମିଳିବ ନାହିଁ । ଫେରି ଆସି ଦେଖିବ ତୁମ ପିଲା ଠିକ୍ ବାଟକୁ ଆସିଛି ।

ଜ୍ୟୋତିଷଙ୍କ କଥାଟି ପ୍ରତାପବାବୁଙ୍କ ମନକୁ ଖୁବ୍ ପାଇଲା । ତା’ଛଡା ତାଙ୍କର ବି ବହୁତ ଆଗରୁ ବିଦେଶ ଯିବାର ଆବଶ୍ୟକତା ଥିଲା । ଖାଲି ପ୍ରଭାକର କାଳେ ତାଙ୍କ ବ୍ୟବସାୟ ସମ୍ଭାଳି ପାରିବ ନାହିଁ, ଏହି ଭୟରେ ସେଠାକୁ ସେ ଯାଉ ନଥିଲେ ।

ପ୍ରତାପବାବୁ ବିଦେଶ ଯିବାର ଯୋଜନା କରି ପ୍ରଭାକରକୁ ଡାକି ତାକୁ ସେକଥା ଜଣାଇ କହିଲେ, “ମୁଁ ପ୍ରାୟ ଛଅମାସ ଅନୁପସ୍ଥିତ ରହିବି । ଏହା ଭିତରେ ଆମ ବ୍ୟବସାୟ ତଥା ଘରର ପୁରା ଦାଇତ୍ତ୍ଵ କେବଳ ତୋତେହିଁ ସମ୍ଭାଳିବାକୁ ହେବ ।”

ପ୍ରଭାକର କହିଲା “ବାପା, ମୁଁ ମୋ ସାଧ୍ୟମତେ ତୁମର ସବୁ ଦାଇତ୍ତ୍ଵ ତୁଲାଇବି ।”

ପ୍ରତାପ ରାୟ କହିଲେ “ତୋଠୁଁ ଏ ପ୍ରତିଶୃତି ପାଇବା ପରେ ମୋର ଆଉ କିଛିବି ଚିନ୍ତା ନାହିଁ । କିନ୍ତୁ ତା’ଆଗରୁ ତୋତେ ମୋର ଗୋଟାଏ ପରାମର୍ଶ ଦେବାର ଅଛି । ତୁ ଏ କୁସଙ୍ଗ ଛାଡି ଦେ ।”

ପ୍ରଭାକର ଭ୍ରୁକୁଞ୍ଚନ କରି କହିଲା, “ବାପା, ମୁଁ ଯେଉଁମାନଙ୍କ ସାଙ୍ଗରେ ମିଳାମିଶା କରେ, ତୁମେ ତ ସେମାନଙ୍କୁ ଭଲଭାବେ ଜାଣ । ମୋତେ ଆଜିଯାଏଁ ଏଭଳି ତାଗ୍ଦା କାହିଁକି ଦେଇନଥିଲ?”


ଗପ ସାରଣୀ

ତାଲିକାଭୁକ୍ତ ଗପ