ଚିତ୍ରରଥ ଆସନ୍ତେ ଜେମା ତା’ର ଚରଣ ଧୌତ କରି ଲୁଗାରେ ପାଦ ପୋଛିଦେଲା । ଖାଦ୍ୟଦ୍ରବ୍ୟ ଦୁହେଁ ଭୋଜନ କଲେ । ଚିତ୍ରରଥ ତୁମ ଜେମାଙ୍କୁ ଆଲିଙ୍ଗନ କଲା । ତା’ପରେ ଆରମ୍ଭ ହେଲା ରତିକ୍ରୀଡା । ନ ହଲାଇଥିଲେ ଆଉ କିଛି ଦେଖିଥାନ୍ତି । ଦାସୀଏ କହିଲେ ଜେମା ଅଙ୍ଗରେ ରତି ଚିହ୍ନତ ଥିବ । ବିକ୍ରମାଦିତ୍ୟଙ୍କ ସେବାକାରୀ ଦାସୀମାନେ ରାଜଜେମା ନିକଟକୁ ଗଲେ । ତା’ର ଉଦରରେ ନଖ କ୍ଷତ ଦେଖି ପରସ୍ପର ଠରାଠରି ହେଲେ । ଦନ୍ତକ୍ଷତ ଚିହ୍ନ ଚିବୁକରେ ଅଛି । ଏମାନେ ରତି ଚିହ୍ନ ଦେଖି ହସନ୍ତେ କମଳିନୀ ପଚାରିଲା ହସୁଛ କାହିଁକି? ପରିଚାରୀମାନେ ବିକ୍ରମାଦିତ୍ୟ ସ୍ୱର୍ଗର ଗନ୍ଧର୍ବ ଚିତ୍ରରଥ ସହିତ ଜେମାଙ୍କର ଥିବା ଗୋପନ ପ୍ରଣୟ କଥା କହିଲେ । ଜେମା ଏକଥା ଶୁଣି ମନ ମଧ୍ୟରେ ଆଶ୍ଚର୍ଯ୍ୟ ହୋଇ କହିଲା ତୁମ୍ଭେମାନେ ତ ମୋ ସହଚରୀ, କେବେ ଦେଖିଛକି ପୁରୁଷ ଜଣେ ମୋ ପୁରକୁ ଆସିବାର । ମୁଁ ଜାଣିଲି ରାଜା ବିକ୍ରମାଦିତ୍ୟ ଚୁଗୁଲିଆ ମୋତେ ନିନ୍ଦାଦେବାପାଇଁ ଏପରି କହୁଛି ।
ନିଜର ପରିଚାରୀମାନଙ୍କୁ ଭୁଲାଣିଆ କଥା କହି କମଳିନୀ ଭୁଲାଇଦେଲା ସତ; ହେଲେ ଆପଣା ମନମଧ୍ୟରେ ଚିନ୍ତାକଲା ବିକ୍ରମାଦିତ୍ୟ ଏକଥା ଜାଣିଲେ କିପରି? ସେ ଗନ୍ଧର୍ବ ନିତି ମୋ ପୁରକୁ ଆସନ୍ତି । ଏହାତ ଅତି ଗୋପନୀୟ । ସେ ଜାଣିଲେ କିପରି? ମନ ମଧ୍ୟରେ ଚିନ୍ତାକଲେ ରାଜା ବିକ୍ରମାଦିତ୍ୟ ମୋ ସ୍ୱପ୍ନ ଦେଖିନାହାଁନ୍ତି । ସେ ଜଣେ ଅନ୍ତର୍ଯ୍ୟାମୀ ପୁରୁଷ । ମନୁଷ୍ୟ ରୂପରେ ମର୍ତ୍ୟପୁରେ ଅବତାର ହୋଇଛନ୍ତି । ମୁଁ କଳଙ୍କିନୀ ଏ ପାପ ମୁଖ କାହାକୁ ନେଖାଇବି । ଗନ୍ଧର୍ବ ପ୍ରେମରେ ପଡି ମୁଁ ଦୋଚାରୁଣୀ ହେଲି । ପିତାଙ୍କ କୂଳରେ କଳଙ୍କ ବୋଳିଲି । ପରିଚାରୀମାନଙ୍କୁ ଡାକି କମଳିନୀ କହିଲା ରାଜାଙ୍କର ସେବାକାର୍ଯ୍ୟ ଠିକରେ କରିବ । ମୁଁ ଜାଣୁଛି କପଟ ବେଶରେ ସେ ଜଣେ ଦେବତା । ମୋ ପ୍ରତି ପ୍ରସନ୍ନ ହେବା ଦେଖାଅ । ଏହା ଶୁଣିକରି ଦାସୀମାନେ ଆନନ୍ଦିତ ହେଲେ । କହିଲେ କ’ଣ ସ୍ୱପ୍ନ କଥା ଶୁଣି ତୁମ୍ଭର ଜ୍ଞାନ ଉଦୟ ହେଲାକି? ଏବେ ତାଙ୍କଠାରେ କିପରି ତମ୍ଭର ମନ ବଳିଛି । ଶୁଣି ପରିଚାରୀ କଥା କମଳିନୀ କିଛି ଉତ୍ତର ନଦେଇ ନିରୁତ୍ତର ହେଲା ।