ଏକଦା ଜଂଗଲରେ ତାଳ ଗଛ ପାଖରେ ଘାସ ବୁଦାଟିଏ ଥିଲା । ତାଳ ଗଛ ସବୁବେଳେ ସେ ଘାସ ବୁଦାକୁ ତାତ୍ସଲ୍ୟ କରି ବହୁତ କଥା କହେ, “ହେ, ଘାସ ବୁଦା! ତୁମେ ତ ସବୁବେଳେ ଭୂମିରେ ଲାଖି ରହିଛ? ହେଲେ ମୋତେ ଦେଖ, ମୁଁ କେତେ ଉଚ୍ଚ ଏବଂ ଦୃଢ! ଏହି କାରଣରୁ ମୋ ସହିତ ତୁମର ତୁଳନା କରିବା ବୃଥା ।”
ଏହାର ଜବାବ୍ରେ ଘାସ ପତ୍ର କହୁଥିଲା, “ଆତ୍ମପ୍ରଶଂସାରେ ଏତେଟା ବି ବିଭୋର ହୋଇ ଯାଅନାହିଁ । ମୋ ପାଇଁ ଯେତିକି ଶକ୍ତି ଆବଶ୍ୟକ ତା ମୋ ପାଖରେ ଅଛି ।”
ଦିନେ ଖୁବ୍ ଜୋର୍ରେ ବର୍ଷା ହେଲା । ବର୍ଷା ପାଣିରେ ଘାସଗୁଡିକ ବୁଡିଗଲା । ଏହା ଦେଖି ତାଳ ଗଛ ସେ ଘାସ ବୁଦାକୁ ପରିହାସ କରି କହିଲା, “ତୁମେ ସବୁବେଳେ କହୁଥିଲ ଯେ ତୁମେ ଭାରି ଶକ୍ତିଶାଳୀ । ତୁମର ଶକ୍ତି ଏବେ ଗଲା କୁଆଡେ? ଏବଂ ଏହା କହି ଘାସର ଅବସ୍ଥା ଦେଖି ସେ ହସିଲା । କିଛି ଦିନ ବିତିଗଲା । ଘାସ ପତ୍ର ପୁଣି କଅଁଳିଲା । କିଛି ଦିନ ପରେ ଦିନେ ବହୁ ଜୋର୍ରେ ପବନ ବହିଲା । ତା’ପରେ ବିଜୁଳି ଘଡଘଡି ସହିତ ମୂଷଳ ଧାରାରେ ବର୍ଷା ମଧ୍ୟ ହେଲା ।”
ତାଳ ଗଛଟି ପବନ ସମ୍ମୁଖରେ ଠିଆ ହୋଇପାରିଲା ନାହିଁ । ଶେଷରେ ଉପୁଡି ଗଲା । ଏତିକି ବେଳେ ଘାସ ଗଛଟି କହିଲା, “ଆହା, ପ୍ରିୟ ବନ୍ଧୁ! ତୁମ ନିଜର ଶକ୍ତି କେତେ ଏବେ ଠିକ୍ ବୁଝିପାରିଲେ ତ? ତୁମେ ଦଲକାଏ ପବନର ମାଡ ସମ୍ଭାଳି ନ ପାରି ଉପୁଡି ଗଲ । କିନ୍ତୁ ମୁଁ ବର୍ଷାରେ ବୁଡି ରହିଲେ ମଧ୍ୟ ପୁଣି ଥରେ ଖୁବ୍ ଶୀଘ୍ର କଅଁଳି ଉଠିଲି । ଏଥିରୁ ଶିକ୍ଷା କର ଯଦି କେହି ବ୍ୟକ୍ତି ଅନ୍ୟ କାହାକୁ କମ୍ ଶକ୍ତିଶାଳୀ ଅବସ୍ଥାରେ ଦେଖନ୍ତି ତେବେ ସେ ତାଙ୍କର ଉନ୍ନତି ପାଇଁ ଉତ୍ସାହ ଓ ସହାୟତା ପ୍ରଦାନ କରିବା ଉଚିତ୍ । ତାଙ୍କର ଅବସ୍ଥା ଦେଖି ପରିହାସ କରିବା ଅନୁଚିତ୍ ।”
ତାଳ ଗଛ ଏ କଥା ଶୁଣି ସମ୍ମତ ହେଲା । ତା’ପରେ ସେ କହିଲା, “ହଁ, ତାହା ହିଁ ସତ୍ୟ । ଦୟାକରି ମୋତେ କ୍ଷମା କରିଦିଅ” ଏହା କହି ସେ ତାଳ ଗଛ ତା’ର ଶେଷ ନିଶ୍ୱାସ ତ୍ୟାଗ କଲା ।