ବ୍ରାହ୍ମଣ ରାଗିଯାଇ କହିଲା, “ ଯାଉଛି ଯମ ଘରକୁ । ଜୀଅନ୍ତା ଛେଳିଟାକୁ ମୃତ ଛେଳି ବୋଲି କହୁଛ । ତୁମର କିଛି ଅକଲ ପସନ୍ଦ ଅଛି । ” ଦ୍ୱିତୀୟ ଠକ ନଛୋଡବନ୍ଧା । ସେ ହସି ହସି କହିଲା, “ ମଲା ପଶୁଟା କେମିତି ଜୀଅନ୍ତା ହେବ ମୁଁ ଜାଣିନି । ଠିକ୍ ଅଛି, ଆପଣ ଏହାକୁ ନେଇ ଯାଆନ୍ତୁ । କିନ୍ତୁ ଲୋକେ ଦେଖିଲେ ନିଶ୍ଚୟ ହସିବେ । ”
ବ୍ରାହ୍ମଣ ମନେ ମନେ ଚିନ୍ତା କଲେ, କିଏ ଜାଣେ? ଯଜମାନ ମୋତେ ଠକି ଦେଇଛି? ଯାହା ହେଉ ଘରକୁ ଗଲେ କଥାଟା ଜଣା ପଡିବ । ବ୍ରାହ୍ମଣ ଘରମୁହାଁ ହୋଇ ଆଗକୁ ଚାଲିଲେ ।
କିଛି ଦୂର ଯିବା ପରେ ତୃତୀୟ ଠକ ସହିତ ଦେଖା ହେଲା । ଠକଟି ବ୍ରାହ୍ମଣଙ୍କୁ ଦେଖି ହୋ ହୋ ହୋଇ ହସିବାକୁ ଲାଗିଲା । ହସି ହସି ଠକଟି କହିଲା, “ ପୁରୋହିତ ମହାଶୟ! ଜୁହାର ଆଜ୍ଞା । ଆପଣ ଗଧ ଛୁଆଟାକୁ କାନ୍ଧରେ ରଖିଚାଲିଛନ୍ତି କାହିଁକି? ” ଏହା କହି ଠକଟି ପୁଣି ହୋ ହୋ ହୋଇ ହସିଲା ।
ତୃତୀୟ ଠକ କଥା ଶୁଣି ବ୍ରାହ୍ମଣ ଛେଳି ଛୁଆଟିକୁ କାନ୍ଧରୁ ଓହ୍ଲାଇ ଦେଲେ । ବ୍ରାହ୍ମଣ ଭାବିଲେ ନିଶ୍ଚୟ କ’ଣ ଗୋଟାଏ ଗୋଳମାଳ ହୋଇଛି କିମ୍ବା କିଛି ଗୋଟାଏ ଭୌତିକ କାଣ୍ଡ ଘଟିଛି । ନଚେତ୍ ସମସ୍ତେ କାହିଁକି ଏପରି କହୁଛନ୍ତି । ମୋ ପରି ଜଣେ ନୈଷ୍ଠିକ ଯାଜ୍ଞିକ ବ୍ରାହ୍ମଣ ଗୋଟାଏ ଅପବିତ୍ର ପଶୁକୁ କାନ୍ଧରେ ଧରିଥିଲା । ମୋର ଭାଗ୍ୟ ଭଲ, ଗାଁ ଲୋକମାନେ ଦେଖି ନାହାଁନ୍ତି ।
ତା’ପରେ ସେହି ତିନି ଠକ ଛେଳିଟିକୁ କାଟି ମାଂସ ତରକାରି କରି ଆନନ୍ଦରେ ଖାଇଲେ ।
କୌଣସି କାର୍ଯ୍ୟର ଆରମ୍ଭ ପୂର୍ବରୁ ତା’ର ପରିଣାମ ବିଷୟରେ ଚିନ୍ତା କରିବା ଊଚିତ୍ ।