ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ତିନି ସାଧୁ ଓ ଭଗବାନ

                ତିନିସାଧୁଙ୍କର ଏଭଳି କଥା ସ୍ୱୟଂ ଭଗବାନ ଙ୍କ କାନରେ ପଡିଲା । ଦିନେ ଭଗବାନ ସେ ତିନିସାଧୁଙ୍କ ପରୀକ୍ଷା ନେବା ପାଇଁ ଆଶ୍ରମରେ ଆସି ପହଁଚିଲେ । ସ୍ୱୟଂ ଭଗବାନ ଏକ ସାଧାରଣ ପଥିକ ବେଶରେ ସେ ଆଶ୍ରମରେ ଆସି ପହଁଚିଲେ । କହିଲେ – ମୁଁ ଜଣେ ଦିଗହରା ପଥିକ । ବାଟ ଭୁଲି ଏ ଆଶ୍ରମରେ ପହଁଚିଛି । ଏକଥା ଶୁଣି ସେ ତିନି ସାଧୁ କହିଲେ – ଇଏ ତ ଆମ ସୌଭାଗ୍ୟ । ଅତିଥି ସେବା ତ ହିଁ ଆମ୍ଭମାନଙ୍କ ଧର୍ମ । ଆପଣ ଆସନ୍ତୁ । ଗୋଡ ହାତ ଧୋଇ ଟିକେ ଶୀତଳ ଜଳ ପିଇବେ । ଯଦ୍ୱାରା ଆପଣଙ୍କୁ ଟିକେ ଆରାମ ଲାଗିବ । ତାପରେ ସାଧୁ ରାମାନନ୍ଦ ସେ ଆଗନ୍ତୁକ ପଥିକଙ୍କୁ କୁଟୀରକୁ ପାଛୋଟି ନେଇଗଲେ । ଭଗବାନ  ସେଠାରେ କିଛି ସମୟ ପାଇଁ ବିଶ୍ରାମ ନେଲେ । ଏହାପରେ ସାଧୁ ରାମାନନ୍ଦ କହିଲେ – ପଥିକ ମହାଶୟ, ଆପଣଙ୍କୁ ତ ଏବେ ନିଶ୍ଚୟ ଭୋକ ଲାଗୁଥିବ । ଆମ ଆଶ୍ରମରେ ତିନିଟି ଆମ୍ବଗଛ ଅଛି । ସେହି ଆମ୍ବଗୁଡିକ ବହୁତ ମିଠା । ସେହି ଆମ୍ବ ଖାଇ କ୍ଷୁଧା ନିବାରଣ କରିବେ ଆସନ୍ତୁ ।

                ତାପରେ ସେ ତିନିଜଣ ସାଧୁ ଓ ପଥିକ ଜଣକ ଯାଇ ଆଶ୍ରମର ଉଦ୍ୟାନରେ ପହଁଚିଲେ । ସାଧୁ ରାମାନନ୍ଦ ଗୋଟିଏ ବଡ ବାଉଁଶ ଆଣି ନିଜ ଆମ୍ବଗଛର ଡାଳଗୁଡିକୁ ଖାଲି ପିଟିବାକୁ ଲାଗିଲେ । ତାପରେ ସେ ଗଛରୁ ଆମ୍ବଗୁଡିକ ଝଡିବାକୁ ଲାଗିଲା । ପଥିକ ଜଣକ ଗୋଟିଏ ଆମ୍ବ ଉଠାଇ ଖାଇଲେ ଓ କହିଲେ – ତୁମେ ମୋ ପାଇଁ ବହୁତ ପରିଶ୍ରମ କଲ, ମାତ୍ର ତୁମ ଗଛର ଆମ୍ୱ ଏତେଟା ମିଠା ଲାଗିଲା ନାହିଁ । ଏହାପରେ ସାଧୁ ଆତ୍ମାନନ୍ଦ ଗୋଟିଏ ବଡ ଦଉଡି ଆଣି ସେଥିରେ ଫାଶ ପକାଇଲେ । ସେହି ଫାଶଦ୍ୱାରା ସେ ନିଜ ଗଛର ଡାଳଗୁଡିକୁ ହଲାଇବାରେ ଲାଗିଲେ । ଫଳରେ ସେଥିରୁ ଆମ୍ବଗୁଡିକ ଝଡିବାକୁ ଲାଗିଲା । ତାପରେ ସେ ପଥିକ ଜଣକ ଆମ୍ବ ଉଠାଇ ଖାଇଲେ । କହିଲେ – ଏ ଆମ୍ବ ତ ମୁଁ କଦାପି ଖାଇ ହିଁ ପାରିବି ନାହିଁ । ଏ ଆମ୍ବ ମଧ୍ୟ ଏତେଟା ମିଠା ନୁହେଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ