ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ତିନି ସାଧୁ ଓ ଭଗବାନ

                ଏହାପରେ ସେ ପଥିକ ଜଣକ ନିଜ ପୂର୍ବ ରୂପକୁ ଫେରିଗଲେ । ତାପରେ ସେ ତିନି ସାଧୁ ଦେଖିଲେ ଯେ, ସେମାନଙ୍କ ସମ୍ମୁଖରେ ସ୍ୱୟଂ ଭଗବାନ  ଉଭା ହୋଇଛନ୍ତି । ଭଗବାନ  କହିଲେ – ହେ ସାଧୁଗଣ । ମୁଁ ଆପଣମାନଙ୍କର ସବୁ କଥା ଶୁଣିଥିଲି । ତେଣୁ ମୁଁ ଆପଣମାନଙ୍କର ସାଧୁତାର ପରୀକ୍ଷା ନେବା ପାଇଁ ଆଗ୍ରହ ପ୍ରକାଶ କଲି । ଆଉ ଆଜି ମୁଁ ଆପଣଙ୍କର ସାଧୁତା ପରୀକ୍ଷା ପାଇଁ ହିଁ ପଥିକ ବେଶରେ ଆସିଥିଲି । ମୁଁ ଆପଣମାନଙ୍କ ସେବାରେ ଅତ୍ୟନ୍ତ ସନ୍ତୁଷ୍ଟ । ମାତ୍ର ରାମାନନ୍ଦ ଓ ଆତ୍ମାନନ୍ଦ ସାଧୁ ହେବା ପାଇଁ ଆଦୌ ଯୋଗ୍ୟ ନୁହଁନ୍ତି । କାହିଁକିନା ଆପଣଙ୍କ ମନରେ ଦୟା କ୍ଷମା ନାହିଁ । କେବଳ ଭରି ରହିଅଛି ଈର୍ଷା ଓ ନିନ୍ଦା । ମାତ୍ର ସାଧୁ ଦୟାନନ୍ଦଙ୍କ ପାଖରେ ରହିଛି ଅସୀମ ଦୟା ଓ ପ୍ରେମ । ସେ ମନୁଷ୍ୟକୁ ଯେପରି ଦୃଷ୍ଟିରେ ଦେଖନ୍ତି, ବୃକ୍ଷଲତାଙ୍କୁ ମଧ୍ୟ ଠିକ୍ ସେହିଭଳି ଦୃଷ୍ଟିରେ ହିଁ ଦେଖନ୍ତି । ମୁଁ ତ ସମସ୍ତଙ୍କ ଶରୀରରେ ବିଦ୍ୟମାନ । ଯେତେବେଳେ ରାମାନନ୍ଦ ବାଉଁଶରେ ଆମ୍ବଗଛକୁ ପିଟିଲେ ସେତେବେଳେ ମୋ ଦେହରେ ଅନେକ କ୍ଷତ ସୃଷ୍ଟି ହେଲା ଯାହା କି ମତେ ବହୁତ ଯନ୍ତ୍ରଣା ଦେଲା । ଆମ୍ବଗୁଡିକ ସେଥିପାଇଁ ଆଦୌ ମିଠା ଲାଗିଲା ନାହିଁ । ଠିକ୍ ସେହିପରି ଆତ୍ମାନନ୍ଦ ଯେପରି ଦଉଡିରେ ଫାଶ ପକାଇ ଆମ୍ବଗଛକୁ ଟାଣିଲେ ମତେ ଯେମିତି ଲାଗିଲା ସେ ଯେପରି ମୋରି ଗଳାରେ ଫାଶ ପକାଇ ମୋ ଗଳାରୁଦ୍ଧ କରି ମୋତେ କଷ୍ଟ ଦେଉଛନ୍ତି । ମାତ୍ର ଏହାପରେ ସାଧୁ ଦୟାନନ୍ଦ ଯେପରି ଗଛରେ ଚଢି ମୋ ପାଇଁ ପାଚିଲା ଆମ୍ବ ଦୁଇଟି ଆଣିଲେ ସେଥିରେ ମୋ ଶରୀରକୁ କିଛି ବି କଷ୍ଟ ହେଲା ନାହିଁ । ସେ ଆଦୌ କୃପଣ କିମ୍ବା ହିଂସ୍ର ନୁହଁନ୍ତି । ସେ ଗଛଟିକୁ ଆଉଁସି ଆଉଁସି ସେଥିରୁ ଆମ୍ବ ଆଣିଥିବାରୁ ଗଛଟି ପ୍ରତି ତାଙ୍କର ସ୍ନେହ ଓ ପ୍ରେମ ଅଶେଷ । ସାଧୁ ଦୟାନନ୍ଦଙ୍କ ଏପରି ସେବାରେ ମୁଁ ତୁମ୍ଭେମାନେ ଦେଇଥିବା ସବୁ କଷ୍ଟକୁ ଦୂର କରିପାରିଲି ।

ତା’ପରେ ଭଗବାନ ପୁଣି କହିଲେ – ‘ସାଧୁ ପଦ ପାଇଁ କେବଳ ସାଧୁ ଦୟାନନ୍ଦ ହିଁ ଯୋଗ୍ୟ । କେବଳ ସାଧୁ ଶବ୍ଦ ଲଗାଇ ଦେଲେ ଜଣେ କଦାପି ବି ସାଧୁ ହୋଇଯାଏ ନାହିଁ । ସାଧୁ ହେବା ପାଇଁ ହେଲେ ପ୍ରଥମେ ମନ ଓ ହୃଦୟ ଭିତରେ ଦୟା, ସ୍ନେହ ଓ ସେବା ମନୋଭାବ ରହିବା ନିହାତି ଆବଶ୍ୟକ ଯାହାକି କେବଳ ସାଧୁ ଦୟାନନ୍ଦଙ୍କ ଶରୀରରେ ହିଁ ରହିଅଛି । ସେଥିପାଇଁ ଆଜିଠାରୁ ସାଧୁ ଦୟାନନ୍ଦ କାଳ କାଳକୁ ସାଧୁ ହୋଇ ରହିବେ ଓ ତୁମ୍ଭେ ଦୁଇଜଣ ସାଧୁ ଦୟାନନ୍ଦଙ୍କ ସେବକ ହୋଇରହିବ ।’

ଏ କଥା ଶୁଣି ରାମାନନ୍ଦ ଓ ଆତ୍ମାନନ୍ଦ ନିଜ ନିଜର ଭୁଲ୍ ବୁଝିପାରିଲେ । ଭଗବାନ ମଧ୍ୟ ସେମାନଙ୍କୁ କ୍ଷମା ପ୍ରଦାନ କଲେ । ତାପରେ ସେମାନେ ସମସ୍ତେ ପ୍ରଭୁଙ୍କର ଶରଣାଗତ ହେଲେ । ଜୀବନର ବାକି ସମୟ ସଂସାରର ଉନ୍ନତି ପାଇଁ ସାଧୁ ଦୟାନନ୍ଦ କାର୍ଯ୍ୟ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ