ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ତିନୋଟି ପରୀକ୍ଷା

ପ୍ରାଚନ କାଳରେ କେକୟ ଓ ଗାନ୍ଧାର ଦେଶ ମଝିରେ କୌମୁଦି ନାମକ ଏକ ଦେଶ ଥିଲା । କୁହାଯାଏ ଯେ ବହୁ ପୂର୍ବରୁ କୌମୁଦି ଦେଶ ଏକ ବିରାଟ ଦେଶ ଥିଲା । କିନ୍ତୁ ବାରମ୍ବାର ପଡୋଶୀ ଦେଶ ଦ୍ୱାରା ପରାଜିତ ହେବା ଦ୍ୱାରା ଏହାର କେତେକ ପ୍ରଦେଶ ଅନ୍ୟ ଦେଶ ସହିତ ମିଳିତ ହେବାରୁ ଏବେ ଏହା ଅନେକ ଛୋଟ ହୋଇଯାଇଛି ।

କୌମୁଦି ଦେଶର ରାଜା ଚନ୍ଦ୍ରକାନ୍ତଙ୍କର ତ କେହି ବି ପୁତ୍ରସନ୍ତାନ ନଥିଲେ । ତେଣୁ ସେ ତାଙ୍କ ଏକମାତ୍ର କନ୍ୟା ଜ୍ୟୋତ୍ସ୍ନାକୁ ପୁତ୍ର ପରି ଲାଳନ ପାଳନ କରୁଥିଲେ । ତେଣୁ ଅନ୍ୟାନ୍ୟ ବିଦ୍ୟା ସହିତ ରାଜନୀତି ଓ ଅସ୍ତ୍ରବିଦ୍ୟା ମଧ୍ୟ ତାଙ୍କୁ ଶିକ୍ଷା ଦିଆ ଯାଇଥିଲା । ଖୁବ୍ ଅଳ୍ପ ସମୟ ମଧ୍ୟରେ ସେ ସମସ୍ତ ବିଦ୍ୟାରେ ପାରଙ୍ଗମ ହୋଇ ଉଠିଲେ । ଏକାଧାରରେ ସେ ଥିଲେ ରୂପବତୀ ଓ ଗୁଣବତୀ ।

ନିଜ କନ୍ୟାର ରୂପଗୁଣ ଯୋଗୁଁ ସେ ରାଜା ଅତି ମାତ୍ରାରେ ସନ୍ତୁଷ୍ଟ ଥିଲେ । ମନେ ମନେ ରାଜା ଏକ ଉପଯୁକ୍ତ ବର ପାତ୍ରର ସନ୍ଧାନ କରୁଥା’ନ୍ତି । ବିବାହ ପରେ ଝିଅଜ୍ୱାଇଁଙ୍କୁ ରାଜ୍ୟ ଭାର ସମର୍ପଣ କରିବା ସେ ରାଜାଙ୍କର ଇଚ୍ଛା ଥିଲା । କିନ୍ତୁ ଏସବୁ ଏତେ ସହଜ ନଥିଲା । ଦିନେ ସେ ରାଜା ତାଙ୍କ ଝିଅକୁ କହିଲେ, “ଦେଖ ଝିଅ, ମୋ ମନରେ ଥିଲା ତୋର ବାହାଘର ସହଜରେ ହିଁ ହୋଇଯିବ । କିନ୍ତୁ ତୋର ରୂପଗୁଣରେ ଆକୃଷ୍ଟ ହୋଇ ଅନେକ ରାଜପୁତ୍ର ତୋର ପାଣିପ୍ରାର୍ଥୀ ହେବା ଦ୍ୱାରା ଏହା ଏକ ବଡ ରାଜନୈତିକ ସମସ୍ୟା ହୋଇ ଉଠିଲାଣି । ଗୁପ୍ତଚରଠାରୁ ମିଳିଥିବା ସଂବାଦରୁ ଯାହା ଜଣାଯାଏ ଯେ, କେକୟ ଦେଶର ରାଜକୁମାର ସିଂହବର୍ମା ତୋତେ ବିବାହ କରିବାକୁ ଚାହାଁନ୍ତି, ଦରକାର ପଡିଲେ ଯୁଦ୍ଧରେ ମୋତେ ହରାଇବାକୁ ମଧ୍ୟ ସେ ପଶ୍ଚାତ୍ପଦ ହେବେନାହିଁ । ସେ ତ ସହଜରେ ଆମ ରାଜ୍ୟକୁ ହରାଇ ପାରିବେ । ଏହା କହି ସେ ରାଜା କିଛି ସମୟ ବିଷାଦଗ୍ରସ୍ତ ଭାବରେ ନୀରବ ରହିବାର ଦେଖି ରାଜକୁମାରୀ ଜ୍ୟୋସ୍ନା ତାଙ୍କୁ ପ୍ରଶ୍ନ କଲେ, “ବାବା! ଆଉ କିଛି କହିବାର ଅଛି?”

ଏହା ଶୁଣି ରାଜା ଦୀର୍ଘ ନିଃଶ୍ୱାସ ଛାଡି କହିଲେ:

“ପୁଣି ଗାନ୍ଧାର ରାଜକୁମାର କୃଷ୍ଣବର୍ମାଙ୍କ ବିଷୟ ମଧ୍ୟ ସେହି ଏକହିଁ ପ୍ରକାର । ତୁ ଜଣକୁ ପସନ୍ଦ କରିବା ମାନେ ତ ଯୁଦ୍ଧ ଅନିବାର୍ଯ୍ୟ । ଏବେ ମୁଁ କ’ଣ କରିବି?” ଏତିକି କହି ସେ କଥା ବନ୍ଦ କରିବାରୁ ରାଜକୁମାରୀ କହିଲେ, “ବାବା, କଥା ବନ୍ଦ କଲେ କାହିଁକି? ସବୁ ଖୋଲି କରି କୁହନ୍ତୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ