ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ତିନୋଟି ପରୀକ୍ଷା

ଏଭଳି ପ୍ରଶ୍ନ ଶୁଣି କୃଷ୍ଣବର୍ମା କାଳବିଳମ୍ବ ନକରି କୌଣସି ଏକ ଚିତ୍ରକୁ ସେ ଦେଖାଇ ଦେଇ କହିଲେ, “ଏହି ଚିତ୍ରଟି ହେଉଛି ସର୍ବୋତ୍ତମ ।” ସେ ଚିତ୍ରରେ ଅଛି ଏକ ସୁନ୍ଦର ସବୁଜ ପତ୍ରରେ ପୂର୍ଣ୍ଣ ବୃକ୍ଷ ଓ ନାନା ରଙ୍ଗର ଫୁଲ ସବୁ ମଧ୍ୟରେ ଏକ ସୁନ୍ଦର ଗାଈ ତା’ର ବାଛୁରୀକୁ ସାଙ୍ଗରେ ଧରି ଘାସ ଚରୁଛି । ତା’ ପାଖରେ ଅଛି ଏକ ସୁନ୍ଦର ପୁଷ୍କରିଣୀ ଯାହା ପ୍ରଷ୍ଫୁଟିତ ପଦ୍ମ ସବୁ ଦ୍ୱାରା ଶୋଭା ପାଉଛି ।

ସଖୀମାନେ ପଚାରିଲେ, “କ’ଣ ଏତେ ସବୁ ଚିତ୍ରମଧ୍ୟରେ ଆପଣଙ୍କୁ କେବଳ ଏଇ ଚିତ୍ରଟି ପସନ୍ଦ ହେଲା? ରାଜକୁମାରୀଙ୍କ ଚିତ୍ର ପସନ୍ଦ ହେଲାନାହିଁ?”

ସେମାନଙ୍କ କଥା ଶୁଣି କୃଷ୍ଣବର୍ମା ଅଳ୍ପ ହସି କହିଲେ, “ତମେମାନେ ରାଜକୁମାରମାନଙ୍କୁ ଭ୍ରମରେ ପକାଇବା ପାଇଁ ଏପରି ସବୁ କହୁଛ । କିନ୍ତୁ ଚିତ୍ର ହିସାବରେ ଏଇ ଚିତ୍ରଟିହିଁ ସର୍ବୋତ୍ତମ ।”

ସଖୀମାନେ ବିସ୍ମିତ ହେବାର ଭଙ୍ଗୀ କରି କୃଷ୍ଣବର୍ମାଙ୍କୁ ପୁଣି ପ୍ରଶ୍ନ କଲେ “ତେବେ ବିସ୍ତାର କରି କୁହନ୍ତୁ ଏ ଚିତ୍ର କାହିଁକି ସର୍ବୋତ୍ତମ ।”

ତା’ପରେ ସେ କୃଷ୍ଣବର୍ମା ବ୍ୟାଖ୍ୟା କରି କହିଲେ “ଯଦି କୌଣସି ବ୍ୟକ୍ତି ସୌନ୍ଦର୍ଯ୍ୟକୁ କଳାଦୃଷ୍ଟିରୁ ସମୀକ୍ଷା କରେ ତେବେ ଶାଶ୍ୱତ ଓ ନିର୍ମଳ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପ୍ରଥମ ସ୍ଥାନ ଦେବା କଥା । ମାନବୀୟ ସୌନ୍ଦର୍ଯ୍ୟ ଦ୍ୱିତୀୟ ସ୍ଥାନ ପାଇବ । କାରଣ ମଣିଷର ସୌନ୍ଦର୍ଯ୍ୟ ସ୍ପଷ୍ଟ କଳାକାର ଯାହା ଦେଖେ ଆଙ୍କେ । କିନ୍ତୁ ପ୍ରକୃତିର ରୂପକୁ ତୁଳୀରେ ଫୁଟାଇବା ବେଳେ, ତା’ର ନିଜର କଳା ପ୍ରତ୍ୟକ୍ଷ କରିବାର ଶୈଳୀ, କଳ୍ପନା ଓ ରୁଚିବୋଧ ଅନେକ କିଛି ଉପରେ ନିର୍ଭର କରେ, ଆଉ ତାହା ଭାରି କଷ୍ଟକର । ଅବଶ୍ୟ ସେ ଚିତ୍ର କଳା ସମ୍ମତ ଓ ବାସ୍ତବ ପ୍ରକୃତିର ପ୍ରଭାବରେ ଅଙ୍କିତ ହେବା ସଙ୍ଗେ ତହିଁ ଭିତରେ ତାକୁ ଜୀବନ୍ତ କରିପାରିବା ଭଳି ଶିଙ୍ଗାର ଦକ୍ଷତା ପରିସ୍ଫୁଟ ହୋଇଥିବା ଆବଶ୍ୟକ । ସେଥିରେ ଚିତ୍ରକାରର ପ୍ରକୃତ ପ୍ରତିଭା ବ୍ୟକ୍ତ ହୋଇଥାଏ । ସେ ଦୃଷ୍ଟିରୁ ଏ ଚିତ୍ରଟି ଉତ୍ତମ ।”

ଏକଥା ଶୁଣି ସଖୀମାନେ ତାଙ୍କୁ ଅଭିବାଦନ କରି କହିଲେ, “ଆମ ରାଜକୁମାରୀ ମଧ୍ୟ ଏହି ଉତ୍ତର ଚାହୁଁଥିଲେ । ଏବେ ଦ୍ୱିତୀୟ ପ୍ରଶ୍ନର ଉତ୍ତର ଦିଅନ୍ତୁ ।” ଏତିକି କହି ସଖୀମାନେ ତାଙ୍କ ହାତରେ ଏକ ତାଳପତ୍ର ଦେଲେ ଯେଉଁଥିରେ କି ଲେଖାଥିଲା, “ବିବାହେଚ୍ଛୁ ସ୍ତ୍ରୀ ଓ ପୁରୁଷ ଉଭୟେ ଉଭୟଙ୍କର ଯେଉଁ ଦୁଇଟି କଥା ଦେଖିବା ଉଚିତ୍ ନୁହେଁ ତାହା କ’ଣ?”

କୃଷ୍ଣବର୍ମା କହିଲେ, “ପୁରୁଷ ସ୍ତ୍ରୀର ସୌନ୍ଦର୍ଯ୍ୟ ଓ ସ୍ତ୍ରୀ ପୁରୁଷର ଐଶ୍ୱର୍ଯ୍ୟ ଦେଖି ବାହା ହେବା କଥା ନୁହେଁ । କାରଣ ସୌନ୍ଦର୍ଯ୍ୟ ଓ ଐଶ୍ୱର୍ଯ୍ୟ କଦାପି ମଧ୍ୟ ଚିରସ୍ଥାୟୀ ନୁହେଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ