ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଥମ୍ବଲୀନା

ଥରେ ଜଣେ ସ୍ତ୍ରୀଲୋକ ଗୋଟିଏ ପିଲାଟିଏ ପାଇବା ପାଇଁ ଇଚ୍ଛା କଲା । ଏହା ଭାବି ସେ ଯାଇ ଜଣେ ଗୁଣି ସ୍ତ୍ରୀଲୋକ ପାଖରେ ପହଁଚି ତା ମନକଥା କହିଲା । ଏପରି କଥା ଶୁଣି ସେ ଗୁଣି ସ୍ତ୍ରୀଲୋକଟି ତାକୁ ଗୋଟିଏ ଫୁଲ ଗଛ ଦେଇ କହିଲା ‘ତୁ ଏ ଫୁଲ ଚାରାଟି ନେଇ ଗୋଟିଏ କୁଣ୍ଡରେ ଲଗାଇ ଦେବୁ ଓ କିଛିଦିନ ପରେ ତୋର ମନ କାମନା ନିଶ୍ଚୟ ପୂରଣ ହୋଇବ ।’

ତା’ପରେ ସ୍ତ୍ରୀଲୋକଟି ସେ ଫୁଲ ଚାରାଟିକୁ ନେଇ ଗୋଟିଏ କୁଣ୍ଡିଆରେ ଲଗାଇ ଦେଲା । କିଛି ଦିନପରେ ସେ ଫୁଲଗଛରେ ଗୋଟିଏ ସୁନ୍ଦର ବଡ କଢ ହେଲା । ଦିନେ ସେ ସ୍ତ୍ରୀଲୋକଟି ସେ ଫୁଲକଢଟି ଛୁଇଁ ଦେବାରୁ ତାର ହଳଦୀ ଓ ଲାଲ୍ ପାଖୁଡା ଗୁଡିକ ଖୋଲିଗଲା । ସେ କଢଟି ଖୋଲିଗଲା ପରେ ତାର ମଖମଲି ପାଖୁଡା ଉପରେ ଗୋଟିଏ ଅତି ଟିକି ଝିଅଟିଏ ବସିଛି । ସେ ଝିଅଟିର ଉଚ୍ଚତା ସେ ସ୍ତ୍ରୀଲୋକର ବୁଢା ଆଙ୍ଗୁଠି ପରି । ତେଣୁ ସେ ସ୍ତ୍ରୀଲୋକ ଓ ତାର ସ୍ୱାମୀ ଏହି ଝିଅକୁ ଥମ୍ବଲୀନା ବୋଲି ଡାକିଲେ ।

                ଥମ୍ବଲୀନା ଶୋଇବା ପାଇଁ ଏକ ନରମ ଓ ପାଲିସ୍ କାଠର ଗୋଟିଏ ଛୋଟ ଖଟ ତିଆରି ହେଲା ଓ ଥମ୍ବଲୀନା ତା ଉପରେ ଶୋଇଲା । ସେ ରାତିରେ ଖଟ ଉପରେ ଶୁଏ ଓ ଦିନରେ ଟେବୁଲ୍ ଉପରେ ଖେଳେ । ସେ ସ୍ତ୍ରୀଲୋକଟି ଟେବୁଲ୍ ମଝିରେ ଗୋଟିଏ ପାଣି କୁଣ୍ଡ ରଖି ଦେଇଥାଏ ଓ ସେ କୁଣ୍ଡ ମଝିରେ ଗୋଟିଏ ବଡ ଫୁଲ କଢ ଭାସୁଥାଏ । ଥମ୍ବଲୀନା ସେଇ ଫୁଲକଢ ଉପରେ ବସି ପାଣିକୁଣ୍ଡିଆର ଏମୁଣ୍ଡ ସେମୁଣ୍ଡ ଡଙ୍ଗାରେ ବସିବା ଭଳି ଭାସୁଥାଏ । ସେ ଏଫୁଲ କଢ ଉପରେ ବସି ଭାସୁଥିବାବେଳେ ଖୁବ୍ ଆନନ୍ଦରେ ଗୀତ ଗାଉଥାଏ ।

ଥରେ ରାତିରେ ଥମ୍ବଲୀନା ତା ଶେଯରେ ଗୋଲାପ ପାଖୁଡା ଘୋଡି ହୋଇ ଶୋଇଥିବା ବେଳେ ଗୋଟିଏ କଳାମିଚିମିଚି ବେଙ୍ଗୁଲୀ ଝରକାର ଭଙ୍ଗା ରେଲିଂ ଦେଇ ଘର ଭିତରକୁ ପଶି ଆସିଲା । ସେ ଥମ୍ବଲୀନାର ରୂପ ଦେଖି ଖୁବ୍ ମୁଗ୍ଧ ହୋଇ ତାକୁ ତା ପୁଅ ସହିତ ବାହା କରିବା ପାଇଁ ମନେ ମନେ ଠିକ୍ କଲା । ଏହା ଭାବି ସେ ଦାନ୍ତରେ ଥମ୍ବଲୀନା ଶୋଇଥିବା ଖଟିଆଟିକୁ ଧରି ବାହାରେ ଥିବା ବଗିଚାକୁ ଡେଇଁ ପଡିଲା । ବେଙ୍ଗୁଲୀଟି ଥମ୍ବଲୀନାକୁ ନେଇ ସେ ରହୁଥିବା ସ୍ଥାନକୁ ଗଲା । ବେଙ୍ଗୁଲୀଟି ଗୋଟିଏ କୂଳର ସନ୍ତସନ୍ତିଆ ଓ ପଥୁରିଆ ଜାଗାରେ ତା ପୁଅ ସହିତ ବାସକରୁଥିଲା । ବେଙ୍ଗୁଲୀର ପୁଅଟି ମଧ୍ୟ ତା ମା’ ଭଳିଆ ଦେଖିବାକୁ ଖୁବ୍ ଅସୁନ୍ଦରିଆ ।


ଗପ ସାରଣୀ

ତାଲିକାଭୁକ୍ତ ଗପ