ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଥମ୍ବଲୀନା

ତା’ପରେ ଥମ୍ବଲୀନା ଗୋଟିଏ ଫୁଲ ପାଖୁଡାରେ ପାଣି ଆଣି ସେ ଘରଚଟିଆକୁ ପିଆଇଲା । ଘରଚଟିଆର ଗୋଟିଏ ପର କିପରି ଗୋଟିଏ ଉଇହୁଙ୍କାବାଜି ଭାଙ୍ଗିଗଲା ଓ ସେ କିପରି ଅନ୍ୟ ଘରଚଟିଆମାନଙ୍କ ସହିତ ଉଷୁମ ଜାଗାକୁ ଉଡି ଯାଇନପାରି ସେଠାରେ ପଡିରହିଲା ସେ କଥା ଥମ୍ବଲୀନାକୁ କହିଲା । ସେଦିନଟିଯାକ ଘରଚଟିଆ ସେଠାରେ ପଡିରହିଲା ଓ ଥମ୍ବଲୀନା ତାର ଯତ୍ନନେଲା ଏବଂ ଥମ୍ବଲୀନା ସେବା ଶୁଶ୍ରୁଷା ଫଳରେ ଘରଚଟିଆଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଉଠିଲା । ଥମ୍ବଲୀନା ମୂଷା କିମ୍ବା ଚୁଚୁନ୍ଦ୍ରା ଏକଥା କାହାକୁ ବି କହିଲା ନାହିଁ ।

ଶୀତିଋତୁ ଯାଇ ଯେମିତି ବସନ୍ତଋତୁ ଆସିଲା ସେମିତି ସୂର୍ଯ୍ୟକିରଣରେ ପୃଥିବୀ ଝଲସି ଉଠିଲା । ବସନ୍ତଋତୁ ଆସିବାରୁ ଘରଟିଆଟି ଥମ୍ବଲୀନାଠାରୁ ବିଦାୟ ମାଗି ବାହାରକୁ ଯିବାକୁ ଚାହିଁଲା । ଥମ୍ବଲୀନା ଚୁଚୁନ୍ଦ୍ରା ଖୋଳିଥିବା ଗାତଟି ଖୋଳି ଦେବାରୁ ବାହାର ସୂର୍ଯ୍ୟକରଣ ଅନ୍ଧାରୁଆ ସୁଡଙ୍ଗରେ ପଡି ସେ ସୁଡଙ୍ଗଟି ଆଲୋକିତ କଲା । ଘରଚଟିଆ ଥମ୍ବଲୀନାକୁ ତା ସହିତ ଯିବାକୁ କହିଲା ମାତ୍ର ମୂଷାଟି ମନଦୁଃଖ କରିବ ବୋଲି ଥମ୍ବଲୀନା ଘରଚଟିଆଟି ସହିତ ଯିବାକୁ ମନାକଲା ।

ଘରଚଟିଆଟି ଥମ୍ବଲୀନାକୁ ବିଦାୟ ଜଣାଇ ଆକାଶକୁ ଉଡିଗଲା । ଘରଚଟିଆଟି ଥମ୍ବଲୀନା ପାଖରୁ ଉଡିଯିବାରୁ ସେ ମନଦୁଃଖରେ କାନ୍ଦି ପକାଇଲା ।

ଠିକ୍ ଏଇ ସମୟରେ ମୂଷାଟି ସେଠାରେ ପହଁଚି ଥମ୍ବଲୀନାକୁ କହିଲା ‘ମୁଁ ତୁମର ବିଭାଘର ଠିକ୍ କରିଦେଇଛି । ତୁମର ବଡ ଭାଗ୍ୟ ଯେ ମୋର ବନ୍ଧୁ ଚୁଚୁନ୍ଦ୍ରା ତୁମକୁ ବିବାହ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏଣିକି ତୁମେ ତୁମର ବାହାଘର ପୋଷାକପତ୍ର ତିଆରି କର ।’

ମୂଷାଟି ଥମ୍ବଲୀନାପାଇଁ ସୁନ୍ଦର ସୁନ୍ଦର ବାହାଘର ପୋଷାକପତ୍ର ତିଆରି କରିଦେଲା । ଦିନେ ଚୁଚୁନ୍ଦ୍ରା ଆସି ଥମ୍ବଲୀନା ସହିତ ତାର ବାହାଘର ତିଥି ଠିକ୍ କରିଦେଲା ।

ଥମ୍ବଲୀନାକୁ ଏସବୁ କିଛି ବି ମୋଟେ ଭଲ ଲାଗୁନଥିଲା । କାରଣ ସେ କୁରୂପ ଚୁଚୁନ୍ଦ୍ରାକୁ ବିବାହ କରିବାକୁ ଆଦୌ ଚାହୁଁନଥିଲା । ମୂଷାଗାତରେ ରହିରହି ଥମ୍ବଲୀନାକୁ ବି ଆଉ ଭଲ ଲାଗୁନଥିଲା । ସେ ସର୍ବଦା ବାହାରକୁ ଯାଇ ସୂର୍ଯ୍ୟାଲୋକରେ ବୁଲିବାକୁ ଚାହୁଁଥିଲା । ସେ ବେଳେବେଳେ ଶସ୍ୟକ୍ଷେତ୍ର ପାଖକୁ ଯାଇ ଆକାଶକୁ ଚାହିଁ ସେ ଘର ଚଟିଆ ପକ୍ଷୀକୁ ଅପେକ୍ଷାକରେ ମାତ୍ର ଘରଚଟିଆଟି ବଣକୁ ଉଡିଯାଇଥିବାରୁ ଥମ୍ବଲୀନା ସହିତ ତାର କେବେବି ଦେଖାହୁଏ ନାହିଁ ।

ଶୀତଋତୁ ଆସିବା ପୂର୍ବରୁ ଥମ୍ବଲୀନାର ବିବାହ ପୋଷାକ ତିଆରି ହୋଇ ସାରିଥିଲା । ମୂଷାଟି ଥମ୍ବଲୀନାକୁ ତାର ବିବାହ ତିଥି ଜଣାଇ ଦେଲା ମାତ୍ର ଥମ୍ବଲୀନା କାନ୍ଦି ମୂଷା ଆଗରେ କହିଲା ‘ମୁଁ ସେ କୁରୂପ ଚୁଚୁନ୍ଦ୍ରାକୁ ଆଦୌ ବିବାହ କରିବି ନାହିଁ ।

ମୂଷା କହିଲା, ତୁ ତାଙ୍କୁ ବିବାହ କରିବାକୁ ମନା କର ନାହିଁ । ତାଙ୍କ ଭଳି ଏତେ ସୁନ୍ଦର ଓ ଧନୀ ସ୍ୱାମୀ ଆଉ କେଉଁଠି ବି ପାଇବୁ ନାହିଁ । ତାଙ୍କର ଭଣ୍ଡାରରେ ପ୍ରଚୁର ଧନ ରହିଅଛି ଓ ତାଙ୍କର ଅନେକ ସୁନ୍ଦର ସୁନ୍ଦର ପୋଷାକମାନ ବି ଅଛି ।

ବିବାହ ଦିନ ଆସି ପହଁଚିଲା । ଚୁଚୁନ୍ଦ୍ରାଟି ଥମ୍ବଲୀନାକୁ ତା ଘରକୁ ନେବାପାଇଁ ଆସି ପହଁଚିଲା । ମାତ୍ର ଥମ୍ବଲୀନା ଚୁଚୁନ୍ଦ୍ରାର ସେ ଅନ୍ଧାରୁଆ ଗାତରେ ମାଟିତଳେ ରହିବାକୁ ଆଦୌ ଚାହୁଁନଥିଲା ସେ ମୂଷାଗାତ ନିକଟରେ ଥିବା ଶସ୍ୟ କ୍ଷେତ୍ରର ସୂର୍ଯ୍ୟାଲୋକରେ ବୁଲିବାକୁ ଭଲ ପାଉଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ