ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦଧିବାହନ ଜାତକ

ଅତି ପ୍ରାଚୀନ କାଳରେ କାଶୀ ରାଜ୍ୟରେ ଚାରୋଟି ଭାଇ ଥିଲେ । ସେମାନଙ୍କ ମଧ୍ୟରେ ସ୍ନେହ ଓ ସଦ୍ଭାବ ରହିଥିଲା । ସଂସାର ଅନିତ୍ୟ; ସୁଖ ବୋଲି ଯାହାକୁ ଲୋକେ କହନ୍ତି, ତାହା ପ୍ରକୃତରେ ଦୁଃଖର ନାମାନ୍ତର ମାତ୍ର । ଏହିପରି ବିଚାରି ଚାରିଭାଇଯାକ ସନ୍ନ୍ୟାସ ଅବଲମ୍ବନ କଲେ । ଗ୍ରାମ ଓ ସହର ତ୍ୟାଗକରି ସେମାନେ ହିମାଳୟର ପାଦଦେଶରେ ଚାରୋଟି କୁଟୀର ନିର୍ମାଣ କରି ସେଥିରେ ବାସ କରିବାକୁ ଲାଗିଲେ । ବନର ଫଳମୂଳ ସେମାନଙ୍କର ଖାଦ୍ୟ ଓ ନଦୀ ଝରଣାର ଜଳ ସେମାନଙ୍କର ପାନୀୟ ହେଲା ।

         କେତେ ବର୍ଷ ପରେ ଜ୍ୟେଷ୍ଠଭ୍ରାତା ସ୍ୱର୍ଗପ୍ରାପ୍ତ ହେଲେ ଓ ନିଜର ପୁଣ୍ୟବଳରେ ସ୍ୱର୍ଗରେ ଶକ୍ରରୂପେ ଜନ୍ମଲାଭ କଲେ । ସ୍ୱର୍ଗରେ ଦେବରାଜ ପଦ ଲାଭ କଲେହେଁ ସେ ପୂର୍ବଜନ୍ମର ବିଷୟ ସ୍ମରଣ କରି ପ୍ରତି ସପ୍ତାହରେ ଥରେ ଲେଖାଏଁ ପୃଥିବୀକୁ ଆସି ଅନ୍ୟ ତିନିଭାଇଙ୍କୁ ସାହାଯ୍ୟ କରୁଥିଲେ । ଦିନେ ସେ ଏହିପରି ଭାଇମାନଙ୍କ ପାଖକୁ ଆସି ତିନିଙ୍କ ମଧ୍ୟରେ ଜ୍ୟେଷ୍ଠଭାଇ ପାଖକୁ ଯାଇ କହିଲେ, “ତୁମର କ’ଣ ଦରକାର?”

         ସେ କହିଲେ, “ମୋର ଗୋଟିଏ ରୋଗ ଦେଖାଦେଇଛି । ସେକହିଲେ ସେ ରୋଗ ଟିକିଏ ଉପଶମ ହୁଏ । ମୋର କିଛି କାଠ ଦରକାର ।”

         ଶକ୍ର ତାଙ୍କୁ ଗୋଟିଏ କୁରାଢି ଦେଇ କହିଲେ, “ତୁମେ ଏହାକୁ ଧରି ମୋଟ ଧାର ଉପରେ ହାତ ମାରି କହିବ, ‘କାଠ ଆଣି ନିଆଁ କର, । ସଂଗେ ସଂଗେ କୁରାଢି କାଠ ନେଇ ଆସି ତୁମପାଇଁ ନିଆଁ କରିଦେବ ।”

         ତାପରେ ଶକ୍ର ତାଙ୍କ ତଳଭାଇ ପାଖକୁ ଯାଇ ପଚାରିଲେ, “ତୁମର କଅଣ ଦରକାର ।”

         ସେ କହିଲେ, “ମୋର କିଛି ଦରକାର ନାହିଁ, କିନ୍ତୁ ଗୋଟାଏ ବିଷୟରେ ସାହାଯ୍ୟ କରିପାରିଲେ ଭଲ ହେବ । ମୋର କୁଡିଆ ପାଖରେ ହାତୀମାନଙ୍କର ଯିବାଆସିବା ବାଟ । ସେମାନେ ମୋତେ ଅସ୍ଥିର କରୁଅଛନ୍ତି । ସେମାନଙ୍କ ବାଟ ବନ୍ଦ କରିବାର କୌଣସି ଉପାୟ କର ।”


ଗପ ସାରଣୀ

ତାଲିକାଭୁକ୍ତ ଗପ