ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦଧିବାହନ ଜାତକ

         ମାଳୀ ଏହି ଉଦ୍ଧେଶ୍ୟରେ ବାରାଣସୀ ଯାଇ ରାଜା ଦଧିବାହନଙ୍କୁ ସାକ୍ଷାତ୍ କଲା ଓ ଚାକିରିଟିଏ ପାଇଁ ପ୍ରାର୍ଥନା କଲା । ନିଜର ମାଳୀକୁ ସାହାଯ୍ୟ କରିବା ପାଇଁ ସେ ଏହି ମାଳୀକୁ ନିଯୁକ୍ତ କଲେ । ଦୁଇମାଳୀ ରାଜାଙ୍କ ଉଦ୍ୟାନରେ କାର୍ଯ୍ୟ କଲେ । ନୂତନ ମାଳୀ ଅସମୟରେ ଗଛରେ ଫୁଲ ଉତ୍ପାଦନ କରାଇ ରାଜାଙ୍କୁ ସନ୍ତୁଷ୍ଟ କଲା । ଉଦ୍ୟାନକୁ ପୂର୍ବାପେକ୍ଷା ଅଧିକ ରମଣୀୟ କରି ରଖିଲା । ଶେଷରେ ରାଜା ଅତ୍ୟନ୍ତ ପ୍ରୀତ ହୋଇ ତା’ରି ଉପରେ ଉଦ୍ୟାନର ସମସ୍ତ ଭାର ଅର୍ପଣ କରି ପୁରାତନ ମାଳୀକୁ ବାହାର କରିଦେଲେ । ଏବେ ସେ ତା’ର ମନ୍ଦ ଉଦ୍ଧେଶ୍ୟ ସାଧନ କରିବାର ସୁଯୋଗ ପାଇଲା । ଆମ୍ବଗଛଟିର ଚାରିପାଖରେ ସେ ନିମ୍ବ, କୋଚିଲା ପ୍ରଭୃତି ପିତାଗଛ ଲଗାଇଲା । ଏଗୁଡିକର ଡାଳପତ୍ର ସହିତ ଆମ୍ବଗଛର ଡାଳପତ୍ର ଲଗାଇଲା । ଏଗୁଡିକର ଡାଳପତ୍ର ସହିତ ଆମ୍ବଗଛର ଡାଳପତ୍ର ଛନ୍ଦି ହୋଇଗଲା । ଆମ୍ବ ପାଚିଲା ସତ; କିନ୍ତୁ ତା’ର ଫଳ ତିକ୍ତ ହେଲା । ଏହା ଜାଣିଲାକ୍ଷଣି ମାଳୀ ବାରାଣସୀ ତ୍ୟାଗକରି ପଳାଇଲା ।

         ଦିନେ ରାଜା ଗୋଟିଏ ଆମ୍ବ ନେଇ ଖାଇବାକୁ ବସିଲେ; କିନ୍ତୁ ପାଟିକୁ ନେବାମାତ୍ରେ କାଢି ଫିଙ୍ଗିଦେବାକୁ ବାଧ୍ୟ ହେଲେ ।

         ଏହି ସମୟରେ ବୋଧିସତ୍ୱ ରାଜାଙ୍କର ଜଣେ ପାରିଷଦରୂପେ ରହିଥିଲେ । ରାଜା ଗୁରୁତର ବିଷୟମାନଙ୍କରେ ତାଙ୍କର ପରାମର୍ଶ ନେଉଥିଲେ । ତାଙ୍କୁ ଡକାଇ ରାଜା ପଚାରିଲେ, “ଏହି ଆମ୍ବଗଛଟିର ଫଳ ଅମୃତପରି ମଧୁର ଥିଲା । ଏବେ ନିମ୍ବପରି ପିତା ଲାଗୁଛି କାହିଁକି?”

         ବୋଧିସତ୍ୱ କହିଲେ, “ଉଦ୍ୟାନକୁ ଯାଇ ଦେଖନ୍ତୁ, ଆମ୍ବଗଛର ଚେର, ଡାଳ, ପତ୍ର ସହିତ ନିମ୍ବ, କୋଚିଲା ପ୍ରଭୃତି ପିତା ଗଛର ଚେର, ଡାଳ, ପତ୍ର ଛନ୍ଦିହୋଇ ରହିଛି । ଲୋକ ଯେତେ ସାଧୁ ହୋଇଥିଲେହେଁ ଅସାଧୁ ଲୋକର ସଂସର୍ଗରେ ରହିଲେ ସେ ଅସାଧୁ ହେବହିଁ ହେବ ।”

         ବୋଧିସତ୍ୱଙ୍କ ଉପଦେଶ ଅନୁସାରେ ଆମ୍ବଗଛ ନିକଟରୁ ଅନ୍ୟ ଗଛମାନଙ୍କୁ ନଷ୍ଟକରି ଦିଆଗଲା । ଏପରିକି ଭୂମି ଭିତରୁ ସେମାନଙ୍କର ଚେରସୁଦ୍ଧା ବାହାର କରାଗଲା । ନୂତନ ମାଟି ଆମ୍ବଗଛ ମୂଳରେ ଦିଆହେଲା । କିଛିକାଳ ପରେ ଆମ୍ବଗଛର ଫଳ ପୂର୍ବପରି ମଧୁର ହେଲା । ରାଜା ନିଜର ପୁରାତନ ମାଳୀକୁ ଡକାଇ ତାକୁ ପୁନରାୟ କାର୍ଯ୍ୟରେ ନିଯୁକ୍ତ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ