ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦରବାରୀ ପେଟୁ

ସମସ୍ତେ ତାଳି ମାରି ହନୁମାନ ସିଂହର ପ୍ରଶଂସା କଲେ । ମୁଖିଆ ଦୁର୍ଯ୍ୟୋଧନକୁ କହିଲେ, “ଦେଖିଲୁ ତ? ତୁ ଯଦି ହନୁମାନ ସିଂହ ଯେତିକି ଖାଇଲା ତା’ର ଅଧା ବି ଖାଇଥାନ୍ତୁ, ତେବେ ତୋ କଥା ବିଚାର କରାଯାଇଥାନ୍ତା । କିନ୍ତୁ ତୁ ତ ପାରିଲୁ ନାହିଁ । ତେଣୁ ତୋ ଉପରେ ଆମର କାଣିଚାଏ ବି ଭରସା ନାହିଁ । ତା’ଛଡା ଦରବାରୀ ପେଟୁର ଗାଁ ହିସାବରେ ଖ୍ୟାତି ଲାଭ କରିବାର ଆକାଂକ୍ଷା ମଧ୍ୟ ଆମର ନାହିଁ ।”

ଏଥିରେ ସେ ଦୁର୍ଯ୍ୟୋଧନ ବଡ ଅପମାନ ବୋଧ କଲା । ସମସ୍ତେ ଚାଲିଯିବା ଉତାରୁ ସେ ହନୁମାନ ସିଂହକୁ ପଚାରିଲା, “ଆଚ୍ଛା ଭାଇ, ତମର ଏଭଳି ଦୈବୀଶକ୍ତି କିପରି ଆସିଲା?”

ଏକଥା ଶୁଣି ଅତ୍ୟନ୍ତ ଦୁଃଖିତ ଭାବରେ ସେ ହନୁମାନ ସିଂହ କହିଲା, “ଏହାକୁ ଦୈବୀଶକ୍ତି କାହିଁକି କହୁଛ? ବରଂ ଏହାକୁ ଆସୁରିକ ଶକ୍ତି କହିବା ଭଲ ହେବ । ତମେ ଚେଷ୍ଟା କଲେ ଯେ ଏଭଳି ଶକ୍ତି ଲାଭ କରି ପାରିବ ନାହିଁ, ତାହା ନୁହେଁ । ତେବେ ତୁମକୁ ହରାଇ ଦେଇ ମୁଁ ଖୁବ୍ ଖୁସି ।”

ଏହା ଶୁଣି ଦୁର୍ଯ୍ୟୋଧନ କହିଲା, “ହଁ । ତମେ ଜିତିଛ । ଖୁସି ନହେବ ବା କାହିଁକି?”

ହନୁମାନ ସିଂହ କହିଲେ, “ନା । ମୁଁ ସେଥିପାଇଁ ଖୁସି ନୁହେଁ । ତମ ଭଳି ଗୋଟିଏ ତରୁଣକୁ ଜୀବନରେ ଅନେକ ଦୁଃଖ ପାଇବାରୁ ରକ୍ଷା କରିଦେଲି, ସେଥିପାଇଁ ମୁଁ ଖୁସି ।”

ହନୁମାନ ସିଂହର କଥା ଶୁଣି ଦୁର୍ଯ୍ୟୋଧନ ଆଚମ୍ବିତ ହୋଇ ପଚାରିଲା, “ମୁଁ ତ ଦରବାରୀ ପେଟୁ ହୋଇପାରିଲେ ବର୍ଷେ କାଳ ରାଜାଙ୍କ ଅତିଥି ହୋଇ ମନଇଚ୍ଛା ଖୁବ୍ ଖାଇବି । ଏହା ଦୁଃଖ ହେବ କିପରି?”

ତହୁଁ ହନୁମାନ ସିଂହ ବୁଝାଇ କହିଲେ, “ବର୍ଷେ ସିନା ଖାଇବ, ହେଲେ ତା’ପରେ ସାରା ଜୀବନ କ’ଣ କରିବ? ସେହି ପ୍ରଚୁର ଖାଇବା ଅଭ୍ୟାସ ଯୋଗୁଁ ତେଣିକି କାନ୍ଦିବାହିଁ ସାର ହେବ ସିନା । ଲୋକେ ଦରବାରୀ ପେଟୁ ବୋଲି କହି ଥଟ୍ଟା କରୁଥିବେ, କିନ୍ତୁ ତମେ ଖାଇବାକୁ ପାଉ ନ ଥିବ ।”

ହନୁମାନ ସିଂହର ଏ କଥାରେ ଦୁର୍ଯ୍ୟୋଧନର ହଠାତ୍ ଜ୍ଞାନୋଦୟ ହେଲା । ସେ କିଛି ସମୟ ଚୁପ୍ ରହି ପଚାରିଲା, “ତେବେ ମୋର ତ ବହୁତ ଖାଇବା ଅଭ୍ୟାସ ହୋଇ ଗଲାଣି । ମୁଁ ମୋର ଏ ଅଭ୍ୟାସ ବଦଳାଇବି କିପରି?”

ଶେଷରେ ହନୁମାନ ସିଂହ  କହିଲା, “ଉପାୟ ତ ଅବଶ୍ୟ ଅଛି । ତମେ କୌଣସି କାମ ହାତକୁ ନିଅ । କାମଦାମରେ ମନ ଦେଲେ ଆଉ ଖାଇବା ଉପରେ ତୁମର ଏତେଟା ଧ୍ୟାନ ରହିବ ନାହିଁ । କିଛି କରିବାର ନାହିଁ ବୋଲି ଏ ଧରଣର ବାଜେ ଅଭ୍ୟାସ କରି ପକାଇଛ ।”

ହନୁମାନ ସିଂହର ଉପଦେଶ ଦୁର୍ଯ୍ୟୋଧନ ମାନି ନେଲା ଓ ତାକୁ ଧନ୍ୟବାଦ ଦେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ