ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦାନର ମହିମା

ତା’ପରେ ଇନ୍ଦ୍ର ଜଣେ ବ୍ରାହ୍ମଣ ବେଶରେ ସେଠାରେ ଯାଇ ପହଁଚି ପଚାରିଲେ, “କାଶୀକୁ ରାସ୍ତା କୁଆଡେ?”

ମତ୍ସରୀକୋଷୀୟ ଚିତ୍କାର କରି କହିଲେ “କାଶୀ ରାସ୍ତା ଜାଣିନୁ ମୂର୍ଖ? ଏଠିକୁ କାହିଁକି ଆସିଲୁ? ଏଠୁ ଶୀଘ୍ର ବାହାରିଯାଆ ।”

ଛଦ୍ମବେଶୀ ଇନ୍ଦ୍ର ହସି ହସି କହିଲେ “ଚିତ୍କାର କାହିଁକି କରୁଛ? ହାଲୁଆ ରନ୍ଧା ହେଉଛି ପରା! ତେବେ ଆଉ ଏତେଦୂର କାଶୀ କାହିଁକି ଯିବି? ମୁଁ ତ ବ୍ରାହ୍ମଣ ଲୋକ । ଏଇଠି କିଛି ଭୋଜନ ମିଳିଯିବ । ମୁଁ ବସିଲି, କାଶୀଯିବା ଆଉ କିଛିବି ଦରକାର ନାହିଁ ।”

ମତ୍ସରୀକୋଷୀୟ ଗାଳି ଦେବାକୁ ଆରମ୍ଭ କଲେ “ଏଠି କୌଣସି ଖାଦ୍ୟ ନାହିଁ । କିଛି ମିଳିବ ନାହିଁ । ଯା, ଏଠୁ ଚାଲିଯା, ଏଠୁ ଶୀଘ୍ର ଯା’ ପଳା ଯା’ ।”

ଇନ୍ଦ୍ର କହିଲେ “ପୁଅ, ତୁମେ କାହିଁକି ଏତେ ରାଗୁଛ? ତମେ ଯାହା ରୋଷେଇ କରିଛ ସେଇଥିରୁ ଟିକିଏ ଦେବ । ତୁମର ପୂଣ୍ୟ ହେବ ।”

ମତ୍ସରୀକୋଷୀୟ ଧମକ ଦେଇ କହିଲେ “କହିଲି ପରା ଥରେ କିଛି ନାହିଁ? ଯେତକ ଅଛି ସେତକ ତ ମୋତେ ବି ଅଂଟିବ ନାହିଁ । ପୁଣି ମୁଁ ଏସବୁ ମାଗିଯାଚି ଆଣିଛି । ଆହୁରି ତତେ ଦେବି? ପଳା ଏଠୁ ।”

ଇନ୍ଦ୍ର ବୁଝାଇ କହିଲେ “ସେଇଥିରୁ ଟିକିଏ ଦିଅ । ତେବେ ତୁମର ବଡ ପୂଣ୍ୟ ହେବ । ନହେଲେ ଅନ୍ୟକୁ ନ ଦେଇ ଖାଇଲେ ପାପ ହୋଇ ନରକବାସ ହେବ ।”

ଅବଶେଷରେ ବହୁତ ଭାବି ମତ୍ସରୀକୋଷୀୟ କହିଲେ, “ଆଚ୍ଛା ସେଇଠି ଦୂରରେ ବସ; ଟିକିଏ ଦେବି ।”

ଇତିମଧ୍ୟରେ କ୍ରମଶଃ ଚନ୍ଦ୍ର, ସୂର୍ଯ୍ୟ ଓ ମାତଳୀ ବ୍ରାହ୍ମଣ ବେଶରେ ସେଠାରେ ଆସି ବସିଲେ । ବିଚରା ମତ୍ସରୀକୋଷୀୟ ନାଚାର ହୋଇ ସମସ୍ତଙ୍କୁ କିଛି ନା କିଛି ଭାଗ ଦେବାକୁ ମଙ୍ଗିଲେ । ତା’ପରେ ସେ କହିଲେ, “ଆଚ୍ଛା ଯାଅ, ପତ୍ର ନେଇ ଆସ ।”

ସେମାନେ ଏକଥା ଶୁଣି ହାତ ପାତି ଦେଲେ ଓ ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ପଦ୍ମପତ୍ର ଦେଖା ଦେଲା । ଏକଥା ଦେଖି ମତ୍ସରୀକୋଷୀୟ ରାଗିଯାଇ କହିଲେ, “ଏଡେ ଏଡେ ପଦ୍ମପତ୍ରରେ ମୁଁ ଖାଦ୍ୟ ଦେଇ ପାରିବି ନାହିଁ । ଯାଅ ସବୁ ମନ୍ଦାର ପତ୍ରଟିମାନ ନେଇ ଆସ ।”

ସେମାନେ ମନ୍ଦାର ପତ୍ର ଆଣିଲେ । ସେଗୁଡିକ କିନ୍ତୁ କଦଳୀ ପତ୍ର ପରି ଖୁବ୍ ବଡ ବଡ ଥିଲା । ସେ ରାଗିମାଗି ସେଇଥିରେ ହାଲୁଆ କିଛି କିଛି ଦେଲେ । ଶେଷରେ ଯେଉଁ ହାଣ୍ଡିଟିରେ ହାଲୁଆ ଟିକେ ବଳିଥିଲା ସେଥିରେ ଗୋଟାଏ କୁକୁର ମୁହଁ ଲଗାଇବାକୁ ଦୌଡି ଆସିଲା । ସେ କୁକୁର ଜଣକ ହେଉଛି ଛଦ୍ମବେଶରେ ଥିବା ପଂଚଶିଖାଗ୍ନି । ଏକଥା ଦେଖି ମତ୍ସରୀକୋଷୀୟ ହାଣ୍ଡି ମୁହଁରେ ହାତ ଢାଙ୍କି ଦେଲେ । ତଥାପି ମଧ୍ୟ ସେ କୁକୁରଟି ତାଙ୍କ ହାତ ଉପରେ ଟିକିଏ ଚାଟି ଦେଲା ।

ତା’ପରେ ସେ ବ୍ରାହ୍ମଣମାନଙ୍କୁ କହିଲେ, “ମୋ ପାଇଁ ପାଣି ନେଇ ଆସ ମୁଁ ହାତ ଧୋଇବି । ବ୍ରାହ୍ମଣମାନେ ମନା କଲେ । ତେବେ ସେ ରାଗିଯାଇ କହିଲେ, “ମୁଁ ତୁମକୁ ସବୁ ଏତେ ଖାଇବାକୁ ଦେଲି । ତୁମର କ’ଣ ମୋ ପ୍ରତି କିଛିବି କୃତଜ୍ଞତା ନାହିଁ? ଆଚ୍ଛା ଠିକ୍ ଅଛି ମୋ ହାଣ୍ଡିକୁ ଭଲ କରି ଜଗିଥାଅ ମୁଁ ନିଜେ ଯାଇ ପାଣି ଆଣୁଛି ।” ସେ ପାଣିପାଇଁ ଯିବା ଭିତରେ କୁକୁର ବଳକା ଥିବା ହାଲୁଆତକ ସବୁ ଖାଇଗଲା ।

ନଦୀରୁ ଫେରି ଆସି ହାଲୁଆର ଅବସ୍ଥା ଏପରି ଦେଖି ସେ ବାଡିଧରି କୁକୁରକୁ ପିଟିବା ପାଇଁ ଗୋଡାଇଲେ । କୁକୁର ଇତିମଧ୍ୟରେ ଘୋଡା ରୂପ ଧରି ଓଲଟା ତାକୁ ଗୋଡାଇଲା । ସେ ଭୟରେ ଥରି ଥରି ସେହି ବ୍ରାହ୍ମଣମାନଙ୍କୁ ପ୍ରାର୍ଥନା କରି କହିଲେ, “ଦୟାକରି ମୋତେ ଏ ବିପଦରୁ ରକ୍ଷା କରନ୍ତୁ ।”

ପର ମୁହୂର୍ତ୍ତରେହିଁ ସେମାନେ ନିଜ ନିଜ ରୂପ ଧରି ଆବିର୍ଭାବ ହେଲେ । ମତ୍ସରୀକୋଷୀୟ ହାତ ଯୋଡି କହିଲେ, “ଆପଣମାନେ ତ ଦେବତା; ତେବେ ଏଠାକୁ କାହିଁକି ଆସିଛନ୍ତି କୃପା କରି ତାହା କୁହନ୍ତୁ ।”

ଇନ୍ଦ୍ର ବୁଝାଇ କହିଲେ “ଆମେ ସବୁ ତୁମରି ପୂର୍ବପୁରୁଷ । ଆମେ ସବୁ ଦାନ ପୂଣ୍ୟ କରି ଦେବତ୍ୱ ପ୍ରାପ୍ତ ହୋଇଛୁ । ତୁମେ ତୁମର ଦୂର୍ଗୁଣ ସବୁ ଭୁଲିଯାଇ ଏବେ ଘରକୁ ଫେରି ଦାନ ପୂଣ୍ୟ କରି ଦେବତ୍ୱ ପ୍ରାପ୍ତ ହୁଅ । ନଚେତ୍ ମୃତ୍ୟୁ ପରେ ତୁମେ ନରକଗାମୀ ହୋଇ ଅନେକ କଷ୍ଟ ପାଇବ ।”

ଇନ୍ଦ୍ରଙ୍କ କଥା ଶୁଣି ସେ ନିଜ କୁକର୍ମ ପାଇଁ ବହୁତ ପଶ୍ଚାତାପ କରିବା ସଙ୍ଗେ ସଙ୍ଗେ ଘରକୁ ଫେରି ବହୁତ ଦାନ ପୂଣ୍ୟ କଲେ । ତା’ପରେ ତପସ୍ୟା କରିବାକୁ ସେ ହିମାଳୟକୁ ଚାଲିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ