ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦାନୀ ଶ୍ରୀଧର

ମଧୁପୁର ଗ୍ରାମରେ ଶ୍ରୀଧର ରହୁଥାନ୍ତି; ସେ ବଡ ଦୟାଳୁ ଓ ଦାନୀ ଥିଲେ । ଦାନ କରି କରି ସେ ଧନୀ ଅବସ୍ଥାରୁ କାଙ୍ଗାଳ ଅବସ୍ଥା ପ୍ରାପ୍ତ କଲେ । ବିଶେଷତଃ ତାଙ୍କ ବନ୍ଧୁ ବାନ୍ଧବମାନେ ଯିଏ ମିଛ ସତ କହି ତାଙ୍କଠାରୁ ଲାଭ ଉଠାଇଛନ୍ତି, ସେହିମାନେହିଁ ଆଜି ତାଙ୍କର ଦୁର୍ଦ୍ଦିନରେ ନାନା କଥା ଫାନ୍ଦି ତାଙ୍କ ବିରୁଦ୍ଧରେ ପ୍ରଚାର କରି ଚାଲିଛନ୍ତି । କେତେକ ଇର୍ଷୁକ ଲୋକ କହିଲେ ଯେ ଶ୍ରୀଧରଙ୍କର ମହାଦାନୀ ବୋଲାଇବାର ଲୋଭ ହେତୁ ସେ ଅଂଧ ଭାବରେ ଏସବୁ କରି ଚାଲିଛନ୍ତି । ପୁଣି କେହି କେହି କହିଲେ ଯେ ଶ୍ରୀଧରଙ୍କର ଧନ ପରିଶ୍ରମ ଦ୍ୱାରା ଅର୍ଜ୍ଜନ କରାଯାଇନାହିଁ ସେଥିପାଇଁ ସେ ଧନ ସବୁ ଏମିତି ଉଜାଡି ଦେଉଛନ୍ତି । କେହି ବା କହିଲେ ଯେ ଯିଏ ଶ୍ରୀଧରଙ୍କଠାରୁ ଧନର ସହାୟତା ପାଇଛି, ତା’ର ସେ ଧନ କୁଆଡେ ଖର୍ଚ୍ଚ ହୋଇଯାଏ, କିଛି ଭଲ ଫଳ ମିଳେ ନାହିଁ । କେହି କେହି କହିଲେ ଏବେ ଦାନ ଦେଇ ଶ୍ରୀଧର ଦରିଦ୍ର ହୋଇଛି; ତାକୁ ଯଦି କେହି ଧନରେ ସହାୟତା କରେ, ତେବେ ତାହାର ଦାରିଦ୍ର୍ୟ ଅନିବାର୍ଯ୍ୟ । ତେଣୁ ଶ୍ରୀଧରଙ୍କୁ କେହି ସାହାଯ୍ୟ କରିବାକୁ ଚାହିଁଲେ ମଧ୍ୟ କରିପାରୁନାହିଁ ।

                ଏବେ ତ ସେ ଶ୍ରୀଧର ଦାନ କରି କରି ଦରିଦ୍ର ହୋଇଗଲେ; ପୁଣି ତା’ପରେ ବନ୍ଧୁବାନ୍ଧବଙ୍କର ଏପରି କଥା– ଶୁଣି ସେ ବହୁତ ଦୁଃଖିତ ହେଲେ । ଏବେ ସ୍ତ୍ରୀ ପିଲାଙ୍କୁ ନେଇ ଗ୍ରାମ ଛାଡି ପଳାଇବାକୁ ସେ ମନସ୍ଥ କଲେ । ଦିନେ ଶୁଭ ସମୟ ଦେଖି ଗ୍ରାମ ଛାଡିଲେ, ଚାଲୁ ଚାଲୁ ବହୁ ଦୂରକୁ ଚାଲିଗଲେ ଓ ସମସ୍ତେ ଥକା ହୋଇ ପଡିଲେ । ବିଶ୍ରାମ ନେବା ପାଇଁ ପରିବାରଟି ଗୋଟିଏ ବଡ ବୃକ୍ଷଚ୍ଛାୟାରେ ବସି ପଡିଲେ । ପିଲାଗୁଡାକ କ୍ଳାନ୍ତ ହୋଇ ଶୋଇ ପଡିଲେ । ତା’ପରେ ଶ୍ରୀଧରଙ୍କ ପତ୍ନୀ ଶ୍ରୀଧରଙ୍କୁ କହିଲେ, “ଶୁଣ, ଆମେ ତ ମସ୍ତିଙ୍କର ଉପକାର ଛଡା ଅପକାର କରିନାହୁଁ । ତେବେ ଆମ ଉପରେ କାହିଁକି ଏ ବିପଦ?”


ଗପ ସାରଣୀ

ତାଲିକାଭୁକ୍ତ ଗପ