ସିଂହ ଶକ୍ତିଶାଳୀ ଥିଲା, ସେହି ପରି ଚିତା ମଧ୍ୟ ଶକ୍ତିଶାଳୀ ଥିଲା । ସିଂହ ଚିତାକୁ ଡରୁ ନଥିଲା କି ଚିତା ମଧ୍ୟ ସିଂହକୁ ଡରୁ ନଥିଲା । ଦୁହେଁ ନିଜ ନିଜ ଶକ୍ତିରେ ବଳବାନ୍ ଥିଲେ । ଏକଦା ସେମାନେ ଦୁଇଜଣ ଏକା ସାଙ୍ଗରେ ଶିକାର ପାଇଁ ବାହାରିଲେ । ଶିକାର ଖୋଜି ଖୋଜି ସେମାନଙ୍କ ନଜର ଗୋଟିଏ ହରିଣ ଉପରେ ପଡି ଗଲା । ତେଣୁ ଦୁଇ ଜଣ ଯାକ ତାକୁ ଚାରି ପଟୁ ଘେରି ଗଲେ । ଦୁର୍ବଳ ହରିଣ ଏହି ଭଳି ପରିସ୍ଥିତିରେ ପଡି ବହୁତ ଡରିଗଲା । ଯେମିତି ଦୁଇ ଦୁଇ ଜଣ ବଳବାନ୍ ଶତ୍ରୁ ପଶୁ ମାନଙ୍କ ଆକ୍ରମଣରୁ ସେ କିଭଳି ବର୍ତ୍ତୀ ପାରିବ ସେ କଥା ଚିନ୍ତା କରିବାକୁ ଲାଗିଲା । କିଭଳି ନିଜର ପ୍ରାଣ ରକ୍ଷା କରି ପାରିବ ।
ଯେତେ ବେଳେ ସିଂହ ହରିଣକୁ ଚିରି ଫାଡି କରି ଖାଇବାକୁ ଯିବ ଠିକ୍ ସେତିକି ବେଳେ ଚିତା କହିଲା ବାସ୍…ବାସ୍, ହରିଣ ଠାରୁ ଦୂରରେ ରୁହ ସିଂହ । ଏହା ମୋର ଶିକାର ଅଟେ । ଆଉ ଏ ଶିକାର ମୁଁ ହିଁ ଖାଇବି । ଲାଜର କଥା କି ଆପଣ ଅନ୍ୟ ପ୍ରାଣୀ ମାନଙ୍କ ଦ୍ୱାରା ଶିକାର ହୋଇ ଥିବା ଶିକାରକୁ ଖାଇବାକୁ ଇଚ୍ଛା କରୁଛନ୍ତି । ଏଠାରୁ ଶୀଘ୍ର ପଳାନ୍ତୁ ନିଜ ରାସ୍ତାକୁ । ମୋ ପାଖରେ ଏହି ଭଳି ଜୋର୍ ଦେଖାନ୍ତୁ ନାହିଁ । ଯାଆନ୍ତୁ ଏ ଯାଗା ଛାଡି ଚାଲି ଯାଆନ୍ତୁ ।
ସିଂହ ଭୀଷଣ ଗର୍ଜନ କରି କହିଲା – ଚିତାର ଛୁଆ । ହୋଶ୍ରେ ଆସ । ଅନ୍ଧାରରେ କ’ଣ କରୁଛୁ ତୁ? ସାମନାକୁ ଆସ । ଏ ଶିକାର ମୋର । ତେଣୁ ମୁଁ ତାକୁ ଖାଇବି ଆଉ ନିଶ୍ଚୟ ଖାଇବି । ଏହାକୁ କୁହନ୍ତି ଛୋଟ ମୁହଁରେ ବଡ କଥା । କଥା କଥାରେ ଏମିତି ମଜା ଦେବି ଯେ ତୁ ତୋ ଚଉଦ ପୁରୁଷର ନାମ ଭୁଲି ଯିବୁ ।